ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫୁଲବାଣୀରେ ଭୋଟ୍ ଦେଲେ ଅଲିମ୍ପିୟାନ ଶ୍ରାବଣୀ

ଫୁଲବାଣୀ,୨୦/୫ : ସୋମବାର ସକାଳୁ କନ୍ଧମାଳ ଜିଲ୍ଲାର ୬୫୯ ବୁଥରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। କିଛି ସ୍ଥାନରେ ଇଭିଏମରେ ତ୍ରୁଟି ଦେଖାଦେଇଥିବା ବେଳେ ଅଧିକାଂଶ ସ୍ଥାନରେ ମତଦାନ ଶାନ୍ତିଶୃଙ୍ଖଳାର ସହ ଚାଲିଛି। ସକାଳୁ ସକାଳୁ ବୁଥ୍‌ମାନଙ୍କରେ ଭୋଟରମାନଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ସକାଳ ୯ଟା ସୁଦ୍ଧା ଜିଲ୍ଲାରେ ମତଦାନ ହାର ୬.୭୭ ଥିବା ଜଣାପଡିଛି। ଆଜି ଫୁଲବାଣୀ ପୌରାଞ୍ଚଳ ଅନ୍ତର୍ଗତ ୧୧୮ନଂ ବୁଥ ଏଜେଓ ହାଇସ୍କୁଲ ଠାରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ଦୌଡରାଣୀ ଅଲିମ୍ପିୟାନ ଶ୍ରାବଣୀ ନନ୍ଦ।  ବାପା ବନବିହାରୀ ନନ୍ଦ ଓ ମା ସୁବାସିନୀ ରାୟଗୁରୁଙ୍କ ସହ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇଥିଲେ ଶ୍ରାବଣୀ। 

ପୂର୍ବ ନିର୍ବାଚନମାନଙ୍କରେ ଦେଶ ବାହାରେ ଥିବାରୁ ସେ ମତଦାନ କରି ପାରି ନଥିଲେ। ଏଥର ପ୍ରଥମ ଥର ପାଇଁ ଭୋଟ୍ ଦେବାର ସୁଯୋଗ ପାଇଥିବାରୁ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି ଶ୍ରାବଣୀ। କେବଳ ଭୋଟ୍ ଦେବା ପାଇଁ ଭୂବନେଶ୍ୱରରୁ ଫୁଲବାଣୀ ଆସିଥିବା ସେ ପ୍ରକାଶ କରିଛନ୍ତି। ସମସ୍ତ ମତଦାତାଙ୍କୁ ଏହି ଅଧିକାର ସାବ୍ୟସ୍ତ କରିବା ପାଇଁ ସେ ଅନୁରୋଧ କରିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.