ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ବିଶ୍ୱର ସବୁଠୁ ଦ୍ରୁତତମ ଲିପ୍ଟ; ୧ ସେକେଣ୍ଡରେ ଯାଇପାରେ ୬୭ ଫୁଟ୍, ୫୫ ସେକେଣ୍ଡରେ ୧୧୮ ମହଲାରେ ପହଞ୍ଚେ

ନୂଆଦିଲ୍ଲୀ, ୬।୧୧: ଦୁନିଆରେ ଆକାଶକୁ ଛୁଇଁବା ପରି ମନେ ହେଉଥିବା ଅଟ୍ଟାଳିକାଗୁଡ଼ିକର ଅଭାବ ନାହିଁ । କେଉଁଟା ୧୦୦ ମହଲା ତ ଆଉ କେଉଁଟା ୧୫୦ ମହଲା । ଦୁବାଇର ବୁର୍ଜ ଖଲିଫା ୧୬୩ ମହଲା ପର୍ଯ୍ୟନ୍ତ ତିଆରି ହୋଇଛି । ଏହି କାରଣରୁ ଏହାକୁ ସବୁଠାରୁ ଉଚ୍ଚ ଅଟ୍ଟାଳିକାର ମାନ୍ୟତା ମଧ୍ୟ ମିଳିଛି । କିନ୍ତୁ, ଦୁନିଆର ସବୁଠାରୁ ଦ୍ରୁତତମ ଲିପ୍ଟ କେଉଁଟି ଜାଣନ୍ତି କି ? ଏହି ବିଲ୍ଡିଂକୁ ନିର୍ମାଣ କରିଛି ଜାପାନୀ କମ୍ପାନୀ ହିଟାଚୀ ବିଲ୍ଡିଂ ସିଷ୍ଟମ୍ ଲିମିଟେଡ୍ । ଏହାକୁ ଚୀନ୍‌ର ସବୁଠାରୁ ଉଚ୍ଚ ଅଟ୍ଟାଳିକା ସାଂଘାଇ ଟାୱାରରେ ଲଗାଯାଇଛି । ଏହି ଲିପ୍ଟର ସ୍ପିଡ୍ ୭୩.୮ କିମି ପ୍ରତି ଘଣ୍ଟା । ଏହା ଚିତା ପରି ଦ୍ରୁତ ଗତିରେ ଚାଲେ । ମାତ୍ର, ୫୫ ସେକେଣ୍ଡ ଭିତରେ ଏହା ୧୧୮ ମହଲା ପର୍ଯ୍ୟନ୍ତ ପହଞ୍ଚାଇପାରେ । ଏହି ଲିପ୍ଟର ନାଁ ଗିନିଜ୍ ବୁକ୍‌ରେ ମଧ୍ୟ ସ୍ଥାନ ପାଇଛି । 

ଏହି ସୂଚୀରେ ଦ୍ୱିତୀୟ ନମ୍ୱରରେ ଅଛି ଚୀନ୍‌ର ସିଟିଏଫ୍ ଫାଇନାନ୍ସ ସେଣ୍ଟର ବିଲ୍ଡିଂର ଲିପ୍ଟ । ଏହା ଘଣ୍ଟା ପ୍ରତି ୭୨ କିମି ଗତିରେ ଚାଲେ ଓ ମାତ୍ର ୪୫ ସେକେଣ୍ଡ ମଧ୍ୟରେ ୯୫ ମହଲା ପର୍ଯ୍ୟନ୍ତ ପହଞ୍ଚାଇଦିଏ । ବୁର୍ଜ ଖଲିଫା ଲିପ୍ଟର ଗତି ୬୫ କିମି ପ୍ରତି ଘଣ୍ଟା । ଅଟ୍ଟାଳିକାର ୧୨୪ ତମ ମହଲାରେ ‘ଡେକ୍ ଆଟ୍ ଦ ଟପ୍’ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଏହି ଲିପ୍ଟକୁ ମାତ୍ର ୨ ମିନିଟ୍ ସମୟ ଲାଗେ । ଏହି ସ୍ଥାନଟି ସବୁଠାରୁ ଦେଖିବା ଯୋଗ୍ୟ ସ୍ଥାନ ଅଟେ । ଯେଉଁଠାରୁ ପର୍ଯ୍ୟଟକମାନେ ଦୁବାଇ ସହରର ଦୃଶ୍ୟ ଦେଖିପାରନ୍ତି । ଏଗୁଡ଼ିକ ପରେ ତାଇପେ ଫାଇନାନ୍ସସିଆଲ ସେଣ୍ଟର ଅଟ୍ଟାଳିକାର ଲିପ୍ଟର ଗତି ମଧ୍ୟ ବହୁତ ଅଧିକ । ସବୁଠାରୁ ପୁରୁଣା ଅଟ୍ଟାଳିକାରେ ଲାଗିବା ସତ୍ତ୍ୱେ ବି ଏହି ଲିପ୍ଟର ଗତି ରହିଛି ୬୦.୬ କିମି ପ୍ରତି ଘଣ୍ଟା । ମାତ୍ର, ୩୭ ସେକେଣ୍ଡରେ ୮୯ ମହଲା ପର୍ଯ୍ୟନ୍ତ ଏହା ପହଞ୍ଚାଇଦିଏ । ଏହି ଅଟ୍ଟାଳିକାର ସ୍ୱତନ୍ତ୍ର ଡିଜାଇନ୍ ତାଇୱାନର ପାରମ୍ପରିକ ବାସ୍ତୁକଳାର ପ୍ରତୀକ ।  

୧୯୯୩ରେ ଅନ୍ୟ ଏକ ଦ୍ରୁତତର ଜାପାନୀ ଲିପ୍ଟ ୟୋକୋହାମା ଟାୱାରରେ ଲଗାଯାଇଛି ଯାହା ୪୫ କିମି ପ୍ରତି ଘଣ୍ଟା ଗତିରେ ଚାଲେ । ତାକୁ ଉପରକୁ ଯିବା ପାଇଁ ଲିପ୍ଟ ୨୪ ସେକେଣ୍ଡ ସମୟ ଲାଗେ । ସାଧାରଣତଃ ସମୟ ବଞ୍ଚାଇବା ପାଇଁ ଲିପ୍ଟର ବ୍ୟବହାର କରାଥାଏ । ତେବେ ଚୀନରେ ଥିବା ବିଶ୍ୱର ସବୁଠାରୁ ଦ୍ରୁତତମ ଲିପ୍ଟ ଆଖି ପିଛୁଳାକେ ଆପଣଙ୍କୁ ଗନ୍ତବ୍ୟ ସ୍ଥାନକୁ ନେଇଯିବ । ୨୦୧୭ରେ ଏହି ଲିପ୍ଟକୁ ବସାଯାଇଥିଲା । ଏହି ଲିପ୍ଟଟି ୧ ସେକେଣ୍ଡରେ ୨୦.୫ ମିଟର ବା ୬୭ ଫୁଟ୍ ଯାଇପାରେ । ଏହି ଟାୱାରର ଲିପ୍ଟ ପାଇଁ ୪୦ ଜଣ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଥିଲା । 

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.