ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅପହରଣ କରି ୨୬ ବର୍ଷ ହେଲା ଘରେ ଲୁଚାଇ ରଖିଥିଲେ ପଡ଼ୋଶୀ, ଏବେ ଉଦ୍ଧାର କଲେ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ ୧୮/୦୫: ଆଫ୍ରିକୀୟ ଦେଶ ଆଲଜେରିଆର ଜେଲ୍‌ଫା ସହରରେ ୨୬ ବର୍ଷ ତଳେ ନିଖୋଜ ହୋଇଯାଇଥିଲେ ଓମାର ବିନ୍‌ ଓମରାନ୍‌ । ସେତେବେଳେ ତାଙ୍କ ବୟସ ଥିଲା ମାତ୍ର ୧୯ ବର୍ଷ । ଓମରାନ୍‌ ନିଖୋଜ ହୋଇଯିବା ପରେ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ଶେଷରେ ୧୯୯୦-୨୦୦୦ ମସିହାଯାଏ ଦେଶରେ ଚାଲିଥିବା ଗୃହଯୁଦ୍ଧରେ ତାଙ୍କର ମୃତ୍ୟୁ ହୋଇଯାଇଥିବ ବୋଲି ମନେ କରିଥିଲେ । ତେବେ ତାଙ୍କ ମା’ କିନ୍ତୁ ପୁଅର ଫେରିବା ଆଶା ଛାଡି଼ନଥିଲେ । ସେହିପରି ଅପେକ୍ଷାରତ ଅବସ୍ଥାରେ ୨୦୧୩ରେ ତାଙ୍କର ମୃତ୍ୟୁ ଘଟିଥିଲା । ଗତ ରବିବାର ଓମରାନ୍‌ଙ୍କୁ ଠାବ କରାଯାଇଛି । ନିଜ ଘରଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ଜଣେ ପଡ଼ୋଶୀଙ୍କ ଘରର ଏକ ଭୂତଳ କୋଠରୀରୁ ସୁରକ୍ଷାକର୍ମୀମାନେ ତାଙ୍କୁ ଉଦ୍ଧାର କରିଛନ୍ତି ।

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁସାରେ, ୧୯୯୮ ମସିହାରେ ଓମରାନ୍‌ ସ୍କୁଲ ଯାଇଥିବା ସମୟରେ ତାଙ୍କର ଜଣେ ୬୧ ବର୍ଷୀୟ ପଡ଼ୋଶୀ ତାଙ୍କୁ ଅପହରଣ କରିନେଇଥିଲେ । ପଡ଼ୋଶୀଜଣକ ଉଚ୍ଚ ପାହ୍ୟାର ସରକାରୀ ଅଧିକାରୀ ହୋଇଥିବାବେଳେ ଏକୁଟିଆ ରହୁଥିଲେ । ଓମରାନ୍‌ଙ୍କୁ ଉଦ୍ଧାର କରାଯିବା ସମୟର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । ସେଥିରେ ଲମ୍ବା ଦାଢ଼ି ଓ ସ୍ୱେଟର ପିନ୍ଧିଥିବା ଓମରାନ୍‌ଙ୍କୁ ଭୟରେ କମ୍ପୁଥିବା ଦେଖିବାକୁ ମିଳୁଛି । ଅପହର୍ତ୍ତାଙ୍କ ଭାଇଙ୍କର ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟରୁ ଏହି ଘଟଣା ସଂପର୍କରେ ଜଣାପଡି଼ଥିଲା । ଏହାପରେ ଓମରାନ୍‌ଙ୍କ ପରିବାର ଲୋକେ ପୁଲିସ ସହ ଯୋଗାଯୋଗ କରିଥିଲେ । ଏଥିସହ ଖୋଲିଥିଲା ଓମରାନ୍‌ଙ୍କ ନିଖୋଜ ହେବା ସଂପର୍କିତ ଫାଇଲ୍‌ । ଅଧିକାରୀମାନେ ଅପହର୍ତ୍ତାଙ୍କ ଘରର ଯାଞ୍ଚ କରିବାରୁ ସେମାନଙ୍କୁ ଚଟାଣ ତଳେ ଏକ ଲୁକ୍କାୟିତ କୋଠରୀ ମିଳିଥିଲା । ସେହି ଛୋଟ କୋଠରୀରେ ଓମରାନ୍‌ ଥିଲେ । ସେହି ଘରଟି ଅପହରଣକାରୀଙ୍କର ଏକ ମେଣ୍ଢା ଫାର୍ମ ଥିଲା ବୋଲି କୁହାଯାଉଛି । 




ଅପହର୍ତ୍ତାଙ୍କ ବିରୋଧରେ ଓମରାନ୍‌ଙ୍କ କୁକୁରକୁ ହତ୍ୟା କରିବାର ମଧ୍ୟ ଅଭିଯୋଗ ରହିଛି । ଓମରାନ୍‌ ନିଖୋଜ ହେବାର ପ୍ରାୟ ମାସେ ଯାଏ ତାଙ୍କର ପ୍ରିୟ କୁକୁର ସବୁବେଳେ ତାଙ୍କ ପଡ଼ୋଶୀଙ୍କ ଘର ଆଗରେ ପଇଁତରା ମାରୁଥିଲା । କିନ୍ତୁ ପରେ କୁକୁରର ମୃତଦେହ ମିଳିଥିଲା । ପୁଲିସର ତଲାସୀ ସମୟରେ ଅପହର୍ତ୍ତା ଖସିଯିବାକୁ ଚେଷ୍ଟା କରୁଥିବାବେଳେ ତାଙ୍କୁ ଗିରଫ କରାଯାଇଛି । ଏ ସଂପର୍କରେ ଓମରାନ୍‌ କହିଛନ୍ତି, ଭୂତଳରେ ଥିବା ଏକ ଝରକାରୁ ସେ ପରିବାର ଲୋକଙ୍କୁ ଦେଖିବାକୁ ପାଉଥିଲେ । କିନ୍ତୁ ଡାକିବାର ଉପାୟ ନଥିଲା । ଉଦ୍ଧାର ହେବା ପରେ ତାଙ୍କୁ ଏକ ମେଡିକାଲ ସେଣ୍ଟରକୁ ନିଆଯାଇଛି । ଅଧିକାରୀମାନଙ୍କ ଅନୁସାରେ, ଏହା ଏକ ଜଘନ୍ୟ ଅପରାଧ । ତେଣୁ ଅପହରଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଅପହର୍ତ୍ତାଙ୍କ ପରିଚୟକୁ ଗୋପନ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.