ପ୍ରମୁଖ ଖବର
  • ଭୁବନେଶ୍ୱର : ଜାତୀୟ ସ୍ତରୀୟ ଗବେଷଣା ସୁଯୋଗ, ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ପାଇଁ ୩୦୦ ଶିକ୍ଷାର୍ଥୀ ଚୟନ
  • ||
  • ଭୁବନେଶ୍ୱର : ମହିଳାଙ୍କ ସୁରକ୍ଷା ପାଇଁ ନିଯୁକ୍ତ ହୋଇଥିଲେ; ତାଲିମ ନେଇଥିଲେ ୨୪୮ ଜଣ, ଏବେ ବନ୍ଦ ହୋଇଗଲା ଏସ୍‌ଓପି ବ୍ୟବସ୍ଥା
  • ||
  • ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ଜଣେ ଟିଏମସି କର୍ମୀଙ୍କୁ ହତ୍ୟା, ପୁଣି ବିଜେପି ବିରୋଧରେ ଦଳ ଆଣିଲା ଅଭିଯୋଗ
  • ||
  • ବାଂଲାଦେଶ ମୁହାଁ ବାତ୍ୟା, ପ୍ରଭାବରେ ୪ଜିଲ୍ଲାରେ ବର୍ଷା ଓ ପବନ ସମ୍ଭାବନା, ୪ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ
  • ||
  • ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟିଂ, ୪୪୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ୍, ୫୮ ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ
  • ||
  • ସୃଷ୍ଟି ହେଲା ଅବପାତ: ୨୫ ରାତିରୁ ଉପକୂଳରେ ବର୍ଷା, ୨୬ରେ ଭୀଷଣ ବାତ୍ୟା ରୂପ ନେବ
  • ||

ଡିଆର୍‌ଡିଓର ମହତ୍ୱାକାଂକ୍ଷୀ ପ୍ରକଳ୍ପ, ଅନେକ ଗୁଣ ବଢ଼ିବ ବାୟୁସେନାର ଶକ୍ତି

ନୂଆଦିଲ୍ଲୀ ୧୪/୦୫: ଭାରତର ଭବିଷ୍ୟତର ଅସ୍ତ୍ର । ନାଁ ‘ଫୁଫା’ । ଶତ୍ରୁର ଘରେ ପଶି ଦ୍ରୁତ ବେଗରେ ଆକ୍ରମଣ କରିବ । ଶତ୍ରୁର ରାଡାର କିମ୍ବା କ୍ୟାମେରା ଏହାକୁ ଦେଖିପାରିବ ନାହିଁ । ଏହା ଭାରତର ସବୁଠୁ ଗୁପ୍ତ ପ୍ରତିରକ୍ଷା ପ୍ରକଳ୍ପ ମଧ୍ୟରେ ଅନ୍ୟତମ । ଏହା ଡିଆର୍‌ଡିଓର ପ୍ରୋଜେକ୍ଟ । ଫୁଫାର ପୂରା ନାଁ ‘ଫ୍ୟୁଚରିଷ୍ଟିକ୍‌ ଅନ୍‌ମ୍ୟାନ୍‌ଡ ଫାଇଟର ଏୟାରକ୍ରାଫ୍ଟ । ଏହା ବାୟୁମାର୍ଗର ଏଭଳି ଏକ ଅସ୍ତ୍ର, ଯାହାର ନାଁ ଶୁଣିଲେ ଚୀନ୍‌ ଓ ପାକିସ୍ତାନ ଥରିଉଠିବ । ଶତ୍ରୁପକ୍ଷର ଆକାଶରେ ଏହା ଯେତେବେଳେ ଉଡ଼ିବ, କଡ଼ା ସୁରକ୍ଷା ବଳୟରେ ଥିବା କ୍ଷେତ୍ରକୁ ମଧ୍ୟ ଧ୍ୱଂସ କରିଦେବ । 

ଶତ୍ରୁର ବଙ୍କର ହେଉ ବା ଅସ୍ତ୍ରଶସ୍ତ୍ର ଡିପୋ, ପାୱାର ପ୍ଲାଣ୍ଟ୍‌ ହେଉ ବା ଯେକୌଣସି ଟାର୍ଗେଟ୍‌, ଫୁଫାର ଆକ୍ରମଣରୁ କେହି ରକ୍ଷା ପାଇପାରିବେ ନାହିଁ । ଡିଆର୍‌ଡିଓର ସଂସ୍ଥା ଏରୋନଟିକାଲ୍‌ ଡେଭ୍‌ଲପମେଣ୍ଟ୍‌ ଏଷ୍ଟାବ୍ଲିଶ୍‌ମେଣ୍ଟ (ଏଡିଇ) ଏହାର ଡିଜାଇନ୍‌ ପ୍ରସ୍ତୁତ କରିଛି । ଏହି ଲଢୁଆ ବିମାନକୁ ଦେଖିଲେ ସ୍ପଷ୍ଟ ହେଉଛି ଯେ ଭାରତ ଷ୍ଟେଲ୍‌ଥ ୱିଙ୍ଗ୍‌ ଫ୍ଲାଇଙ୍ଗ୍‌ (ଏସ୍‌ଡବ୍ଲ୍ୟୁଏଫ୍‌) ମାମଲାରେ ଦ୍ରୁତ କାମ କରୁଛି । ଏହି ପ୍ରୋଜେକ୍ଟ ଏବେ ପ୍ରାରମ୍ଭିକ ସୋପାନରେ ଅଛି । ସେଥିପାଇଁ ଡିଆର୍‌ଡିଓ ଏ ବିଷୟରେ ଅଧିକ ତଥ୍ୟ ପ୍ରଦାନ କରିନାହିଁ । ଏହାର ଯୋଜନା ବିଷୟରେ ମଧ୍ୟ ଅଧିକ ସୂଚନା ନାହିଁ । କିନ୍ତୁ ବିଶ୍ୱରେ ଏହି ପ୍ରୋଜେକ୍ଟ ଉପରେ କାମ ଚାଲିଛି । ସେହି କୌଶଳକୁ ଭାରତ ସ୍ୱଦେଶୀ ଉପାୟରେ ପ୍ରସ୍ତୁତ କରୁଥିବା ଅନୁମାନ କରାଯାଉଛି ।

ଫୁଫା ୪ ପ୍ରକାର ମିଶନ୍‌ରେ ସକ୍ଷମ ହେବ । ଷ୍ଟ୍ରାଟେଜିକ୍‌ ଅଫେନ୍ସିଭ୍‌, କ୍ଲୋଜ୍‌ ଏୟର୍‌ ସପୋର୍ଟ, ମିସାଇଲ ଅଫେନ୍ସିଭ୍‌ ଓ ବାୟୁମାର୍ଗରେ ଶତ୍ରୁର ସୁରକ୍ଷା ବଳୟକୁ ଭେଦ କରି ନଷ୍ଟ କରିବା । ଫୁଫାର ପ୍ରଥମ ସଂସ୍କରଣର ପ୍ରସ୍ତୁତି ସରିଛି । ଏହା ହାଲୁକା ହେବ । କିନ୍ତୁ ଏହାର ସଂଶୋଧିତ ସଂସ୍କରଣ ୫୫୦୦ କିଲୋଗ୍ରାମ୍‌ର ହୋଇପାରେ । ଏହା ୧୫୦୦ କିଲୋଗ୍ରାମ୍‌ର ପେଲୋଡ୍‌ ନେଇପାରିବ । ଫୁଫା ତେଜସ୍‌ ଫାଇଟର ଜେଟ୍‌ଠୁ ଛୋଟ ବିମାନ ହୋଇପାରେ । ଏଥିରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ର ଏଚ୍‌ଟିଏଫ୍‌ଇ-୨୫ ଇଞ୍ଜିନ ଲାଗିପାରେ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.