ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ୨୦ବର୍ଷ ପରେ ଚାକିରୀ ଫେରିପାଇଲେ ହିନ୍ଦୀ ଶିକ୍ଷକ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କଲେ ଯୋଗଦାନ

ନୀଳଗିରି,୨୩/୮ : ନୀଳଗିରି ବ୍ଲକ ଅଧିନ ଧୋବଶିଳା ଉଦୟ ନାରାୟଣ ବିଦ୍ୟାପୀଠରେ ପୂର୍ବରୁ କାର୍ଯ୍ୟରତ ଥିବା ହିନ୍ଦୀ ଶିକ୍ଷକ ଚାକିରୀ ହରାଇ ଦୀର୍ଘ ୨୦ ବର୍ଷ ସଂଘର୍ଷ ଜାରି ରଖିଥିଲେ। ଉପରିସ୍ଥ ଅଧିକାରୀଙ୍କଠାରୁ ଆରମ୍ଭ କରି କୋର୍ଟର ଦ୍ୱାରସ୍ଥ ହୋଇ ଶେଷରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ୨୦ବର୍ଷ ପରେ ଚାକିରୀ ଫେରିପାଇଲେ ହିନ୍ଦୀ ଶିକ୍ଷକ ରମେଶ ଚନ୍ଦ୍ର ପରିଡା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆଜି ସେ କାର୍ଯ୍ୟରେ ଯୋଗଦାନ କରିଥିବାବେଳେ ତାଙ୍କ ସ୍ଥାନରେ ୨୦ବର୍ଷ ଚାକିରୀ କରିଥିବା ଶିକ୍ଷୟିତ୍ରୀ ବିନୋଦିନୀ ନାୟକଙ୍କ ଉପରେ ପୁଣି କଳାବାଦଲ ଘୋଟି ଆସିଛି ।

ପୁଣି ସେ ତାଙ୍କର ଚାକିରୀ ନେଇ ନ୍ୟାୟ ଅପେକ୍ଷାରେ ଉପରିସ୍ଥ ଅଧିକାରୀଙ୍କଠାରୁ ଆରମ୍ଭ କରି ମାନ୍ୟବର ସାଂସଦଙ୍କ ଉପରେ ଭରଷା କରିଛନ୍ତି । ସୂଚନାଯୋଗ୍ୟ ନୀଳଗିରି ବ୍ଲକ ଧୋବଶିଳା ଉଦୟନାରାୟଣ ବିଦ୍ୟାପୀଠରେ ୧୯୯୧ ମସିହାରେ ହିନ୍ଦୀ ଶିକ୍ଷକ ଭାବେ ରମେଶ ଚନ୍ଦ୍ର ପରିଡା କାର୍ଯ୍ୟରେ ଯୋଗଦେଇଥିଲେ। ୨୦୦୪ ମସିହାରେ ତତ୍କାଳୀନ ପ୍ରଧାନଶିକ୍ଷକ ତାଙ୍କୁ ଦୀର୍ଘ ବର୍ଷ ଅନୁପସ୍ଥିତ ରହିବା କାରଣରୁ ଆଉ ବିଦ୍ୟାଳୟ ଆସିବା ଦରକାର ନାହିଁ ବୋଲି କହିଥିଲେ। ପରେ ତାଙ୍କ ସ୍ଥାନରେ ଶିକ୍ଷୟିତ୍ରୀ ବିନୋଦିନୀ ନାୟକଙ୍କୁ ଚାକିରୀ ଦିଆଯାଇଥିବାବେଳେ ସେ ଆଜକୁ ୨୦ ବର୍ଷ ଧରି କାର୍ଯ୍ୟରତ ଅଛନ୍ତି । ଏପରିକି ସେ ମଧ୍ୟ ସରକାରୀ ମାନ୍ୟତା ପାଇସାରିଛନ୍ତି । ହେଲେ ନ୍ୟାୟ ପାଇଁ ପୁରାତନ ଶିକ୍ଷକ ଶ୍ରୀ ପରିଡା ରାଜନେତାଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ପାଖକୁ ଧାଇଁ ଧାଇଁ ଶେଷରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । 

ହାଇକୋର୍ଟରେ ନ୍ୟାୟ ନ ପାଇ ଶେଷରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଶେଷରେ ସୁପ୍ରିମକୋର୍ଟ ତାଙ୍କୁ ପୁନଃ ଚାକିରୀରେ ଅବସ୍ଥାପିତ କରିବାକୁ ନିର୍ଦେଶ ଦେଇଥିଲେ । ହେଲେ ଏହି ନିର୍ଦେଶ ସତ୍ତ୍ୱେ ସେ ଦୀର୍ଘ ଦିନ ଧରି ଚାକିରୀରେ ଯୋଗଦାନ କରି ପାରିନଥିଲେ। ଜିଲ୍ଲା ଶିକ୍ଷାଅଧିକାରୀଙ୍କ ନିର୍ଦ୍ଦେଶ ପରେ ମଧ୍ୟ ପ୍ରଧାନଶିକ୍ଷକ କାର୍ଯ୍ୟକାରୀ କରୁନଥିବା ବେଳେ ବିଦ୍ୟାଳୟର ପରିଚାଳନା କମିଟି ଶିକ୍ଷୟିତ୍ରୀ ବିନୋଦିନୀ ନାୟକଙ୍କ ସପକ୍ଷରେ ଥିବା ଜଣାପଡିଛି। ପରେ ଶ୍ରୀ ପରିଡା ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପାଖକୁ ଯାଇ ଶେଷରେ ନ୍ୟାୟ ମାଗିଥିଲେ। ସାଂସଦ କୋର୍ଟ ନିର୍ଦେଶକୁ ପାଳନ କରିବା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିଲେ। ଶେଷରେ ଆଜି ଜିଲ୍ଲା ଶିକ୍ଷା ଅଧିକାରିଣୀ ପ୍ରତିଭା ମଞ୍ଜରୀ ଦାସ, ଅତିରିକ୍ତ ଜିଲ୍ଲା ଶିକ୍ଷାଆଧିକାରିଣୀ, ବ୍ଲକ ଶିକ୍ଷା ଅଧିକାରିଣୀ ମାଜିଷ୍ଟ୍ରେଟ ଓ ପୋଲିସଙ୍କ ସହାୟତାରେ ବିଦ୍ୟାଳୟକୁ ଯାଇ ପୁରାତନ ହିନ୍ଦୀ ଶିକ୍ଷକ ରମେଶ ପରିଡାଙ୍କୁ ଦାୟିତ୍ବ ଅର୍ପଣ କରିଛନ୍ତି । 

ତେବେ ତାଙ୍କ ସ୍ଥାନରେ ଦୀର୍ଘ ୨୦ ବର୍ଷ ଚାକିରୀରେ ଅବସ୍ଥାପିତ ହୋଇ ସରକାରୀ ମାନ୍ୟତା ପାଇଥିବା ଶିକ୍ଷୟିତ୍ରୀ ବିନୋଦିନୀ ନାୟକ ତାଙ୍କର ଭବିଷ୍ୟତ ନେଇ ଚିନ୍ତାରେ ପଡିଛନ୍ତି । ପୂର୍ବରୁ ମଧ୍ୟ ସେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ନ୍ୟାୟ ମାଗିଥିବାବେଳେ ଆଜି ପୁଣି ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ତାଙ୍କର ଭବିଷ୍ୟତ ନେଇ ନ୍ୟାୟ ମାଗିଛନ୍ତି। ତେବେ ଅଧିକାରିଣୀ କିଛି ବ୍ୟସ୍ତ ହେବାର ନାହିଁ ଉଭୟ ଶିକ୍ଷାଦାନ ଜାରୀ ରଖିବେ ଏ ନେଇ ଖୁବଶୀଘ୍ର ସ୍ଥାନ ପାଇଁ ସେ ନିର୍ଦ୍ଦେଶନାମା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପୁରାତନ ଶିକ୍ଷକ ୨୦ ବର୍ଷ ପରେ ଚାକିରୀ ପାଇ ଖୁସି ଥିବା ବେଳେ ତାଙ୍କ ସ୍ଥାନରେ ଶିକ୍ଷୟିତ୍ରୀ ଜଣକ ନିଜର ଭବିଷ୍ୟତ ପାଇଁ ଚିନ୍ତାପ୍ରକଟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.