ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜଳଭଣ୍ଡାରରେ ଲଞ୍ଚ ଯୋଗେ ଜଳଯାତ୍ରା କରି ମାଓପ୍ରବଣ ଇଲାକାର ୨ଟି ବୁଥରେ ପହଞ୍ଚିଲେ ପୋଲିଂ ପାର୍ଟି

ମାଲକାନଗିରି,୧୨/୫ : ନିର୍ବାଚନ ପାଇଁ ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରେ ଲଞ୍ଚ ଯୋଗେ ୪ଘଣ୍ଟାର ଜଳ ଯାତ୍ରା କରି ସ୍ୱାଭିମାନ ଅଞ୍ଚଳର ମାଓପ୍ରବଣ  ଅପହଞ୍ଚ ଇଲାକାର ଦୁଇଟି ବୁଥ ରେ ପହଞ୍ଚିଛନ୍ତି ପୋଲିଂ ପାର୍ଟି।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକରେ ଶନିବାର ସନ୍ଧ୍ୟା ରେ ପୋଲିଂ ପାର୍ଟି ପହଞ୍ଚି ସାରିଥିବା ବେଳେ ରବିବାର ଅପରାହ୍ନ ରେ ସ୍ଵାଭିମାନ ଅଞ୍ଚଳ ଅନ୍ତର୍ଗତ ଜଳ ଭଣ୍ଡାର ଅପର ପାର୍ଶ୍ଵରେ ଥିବା ମାଓପ୍ରବଣ ଦୁର୍ଗମ ଅପହଞ୍ଚ ଯନ୍ତ୍ରୀ ପଞ୍ଚାୟତର ଯନ୍ତ୍ରୀ ଓ ସନ୍ନ୍ୟାସୀଗୁଡ଼ା ଗ୍ରାମରେ ହୋଇଥିବା ଦୁଇଟି ବୁଥ ରେ ମତଦାନ କରାଇବାକୁ ପୋଲିଂ ପାର୍ଟି ସ୍ଵତନ୍ତ୍ର ମୋଟର ଲଞ୍ଚ ଯୋଗେ ସ୍ପିଲବାଇ ଲଞ୍ଚ ଘାଟରୁ ଜଳ ଭଣ୍ଡାର ମଧ୍ୟରେ ଦୀର୍ଘ ୪ ଘଣ୍ଟାରୁ ଉର୍ଦ୍ଧ ଜଳ ଯାତ୍ରା କରି ବୁଥ ରେ ପହଁଚିଛନ୍ତି ।

ଏହି ଅଞ୍ଚଳରେ ମାଓବାଦୀଙ୍କ ଭୟରେ ନିର୍ବାଚନ ହୋଇପାରୁ ନଥିଲା, ସ୍ୱାଭିମାନ ଅଞ୍ଚଳର ବିକାଶ ଏବଂ ମାଓ ଦମନ ପରେ ଆଉ ସେ ଭୟ ନାହିଁ ସେ ଅଞ୍ଚଳରେ ପ୍ରଥମ କରି ନିର୍ବାଚନ ହେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି। ଚଳିତ ନିର୍ବାଚନରେ ୧୪୭ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ରେ ୨୪୬ଟି ବୁଥ ହୋଇଛି,୧୦ ଟି ସ୍ୱତନ୍ତ୍ର ସଖି ବୁଥ,୬୯ ସମ୍ବେଦନ ଶୀଳ ବୁଥ ରହିଛି।

ସେଥି ମଧ୍ୟରୁ ଚିତ୍ରକୋଣ୍ଡା ବ୍ଲକ ଓ ସ୍ୱାଭିମାନ ଅଞ୍ଚଳରେ  ସମୁଦାୟ ୫୪ ଟି ବୁଥରେ ମତଦାନ ନିମନ୍ତେ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି। ସେଥି ମଧ୍ୟରୁ ୨୪ ଟି ବୁଥ ସମ୍ବେଦନଶୀଳ ରହିଛି। ପୂର୍ବରୁ ଏହିସବୁ ଅଞ୍ଚଳ ମାଓବାଦୀଙ୍କ ଗଡ଼ ଥିଲା। ସୁରକ୍ଷା ଦୃଷ୍ଟିରୁ ସ୍ଵାଭିମାନ ଅଞ୍ଚଳର ମତଦାନ କେନ୍ଦ୍ରଗୁଡ଼ିକରେ ପ୍ରଶାସନ ପକ୍ଷରୁ ମତଦାନ କରିବା ସମ୍ଭବ ହୋଇ ପାରୁନଥିଲା। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସ୍ଵାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଏସଏଫ କ୍ୟାମ୍ପ ନିର୍ମାଣ ହେବା ପରେ ଏହା ମାଓ ମୁକ୍ତ ହେବା ସହ ଅଞ୍ଚଳରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବହୁ ବିକାଶମୂଳକ କାମ ହୋଇଛି । ଏହିସବୁ ଅଞ୍ଚଳରେ ପ୍ରଥମ ଥର ପାଇଁ ଗତ ପଞ୍ଚାୟତ ନିର୍ବାଚନ ହୋଇଥିଲା । ଭୋଟ ପାଇଁ ଏହିସବୁ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମତଦାନ ସମୟରେ ଯେଭଳି କୌଣସି ବିଶୃଙ୍ଖଳା ଦେଖା ନଯାଏ ସେଥିପ୍ରତି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଲଞ୍ଚ ଘାଟ ଠାରେ ଯନ୍ତ୍ରୀ ଓ ସନ୍ୟାସୀଗୁଡ଼ା ଯାଉଥିବା ପୋଲିଂ ପାର୍ଟିକୁଙ୍କୁ ମହିଳା ମାନେ ଚନ୍ଦନ, ଫୁଲ ପିନ୍ଧାଇ ହୁଳହୁଳି ପକାଇ ଶୁଭ କାମନା ଜଣାଇ ବିଦାୟ ଦେଇଥିଲେ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.