ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜଜ୍‌ଙ୍କ ନିଆରା ନିଷ୍ପତ୍ତି, ଦୋଷୀକୁ ୧୦ ବର୍ଷ ଜେଲ ଦଣ୍ଡ ଦେଇ କରାଇଲେ ବିବାହ

ନୂଆଦିଲ୍ଲୀ ୨୬/୦୫: ବେଳେବେଳେ କୋର୍ଟରେ କିଛି ନିଷ୍ପତ୍ତି ଐତିହାସିକ ହୋଇଯାଏ । ନ୍ୟୁୟର୍କର କୋର୍ଟରେ ଠିକ୍‌ ଏହିଭଳି ହୋଇଛି । ବନ୍ଧୁକ ଦେଖାଇ ଲୁଟ୍‌, ଘରେ ପଶି ଚୋରି କରିବା ମାମଲାରେ ଦୋଷୀ ପ୍ରମାଣିତ ଓହାୟୋ ବାସିନ୍ଦା ୩୫ ବର୍ଷୀୟ ଆନ୍ଥୋନି ସାଣ୍ଟିଆଗୋଙ୍କୁ କୋର୍ଟଙ୍କ ଦଣ୍ଡବିଧାନ ଚର୍ଚ୍ଚାର ବିଷୟ ହୋଇଛି । ମେଲିନା ମ୍ୟାକ୍‌ଗୁଇନିଙ୍ଗଲ୍‌ ନାମକ ବିଚାରକ ସାଣ୍ଟିଆଗୋଙ୍କୁ ଦଣ୍ଡିତ କରିବା ପରେ ପରେ ତାଙ୍କର ବିବାହ କରାଇଛନ୍ତି । ଅନେକ ମାମଲାରେ ଗିରଫ ହୋଇଥିବା ସାଣ୍ଟିଆଗୋଙ୍କ ବିରୋଧରେ ୨୦୨୨, ଜୁନ୍‌ରେ ଉତ୍ତର ସିରାକ୍ୟୁଜ୍‌ର ଏକ ଘରେ ଚୋରି ଅଭିଯୋଗ ହୋଇଥିଲା । 

ରିପୋର୍ଟ ଅନୁସାରେ, ଯାଞ୍ଚ୍‌କର୍ତ୍ତା ଦାବି କରିଛନ୍ତି ଯେ ୨୦୨୨, ମେ’ରେ ସାଣ୍ଟିଆଗୋ ଏକ କାର୍‌ ମଧ୍ୟ ଚୋରି କରିଥିଲେ । କୁହାଯାଏ, ସାଣ୍ଟିଆଗୋ କ୍ଲିଭ୍‌ଲ୍ୟାଣ୍ଡର ନିଜ ସାଙ୍ଗ ମଲିକ ଶବାଜ ଓ ଆଣ୍ଡ୍ରେସ୍‌ ଅର୍ଜୋଲା-ଟୋରେହୁଙ୍କ ସହ ମିଶି ଜଣଙ୍କ ଘରେ ଚୋରି ଯୋଜନା କରିଥିଲେ । ସେଠାରୁ ସେମାନେ କାର୍‌ଟିକୁ ଚୋରି କରିଥିଲେ । ସେତିକି ନୁହେଁ, ୨୦୨୨ ମସିହା ଜୁନ୍‌ ୨୭ରେ ଏହି ଲୁଟେରା ଗ୍ୟାଙ୍ଗ୍‌ ଜଣଙ୍କ ଘରେ ଡକାୟତି କରିଥିଲେ ଏବଂ ଜଣେ ମହିଳାଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିଲେ । 

ଅନ୍ୟ ଦୁଇଜଣ ସାଥୀଙ୍କ ସହ ସାଣ୍ଟିଆଗୋଙ୍କୁ ଓହାୟୋରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । କିନ୍ତୁ ସାଣ୍ଟିଆଗୋଙ୍କର କୌଣସି ଅପରାଧକୁ ନେଇ ତାଙ୍କ ଭାବୀ ପତ୍ନୀଙ୍କ ଉପରେ କୌଣସି ଫରକ ପଡ଼ିନଥିଲା । ସେ ଦଣ୍ଡବିଧାନ ପୂର୍ବରୁ ସାଣ୍ଟିଆଗୋଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଦୁହିଁଙ୍କ ଇଚ୍ଛା ବିଚାରକ ପୂରଣ କଲେ । ଦଣ୍ଡ ଶୁଣାଇବାର ଠିକ୍‌ ପରେ ଉଭୟଙ୍କର ବିବାହ କରାଇଦେଲେ । ସାଣ୍ଟିଆଗୋ ୧୦ ବର୍ଷ ଜେଲଦଣ୍ଡ ଭୋଗିବା ପରେ ପତ୍ନୀଙ୍କ ପାଖକୁ ଫେରିବେ । ତେବେ ପୂର୍ବରୁ ମଧ୍ୟ ଏଭଳି ମାମଲା ସାମ୍ନାକୁ ଆସିଛି । ୨୦ ବର୍ଷର ଜେଲ ଦଣ୍ଡ କାଟୁଥିବା ୩୧ ବର୍ଷୀୟ ବଳାତ୍କାର ଅଭିଯୁକ୍ତ ଲିୟୋନେଲ ଭାସ୍କେଜ ୨୦୨୨, ଡିସେମ୍ବରରେ ଭର୍ଜିନିଆ ଜେଲ ଭିତରେ ୩୧ ବର୍ଷୀୟା ଜେମ୍ମା ମୋର୍ଗନଙ୍କୁ ବିବାହ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.