ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୋଲିସ ଗାଡି ଦେଖି ଭୟରେ ମାରିଲେ ୟୁ ଟର୍ଣ୍ଣ, ଚାପିଦେଲା ଗ୍ୟାସ୍ ବୋଝେଇ ଟ୍ରକ୍

ଭୁବନେଶ୍ଵର, ୨୩/୦୩ : ପୋଲିସ ଗାଡି ଦେଖି ଭାବିଲେ ଚେକିଂ ଚାଲିଛି। ଭୟରେ ମାରିଦେଲେ ୟୁ ଟର୍ଣ୍ଣ। ରଙ୍ଗ୍ ରୁଟ୍‌ରେ ଯିବା ବେଳେ ଚାପିଦେଲା ଗ୍ୟାସ୍ ବୋଝେଇ ଟ୍ରକ୍। ଡମଣା ପଟିଆ ରାସ୍ତା ଷ୍ଟେଟ୍ ବ୍ୟାଙ୍କ୍ ସମ୍ମୁଖରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି।

ସୂଚନାନୁଯାୟୀ, ଡମଣା ପଟିଆ ରାସ୍ତାରେ ପୋଲିସ ଗାଡି ଦେଖି ଜଣେ ଯୁବକ ଭୟଭୀତ ହୋଇଯାଇଥିଲେ। ଚେକିଂ ଚାଲିଛି ଭାବି ଭୟରେ ୟୁ ଟର୍ଣ୍ଣ ମାରି ଦେଇଥିଲେ। ରଙ୍ଗ୍ ରୁଟ୍‌ରେ ଯିବା ବେଳେ ଷ୍ଟେଟ୍ ବ୍ୟାଙ୍କ୍ ସମ୍ମୁଖରେ ଯୁବକଙ୍କୁ ଏକ ଗ୍ୟାସ୍ ବୋଝେଇ ଟ୍ରକ୍ ଚାପି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣା ସ୍ଥଳରେ ଦୁଇଟି ପିସିଆର ସହ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସ୍ଥାନୀୟ ପୁଲିସ୍ ତଦନ୍ତ ଚଳାଇଛି। ସେପଟେ ବାରମ୍ବାର ଡମଣାରୁ ପଟିଆ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ହେଉଥିବାରୁ ସ୍ପିଡ ବ୍ରେକର ପାଇଁ ଦାବି କରିଛନ୍ତି ସ୍ଥାନୀୟ ଜନତା।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.