ଭୁବନେଶ୍ଵର, ୬/୬ : ରାଜ୍ୟରେ ହୋଇଥିବା ସାଧାରଣ ନିର୍ବାଚନ ଫଳାଫଳ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ଦିନ ଗୋଟାଏରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ନିଜ ଟିମ୍ ସହ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଆନୁଷ୍ଠାନିକ ଭାବେ ନିର୍ବାଚନୀ ଫଳାଫଳ ନେଇ ରିପୋର୍ଟ ଦେଇଛନ୍ତି ।
୨୦୨୪ ନିର୍ବାଚନରେ କେଉଁ ଦଳର ସଂଖ୍ୟା ଗରିଷ୍ଠତା ରହିଛି ସେସମ୍ପର୍କରେ ରାଜ୍ୟପାଳଙ୍କ ଅବଗତି ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଆନୁଷ୍ଠାନିକ ରିପୋର୍ଟ ଦେଇଥାନ୍ତି। ଏହା ସହିତ ନିର୍ବାଚିତ ବିଧାୟକ ତାଲିକା ପ୍ରଦାନ କରିଛନ୍ତି।