ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ନାବାଳିକାକୁ ଧମକାଇବା ପଡିଲା ମହଙ୍ଗା, ହଇରାଣ କରି ବନ୍ଧାହେଲା ରୋମିଓ

ପୁରୀ,୧୦/୦୯: ନାବାଳିକା ବୋଲି  ଜାଣି ବି କରୁଥିଲା ପ୍ରେମ ନିବେଦନ ।  ଭଲରେ ଆସିବୁ ନା ଘରୁ ଉଠାଇ ନେବି  ବୋଲି ଦେଉଥିଲା ଧମକ । ନହେଲେ ଦୁଷ୍କର୍ମ କରି ସୋସିଆଲ୍‌ ମିଡିଆରେ  ଭିଡିଓ ପୋଷ୍ଟ କରିବି ବୋଲି ମଧ୍ୟ ଖୁଲମ୍‌ଖୁଲ୍ଲା କହୁଥିଲା । ଏଭଳି ଅଭିଯୋଗ  କରି କୁମ୍ଭାରପଡ଼ା ଥାନାରେ ଏତଲା ଦେଇଛନ୍ତି ଜଣେ ନାବାଳିକା । ଶେଷରେ ରୋମିଓ ବିରୋଧରେ ମାମଲା ରୁଜୁ କରି ବାନ୍ଧିଛି ପୁଲିସ । ଅଭିଯୁକ୍ତ ଜଣକ ରାମଚଣ୍ଡୀ ସାହି ବାଲିକୁଦା ବସ୍ତିର ଦୀପକ କୁଣ୍ଡୁ ଓରଫ  ଦୀପୁ (୨୬) ବୋଲି ଜଣାପଡ଼ିଛି ।

ନାବାଳିକାଙ୍କ ବୟସ ୧୭ ବର୍ଷ ।  ଗତ ୬ ମାସ ହେଲା ତାଙ୍କ ପଛରେ  ପଡ଼ିଛି ଦୀପୁ । ନାବାଳିକାଙ୍କୁ ଏକତରଫା ପ୍ରେମ କରି ହଇରାଣ କରୁଛି । ଘର ଛାଡ଼ି ତା’ ସହ ଚାଲିଯିବାକୁ ବାଧ୍ୟ କରୁଛି । ରାଜି ନହେବାରୁ ପରିବାର ଲୋକଙ୍କୁ  ଗାଳିଗୁଲଜ କରି ଅପମାନ ଦେଉଛି  ବୋଲି ଏତଲାରେ ଉଲ୍ଲେଖ ରହିଛି ।  ଏଭଳି ସ୍ଥିତିରେ ନାବାଳିକା ଓ ତାଙ୍କ  ପରିବାର ମାନସିକ ଚାପ ଓ ଭୟଭୀତ  ଅବସ୍ଥାରେ ଦିନ କାଟୁଛନ୍ତି । 

ଗତ ୭  ତାରିଖ ଅପରାହ୍ନ ୩ଟାରେ ଦୀପୁ ସମ୍ପୃକ୍ତା  ନାବାଳିକାଙ୍କୁ ଫୋନ୍‌ କଲ୍‌ କରି ଉଠାଇ  ନେବାକୁ ଧମକ ଦେଇଥିଲା । ଘର  ଛାଡ଼ି ନଆସିଲେ ଭାଇକୁ ମାରିଦେବ  ବୋଲି ଧମକ ଦେଇଥିଲା । ଏହାପରେ  ଆଇନ୍‌ର ଆଶ୍ରୟ ନେଇଥିଲେ ନାବାଳିକା । ୧୨ ପୋକ୍‌ସୋ ଆକ୍ଟ ବଳରେ ମାମଲା  (୨୧୨/୨୩) ରୁଜୁ କରି ଦୀପୁକୁ ଗିରଫ  କରିଛି ପୁଲିସ । ଶନିବାର ତାକୁ କୋର୍ଟ  ଚାଲାଣ କରାଯାଇଥିବାବେଳେ ଜାମିନ୍‌  ନାମଞ୍ଜୁର ହେବାରୁ ଜେଲ୍‌ ପଠାଇ  ଦିଆଯାଇଥିବା ପୁଲିସ୍‌ କହିଛି ।

Copyright © 2022 - Summa Real Media Private Limited. All Rights Reserved.