ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୁଡ଼ି ଉଡ଼ାଉଥିବା ବେଳେ ଅଘଟଣ, ଟ୍ରେନ୍‌ରେ ଧକ୍କାରେ ଚାଲିଗଲା ନାବାଳକଙ୍କ ଜୀବନ

ଭୁବନେଶ୍ବର, ୧୦।୧୨: ଗୁଡ଼ି ଉଡ଼ାଉଥିବା ବେଳେ ଅଘଟଣ । ଟ୍ରେନ୍‌ରେ ଧକ୍କାହେଇ ଜଣେ ନାବାଳକଙ୍କ ଜୀବନ ଚାଲିଯାଇଥିବା ସୂଚନା । ଶହୀଦନଗର ଶାନ୍ତିପଲ୍ଲୀ ବସ୍ତିର ତପନ ପାତ୍ରଙ୍କ ୧୪ ବର୍ଷୀୟ ପୁଅ ସୂର୍ଯ୍ୟକାନ୍ତ ପାତ୍ର ଶନିବାର ଅପରାହ୍ନ ସମୟରେ ଟ୍ରେନ୍ ଲାଇନ୍ ପାର୍ଶ୍ଵରେ ସାଙ୍ଗ ସହ ଗୁଡ଼ି ଉଡ଼ାଉଥିଲେ । ଗୁଡ଼ିର ସୂତା କଟିଯିବାରୁ ଟ୍ରେନ୍ ଲାଇନ୍ ଅପର ପାର୍ଶ୍ୱକୁ ଗୁଡ଼ି ଆଣିବା ପାଇଁ ଯାଉଥିବା ବେଳେ ଟ୍ରେନ୍ ଧକ୍କା ଦେଇଥିଲା । 

ସେହିଠାରେ ହିଁ ନାବାଳକ ଜଣଙ୍କର ମୃତ୍ୟୁ ଘଟିଥିଲା । ସୂର୍ଯ୍ୟ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଘଟଣାସ୍ଥଳରେ ଜିଆର୍‌ପି ପୋଲିସ ପହଞ୍ଚି ବ୍ୟବଚ୍ଛେଦ ପାଇଁ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.