ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯମୁନୋତ୍ରୀରେ ୩ ତୀର୍ଥଯାତ୍ରୀଙ୍କ ହୃଦଘାତରେ ମୃତ୍ୟୁ , ପାହାଡ଼ ଚଢିବା ବେଳେ ବିଗିଡ଼ି ଯାଇ ଥିଲା ସ୍ୱାସ୍ଥ୍ୟ

ଡେରାଦୁନ/ ଉତ୍ତରକାଶୀ – ଗଡୱାଲ ହିମାଳୟରେ ୧୦ ହଜାର ଫୁଟରୁ ଅଧିକ ଉଚ୍ଚତାରେ ଥିବା ଯମୁନୋତ୍ରୀ ଧାମ ଯାତ୍ରା ବେଳେ ଅଘଟଣ। ଏଠାକୁ ଆସିଥିବା ୩ଜଣ ଶ୍ରଦ୍ଧାଳୁଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ପୁଲିସ କହିଛି କି, ହୃଦଘାତରେ ମୃତ୍ୟୁ ହୋଇଥିବା ତୀର୍ଥଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ମଧ୍ୟ ପ୍ରଦେଶର ଓ ଜଣେ ଉତ୍ତର ପ୍ରଦେଶର। ଯମୁନୋତ୍ରୀ ଧାମର ଯାତ୍ରା ଅକ୍ଷୟ ତୃତୀୟା ଦିନ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି।

ପୁଲିସ କହିଛି କି, ଯମୁନୋତ୍ରୀ ଧାମର ଦର୍ଶନ କରିବାକୁ ଯାଇଥିବା ମଧ୍ୟପ୍ରଦେଶର ନିମଚରେ ରହୁଥିବା ସମ୍ପତ୍ତିବାଇ (୬୨) ,ଯମୁନୋତ୍ରୀର ଆଧାର ଶିବିର ଜାନକୀଚଟ୍ଟିର ନିକଟରେ ଚେତା ହରାଇଲେ। ତାଙ୍କ ସହ ଥିବା ଅନ୍ୟ ତୀର୍ଥ ଯାତ୍ରୀମାନେ ତାଙ୍କୁ ତତ୍କାଳ ହସ୍ପିଟାଲ ନେଇ ଯାଇଥିଲେ, ଯେଉଁଠି ଡାକ୍ତରମାନେ ତାଙ୍କୁ ମୃତ ଘୋଷିତ କରିଥିଲେ। ଆଉ ଏକ ଘଟଣାରେ ସାଗର ଜିଲ୍ଲାର ରାମଗୋପାଳ (୭୧) ଓ ଉତ୍ତର ପ୍ରଦେଶର ଉନ୍ନାଭ ଜିଲ୍ଲାର ବିମଳା ଦେବୀ (୬୯)ଙ୍କର ମଧ୍ୟ ହୃଦଘାତରେ ମୃତ୍ୟୁ ହୋଇଛି। 

ରହି ରହି ଯାତ୍ରା କରିବାକୁ ଦିଆଯାଉଛି ପରାମର୍ଶ – 

ଯମୁନୋତ୍ରୀ ଧାମର କଠିନ ପଦଯାତ୍ରା ବେଳେ ଅନେକ ଥର ଅକ୍ସିଜେନର ହ୍ରାସ ଓ ଥଣ୍ଡା କାରଣରୁ ତୀର୍ଥଯାତ୍ରୀଙ୍କର ସ୍ୱାସ୍ଥ୍ୟ ବିଗିଡ଼ି ଯା । ପୁଲିସ କହିଛି କି କଠିନ ପାହାଡିଆ ଯାତ୍ରାକୁ ଦେଖି ଲୋକଙ୍କୁ ରହି ରହି ଯାତ୍ରା କରିବାକୁ ପରାମର୍ଶ ଦିଆଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.