ନୂଆଦିଲ୍ଲୀ,୨୮।୯: ବିଆରଏସ୍ର ଏମ୍ଏଲସି ଓ କେସିଆରଙ୍କ ଝିଅ କବିତା ଇଣ୍ଡିଆ ମେଣ୍ଟକୁ ନେଇ ଦେଇଛନ୍ତି ବଡ ବୟାନ। ସେ କହିଛନ୍ତି, ଆଜି ଇଣ୍ଡିଆାର ଯେଉଁ ମେଣ୍ଟ ରହିଛି ତାହା କାଲି ପର୍ଯ୍ୟନ୍ତ ରହିବ ତା’ର କୌଣସି ଗ୍ୟାରେଣ୍ଟି ନାହିଁ, କାରଣ ୫ ରାଜ୍ୟରେ ନିର୍ବାଚନ ହେବ ଓ ସଂସଦ ନିର୍ବାଚନ ପୂର୍ବରୁ ସିଟ୍ ସେୟାରିଂର ପ୍ରସଙ୍ଗ ରହିବ। ଏହାପରେ ସ୍ଥିତି ଅଲଗା ହେବ। ଯେତେବେଳେ ଫଳାଫଳ ଆସିବ, ତେବେ ଏହାପର ସ୍ଥିତି ଆହୁରି ଅଲଗା ହେବ।’
ସେ କହିଛନ୍ତି, ଐତିହାସିକ ରୂପରେ ଏହି ଦେଶରେ ପ୍ରି-ପୋଲ୍ ମେଣ୍ଟ ଖୁବ୍ ସଫଳ ନୁହେଁ, ତେଣୁ ଆମେ ନିଶ୍ଚିତ ରୂପରେ ଅପେକ୍ଷା କରିବ। କିନ୍ତୁ ବିଆରଏସ୍ ଏକ ରାଷ୍ଟ୍ରୀୟ ପାର୍ଟି ଯାହାର ରାଷ୍ଟ୍ରୀୟ ଏଜେଣ୍ଡା ଓ ୟୁନିଭର୍ସାଲ ଏଜେଣ୍ଡା ରହିଛି। ଏହା କର୍ଣ୍ଣାଟକରେ ଏକ ଏଜେଣ୍ଡା ଓ ତେଲେଙ୍ଗାନାରେ ଦ୍ବିତୀୟ ଏଜେଣ୍ଡା ଥିବା କଂଗ୍ରେସ ପାର୍ଟି ଭଳି ନୁହେଁ।’ ସେଭଳି ମହିଳା ସଂରକ୍ଷଣ ଆଇନକୁ ନେଇ ମଧ୍ୟ ସେ ନିଜର ପକ୍ଷ ରଖିଛନ୍ତି। ସେ କହିଛନ୍ତି, ପୁରା ମହିଳାଙ୍କ ଅଧିକାର ରହିଛି ଆମେ ସବୁ ଉତ୍ସବ ପାଳନ କରିବୁ। ଏହାକୁ ବିଜେପି ଦେଇଛି ଆମେ ସବୁ ଆନ୍ଦୋଳନ କରିଛୁ, ସବୁ ଦଳ ଉପରେ ଚାପ ପକାଇବା ପରେ ଯାଇ ଏହି ବିଲ୍ ହୋଇଛି। ଏଥିରେ ଓବିସି ମହିଳାଙ୍କୁ ସାମିଲ କରାଯାଇ ନାହିଁ, ଏଥିପାଇଁ ଆମେ ଦୁଃଖିତ।’
ସେ ଏହି ବିଲ୍କୁ ତୁରନ୍ତ ଲାଗୁ ନକରିବା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଏହି ବିଲ୍କୁ ତୁରନ୍ତ କାହିଁକି ଲାଗୁ କରାଗଲାନି ? ଆପଣ ମହିଳାଙ୍କୁ ଗୋଟିଏ ପଟେ କହୁଛନ୍ତି ତାଙ୍କ ସହିତ ଅଛନ୍ତି, କିନ୍ତୁ ମହିଳାଭ୍କୁ ଏପର୍ଯ୍ୟନ୍ତ ତାହା ଅନୁଭବ ହେଉନି।’