ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

ହିଂସ୍ରପ୍ରାଣୀଠାରୁ ଆହୁରି ହିଂସ୍ର ମଣିଷ ! ବାଘକୁ ପୋଡ଼ି ଖାଇଦେଲେ, ୧୧ମାସ ପରେ ୨ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ

ନୂଆପଡ଼ା/ସିନାପାଲି,୧୪/୦୯: ବର୍ବର । ବୀଭତ୍ସ । ଅମାନୁଷିକ । ବାଘଠାରୁ ବେଶି ହିଂସ୍ର ହେଲା ମଣିଷ । ବାର୍‌ହା ଫାଶରେ  କଲରାପତରିଆ ଧରିଲେ । ବନ୍ଧୁକରେ  ମାରିଲେ । ଛାଲ ଉତାରି ମୁଣ୍ଡକୁ ଟାଙ୍ଗିଦେଲେ  ଗଛରେ । ଏହାପରେ ଜଙ୍ଗଲରେ ମାଂସ ପୋଡ଼ି ଖାଇଲେ । 

ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଡୋଙ୍ଗରଗାଁରେ ଦୀର୍ଘ ୧୧ମାସ ତଳେ ଘଟିଥିବା  ଏଭଳି ବର୍ବୋରଚିତ ଘଟଣାର ପର୍ଦ୍ଦାଫାଶ  ପରେ ପଦାକୁ ଆସିଛି ଏଭଳି ଆଶ୍ଚର୍ଯ୍ୟଜନକ  ତଥ୍ୟ । ବାଘ ଶିକାରରେ ସମ୍ପୃକ୍ତ ଶିକାରୀ  ପଦୁ ମାଝି ଓ ବୁଟୁରାମ ମାଝିଙ୍କୁ ବନବିଭାଗ  ଗିରଫକରି କୋର୍ଟଚାଲାଣ କରିଛି ।  ନୂଆପଡ଼ାରେ ବାଘ ଆତଙ୍କ ଓ ବାଘ  ମଣିଷ ଶିକାର କରିବା ନଜିର ରହିଛି ।  ହେଲେ ପ୍ରଥମଥର ପାଇଁ ମଣିଷ ବାଘକୁ  ମାରି ତା’ ମାଂସ ଖାଇବା ସମଗ୍ର ଜିଲ୍ଲାରେ  ଆଲୋଡ଼ନ ସୃଷ୍ଟି କରିଛି । ଗତବର୍ଷ ଅକ୍ଟୋବର  ମାସରେ ଡୋଙ୍ଗରଗାଁର ପଦୁ ସିନାପାଲି ରେଞ୍ଜ  କୋଇଲାଖଲା ସଂରକ୍ଷିତ ଜଙ୍ଗଲ କଟିଙ୍ଗଝୋଲା  ନିକଟରେ ଏକ ବାର୍‌ହା ଫାଶ ବସାଇଥିଲେ ।  

ଏଥିରେ ଫସି ଯାଇଥିଲା ଏକ କଲରାପତରିଆ । ସକାଳେ ପଦୁ ଯାଇ ଦେଖିବା ବେଳକୁ  ବାଘ ଛଟପଟ ହେଉଥିଲ ଏ ସମ୍ପର୍କରେ ସେ ବୁଟୁରାମଙ୍କୁ କହିଥିଲେ । ବୁଟୁରାମ  ରଖିଥିବା ଦେଶୀ ବନ୍ଧୁକ ଧରି ଉଭୟେ ଘଟଣାସ୍ଥଳରେ  ପହଞ୍ଚିଥିଲେ । ବୁଟୁରାମ ବାଘକୁ ଗୁଳି କରିଥିଲା।  ଉଭୟେ ମୃତ ବାଘକୁ ଘଞ୍ଚ ଜଙ୍ଗଲକୁ ଘୋଷାଡ଼ି ନେଇ  ଛାଲ କାଢ଼ିବା ସହ ମାଂସ ପୋଡ଼ି ଖାଇଥିଲେ । ବାଘର  କଟାମୁଣ୍ଡକୁ ଶାଳଗଛରେ ଟାଙ୍ଗି ଦେଇ ଅନ୍ତବୁଜୁଳାକୁ  ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ଦୁହେଁ ବାଘଛାଲ ନେଇ  ଘରକୁ ଫେରିଥିଲେ । କିଛିଦିନ ପରେ ବାଘଛାଲକୁ ଜଣେ ବ୍ୟକ୍ତିଙ୍କୁ ବିକି ଦେଇଥିଲେ । 

ଗତ ଜୁଲାଇ ୯ରେ ସିନାପାଲି ବନ ବିଭାଗକୁ  ବାଘଛାଲ ଚୋରାଚାଲାଣ ସମ୍ପର୍କରେ ସୂଚନା  ମିଳିଥିଲା । ଏହି ତଥ୍ୟକୁ ଭିତ୍ତିକରି ସିନାପାଲି ବନବିଭାଗ ତାନ୍ଦୁଲକୋନା ଗାଁରେ ଚଢ଼ଉ  କରିଥିଲା । ସେଠାରୁ କଲରାପତରିଆ ବାଘଛାଲ  ଜବତ କରିଥିଲା । ଏହି ଘଟଣାରେ ତାନ୍ଦୁଲକୋନା  ଖରତ ଛତ୍ରିଆ, ଲକି ମାଝି ଓ ଡୋଙ୍ଗରଗାଁର  କିଶୋର କୁମାର ଷଣ୍ଢ ବନ୍ଧା ହୋଇଥିଲେ । ହେଲେ  ବାଘଛାଲ କିଣିଥିବା ବ୍ୟକ୍ତି ଚମ୍ପଟ ମାରିଥିଲା । ଗିରଫ  ଅଭିଯୁକ୍ତମାନଙ୍କୁ ଜେରା କରି ବନବିଭାଗ ସବିଶେଷ  ତଥ୍ୟ ସଂଗ୍ରହ କରିଥିଲା । ବାଘ ଶିକାରୀଙ୍କୁ ଧରିବାକୁ ଜାଲ ବିଛାଯାଇଥିଲା । ଗତ ଗୁରୁବାର ଖଡ଼ିଆଳ  ଡିଏଫ୍‌ଓ ଅଜିଜ ଖାଁଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ୍‌  ମହମ୍ମଦ ସାଲେହା ଓ ସିନାପାଲି ରେଞ୍ଜର ଜୟଦେବ  ମାଝିଙ୍କ ନେତୃତ୍ୱରେ ଏକ ଟିମ ଡୋଙ୍ଗରଗାଁରେ  ଚଢ଼ଉକରି ପଦୁ ଓ ବୁଟୁରାମଙ୍କୁ ଗିରଫ କରିଥିଲେ ।  ଶୁକ୍ରବାର ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିବା  ରେଞ୍ଜର ଶ୍ରୀ ମାଝି ସୂଚନା ଦେଇଛନ୍ତି ।  

ଓଡ଼ିଶା-ଛତିଶଗଡ଼ ରାଜ୍ୟ ସୀମାନ୍ତ ସୁନାବେଡ଼ା  ଓ ଉଦନ୍ତୀ ସୀତାନଦୀ ଅଭୟାରଣ୍ୟରେ ବାଘ ଶିକାର  ବଢ଼ିବାରେ ଲାଗିଛି । ଉକ୍ତ ଅଞ୍ଚଳରେ ବର୍ଷକ ମଧ୍ୟରେ  ଗୋଟିଏ ମହାବଳ ସମେତ ୬ଟି ବାଘ ଛାଲ ଜବତ  କରାଯାଇଛି । ମୋଟ୍‌ ୨୫ଜଣ ଶିକାରୀଙ୍କୁ ଗିରଫ  ହୋଇଛନ୍ତି । ପ୍ରକାଶ ଥାଉକି, ଗତ ଅଗଷ୍ଟ ୨୬ତାରିଖ  ରାତିରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ  ଅଧୀନ ନାକଟିଦେଉଳ ରେଞ୍ଜ୍‌ରେ ଅନୁରୂପ ଘଟଣା  ଘଟିଥିଲା । କଲରାପତରିଆ ଶିକାର କରି ବାଘମାଂସ  ଖାଇବା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.