ଭୁବନେଶ୍ୱର, ୧/୯: ଭୁବନେଶ୍ୱରରେ ଏକ କାଳରପତରିଆ ବାଘ ଛାଲ ଜବତ କରିଛି ଭୁବନେଶ୍ୱର ନଗର ବନଖଣ୍ଡ । ୭ ଜଣ ଶିକାରୀଙ୍କ ସମେତ ଦଲାଲଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଏହି କାଳରପତରିଆ ବାଘ ବୌଦ୍ଧ ବଧେଲା ଜଙ୍ଗଲରେ ଶିକାର ହୋଇଥିବା ସୂଚନା ମିଳିଛି । ମାଙ୍କଡ଼ ପାଇଁ ରଖାଯାଇଥିବା ଫାଶରେ ପଡ଼ି ବାଘର ମୃତ୍ୟୁ ହେଇଥିଲା ।
ବାଘ ଛାଲକୁ ଆଣି ଭୁବନେଶ୍ୱର ତମାଣ୍ଡୋ କାଶୀପୁର ମୌଜା ବାଲିଆପଡ଼ାରେ ବିକ୍ରି କରିବାକୁ ଡିଲ୍ ହୋଇଥିଲା । ବୈକୁଣ୍ଠ ନାମକ ବ୍ୟକ୍ତି ଏହି ଡିଲ୍ କରୁଥିବା ବେଳେ ଓଆଇଏସ୍ଏଫ୍ ଯବାନ ପପୁ ସାହୁ ବି ଏହି ଡିଲ୍ରେ ସାମିଲ ଥିଲା । ପପୁ ଶିକାରୀ ଆଉ ଦଲାଲ ଭିତରେ ମଧ୍ୟସ୍ଥି ସାଜିଥିଲା । ପପୁର ଏକ ବିରାଟ ନେଟୱାର୍କ ସାରା ରାଜ୍ୟରେ କାମ କରୁଥିବା ନଗର ବନଖଣ୍ଡ ଅଧିକାରୀ ଅଜିତ୍ କୁମାର ଶତପଥୀ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ହେଲେ ବିଭୂତି ଭୂଷଣ ନାୟକ, ସନ୍ତୋଷ ସାହୁ, ଓଆଇଏସ୍ଏଫ୍ ଯବାନ ପପୁ ସାହୁ, ସନତ ଉର୍ମା, ପ୍ରବୀଣ କୁମାର ପ୍ରଧାନ, ଅମିତ୍ ମଲ୍ଲିକ, କବିରାଜ ସ୍ୱାଇଁ ।