ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବନବିଭାଗର ଦବଙ୍ଗଗିରି ! ଆଦିବାସୀଙ୍କ ଉପରେ କରୁଛି ଅତ୍ୟାଚାର, ୨ ଗୁରୁତର

ନୀଳଗିରି, ୨୩/୩ : ବାଲେଶ୍ୱର ଜିଲ୍ଲା କୂଳଡ଼ିହା ଅଭୟାରଣ୍ୟ ସୀମାନ୍ତ ଗାଁରେ ଆରମ୍ଭ ହୋଇଛି କମ୍ବିଂ ଅପରେଶନ। ବନ କର୍ମଚାରୀଙ୍କୁ ଆକ୍ରମଣ ଓ ବନ୍ଧୁକ କାରଖାନା ଠାବ ହେବା ପରେ ହଜି ଯାଇଛି ବନ ବିଭାଗର ନିଦ। ଅଭୟାରଣ୍ୟ ସୀମାନ୍ତରୁ ଏପର୍ଯ୍ୟନ୍ତ ୧୫ ଜଣ ଶିକାରୀ ଗିରଫ ହୋଇଥିବା ବେଳେ ୧୮ଟି ବନ୍ଧୁକ ଓ ବ୍ୟାପକ ଗୋଳାବାରୁଦ ଜବତ ହୋଇଛି। ହେଲେ କୂଳଡ଼ିହା ବନ ବିଭାଗର ଦବଙ୍ଗଗିରି ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। କମ୍ବିଂ ଅପରେସନ ନାଁରେ ବନ ବିଭାଗ ନିରୀହ ଆଦିବାସୀଙ୍କୁ ଅତ୍ୟାଚାର କରୁଥିବା ଅଭିଯୋଗ ଆସିଛି।

ଶୁକ୍ରବାର ବନ ବିଭାଗ କେସିପୁର ପଞ୍ଚାୟତ କେଳାମରା ଗ୍ରାମରେ ଚଢ଼ାଉ କରିଥିଲା। ଅଶୋକନାଳ ଅଞ୍ଚଳରୁ ଜଣେ ଶିକାରୀ ଗିରଫ ପରେ ବନ ବିଭାଗ କିଛି ନିରୀହ ଆଦିବାସୀଙ୍କୁ ଘରୁ ଡାକି ଅତ୍ୟାଚାର କରିବା ସହ ମାଡ଼ ମାରୁଥିବା ଅଭିଯୋଗ ଆସିଛି। କେଳାମରା ଗାଁର ନରୋତ୍ତମ ମଢେଇ ଓ ତାଙ୍କ ପୁଅ ରଞ୍ଜନ ମଢେଇ ଗୁରୁତର ହୋଇଛନ୍ତି। ରଞ୍ଜନ ଜଣେ ଟିବି ରୋଗୀ ହୋଇଥିବା ବେଳେ ସେ ଅସୁସ୍ଥ ହୋଇପଡିଛନ୍ତି। ପରେ ଗ୍ରାମବାସୀ ବାପ ପୁଅଙ୍କୁ ୧୦୮ ଆମ୍ବୁଲାନ୍ସରେ ଆଣି ଭର୍ତ୍ତି କରିଛନ୍ତି। ସେହି ଅଞ୍ଚଳର ଆଉ କିଛି ଗ୍ରାମବାସୀ ମଧ୍ୟ ଆହତ ହୋଇ ମୟୁରଭଞ୍ଜ ଜିଲ୍ଲା ଉଦଳା ହସ୍ପିଟାଲକୁ ଯାଇଥିବା ଜଣାପଡିଛି। ବନବିଭାଗର ଏଭଳି କାର୍ଯ୍ୟ ପାଇଁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.