ପ୍ରମୁଖ ଖବର
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଡଙ୍ଗା ଭସା ବେଳେ ଅଘଟଣ, ପାଣିରେ ବୁଡ଼ି ଯୁବକ ମୃତ

ଅନୁଗୁଳ, ୨୭।୧୧: କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ । ଡଙ୍ଗା ଭସା ବେଳେ ପାଣିରେ ବୁଡ଼ି ଯୁବକ ମୃତ । ତାଳଚେର ଥାନା ଇଲାକା କଙ୍କିଳୀ ଗ୍ରାମ ଦେଇ ଯାଇଥିବା ସମଲ ରାଇଟ୍ କେନାଲରେ ସୋମବାର ଭୋରୁ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକ ପାଲଲହଡ଼ା ବ୍ଲକ୍ ସହର ଗୁରୁଜାଙ୍ଗ ଗ୍ରାମର ଆଶିଷ କୁମାର ସାହୁ ବୋଲି ଜଣାପଡ଼ିଛି ।  

ସୂଚନା ମୁତାବକ, ଆଶିଷ ଛୋଟବେଳୁ ତାଙ୍କ ମାମୁଁଙ୍କ ଘରେ ତାଳଚେର କଙ୍କିଳୀ ଗ୍ରାମ ପଞ୍ଚାୟତର କଙ୍କିଳୀ ନୂଆଁସାହି (ସାତପାଟିଆ)ରେ ରହି ପଢ଼ୁଥିଲେ । ପରେ ଏକ ପ୍ରାଇଭେଟ୍ ଗାଡ଼ି ଫାଇନାନ୍ସ କମ୍ପାନୀରେ ନିଯୁକ୍ତ ଥିଲେ । ଆଜି ଭୋର ସମୟରେ ବୋଇତ ବନ୍ଦାଣ ଉତ୍ସବ ଥିବାରୁ ପିଲାମାନଙ୍କ ସହ ବୋଇତ ବନ୍ଦାଣ ପାଇଁ ଯାଇଥିବା ବେଳେ ପାଣିରେ ବୁଡ଼ି ଯାଇଥିଲେ । ତାଙ୍କୁ ପାଣିରୁ ଉଦ୍ଧାର କରି ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଖବର ପ୍ରଚାର ହେବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.