ପିପିଲି,୧୮/୯ : ପିଲାକୁ ଧରି ଭାର୍ଗବୀ ନଦୀକୁ ଡେଇଁଲା ମାଆ । ନିଜର ଛୋଟ ପିଲାକୁ ସାଙ୍ଗରେ ଧରି ପିପିଲି ହରିପୁର ବ୍ରିଜ ଉପରୁ ଭାର୍ଗବୀ ନଦୀକୁ ଡେଇଁଲେ ମହିଳା । ଏହା ଦେଖି ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି । ଭାର୍ଗବୀ ନଦୀରେ ବର୍ତ୍ତମାନ ବନ୍ୟା ଜଳ ନିଷ୍କାସିତ ହେଉଛି । ସେହିଭଳି ସ୍ଥାନୀୟ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଖବର ଲେଖା ହେବା ସୁଦ୍ଧା ମହିଳାଙ୍କ ପରିଚୟ ମିଳିପାରି ନାହିଁ । ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ରହିଛି ।
ବିଜେପି ସାଂସଦଙ୍କ ବଡ ଦାବି, ବଦଳି ପାରନ୍ତି ଲୋକସଭାର...