ରାୟଗଡ଼, ୨୧/୧୧ : ପୁଣି ଏକ ମାସ ପରେ ଫେରିଲା ମହାବଳ ବାଘ। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧିନ ଦେବଗିରି ବନାଞ୍ଚଳର କୁମୁଳାସିଂ ପଞ୍ଚାୟତ ଅନ୍ତର୍ଗତ ଅଁଳାବର ଗ୍ରାମରେ ବାଘ ଆତଙ୍କ ଦେଖାଦେଇଛି l ସୋମବାର ବିଳମ୍ବିତ ରାତିରେ ଏକ ଗାଈକୁ ଗୁହାଳରୁ ଘୋଷାଡ଼ି ନେଇ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଖାଇଛି ମହାବଳ ବାଘ l ଏନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି l
ସୂଚନାନୁଯାୟୀ, ସୋମବାର ବିଳମ୍ବିତ ରାତିରେ ମହାବଳ ବାଘ ଏକ ଗାଈକୁ ଗୁହାଳରୁ ଘୋଷାଡ଼ି ନେଇ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଖାଇଛି l ମଙ୍ଗଳବାର ସକାଳୁ ଗାଈ ନଥିବା ଦେଖି ଖୋଜାଖୋଜି କରିବା ପରେ ସେଠାରେ ବାଘର ବଡ଼ ବଡ଼ ପାଦ ଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଥିଲା l ଏହାପରେ ଜଙ୍ଗଲରୁ ଗାଈର ମୃତଦେହକୁ ଠାବ କରାଯାଇଥିଲା l ଏହା ଦେଖି ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି l ବାଘ ଗାଁରେ ପଶି ଗାଈକୁ ମାରି ଖାଇ ଦେଇଥିବା ଖବର ପ୍ରଚାରିତ ହେବା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇ ରହିଛନ୍ତି I ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।