ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏବେଠୁ କଲବଲ କଲାଣି ତାତି, ସାଢେ ୧୧ଟା ସୁଦ୍ଧା ପୁରୀରେ ସର୍ବାଧିକ ୨୪.୧ ଡ଼ିଗ୍ରୀ ରେକର୍ଡ

ଭୁବନେଶ୍ଵର, ୦୭/୦୨ : ଏବେଠୁ କଲବଲ କଲାଣି ତାତି। ଦିନ ସାଢେ ୧୧ଟା ସୁଦ୍ଧା ପୁରୀରେ ସର୍ବାଧିକ ତାପମାତ୍ରା ୨୪.୧ ଡ଼ିଗ୍ରୀ ଛୁଇଁଛି। ସେହିଭଳି ଭୁବନେଶ୍ବର ଏବଂ ପାରାଦୀପରେ ୨୩.୫ ଡ଼ିଗ୍ରୀ ରେକର୍ଡ ହୋଇଛି। ରାଜ୍ୟରେ ୧୭ ସହରରେ ୨୦ ଡିଗ୍ରୀ ଉପରେ ତାପମାତ୍ରା ରହିଛି। 

ସେହିଭଳି ଚାନ୍ଦବାଲିରେ ୨୨.୮ ଡିଗ୍ରୀ, ଗୋପାଳପୁରରେ ୨୨.୩ ଡିଗ୍ରୀ, କଟକରେ ୨୨.୨ ଡିଗ୍ରୀ, କେନ୍ଦ୍ରାପଡାରେ ୨୧.୬ ଡିଗ୍ରୀ, ଟିଟଲାଗଡ ଏବଂ ଯାଜପୁରରେ ୨୧.୫ ଡିଗ୍ରୀ, ଭଦ୍ରକରେ ୨୧.୪ ଡିଗ୍ରୀ, ଢେଙ୍କାନାଳରେ ୨୧.୨ ଡିଗ୍ରୀ, ନୟାଗଡରେ ୨୦.୮ ଡିଗ୍ରୀ, ମାଲକାନଗିରି, ହାରୀକୁଦ ଏବଂ ଦେବଗଡରେ ୨୦.୫ ଡିଗ୍ରୀ, ବାଲେଶ୍ବରରେ ୨୦.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

୨ ଦିନ ପରେ ରାତି ତାପମାତ୍ରାରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ହ୍ରାସ ହେବାର ସମ୍ଭାବନା ରହିଛି। ଆସନ୍ତା ୧୦ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ହେବ। ଓଡ଼ିଶା ଓ ଆନ୍ଧ୍ର ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଗୁରୁଚାପ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ପବନ ପ୍ରବାହ ବଢିବ। ତେବେ କେବଳ ଏହି ବର୍ଷ ନୁହେଁ, ପୂର୍ବରୁ ମଧ୍ୟ ଫେବୃଆରୀରେ ଏମିତି ଅସ୍ଵାଭାବିକ ଗରମ ଅନୁଭୂତ ହୋଇଛି।  


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.