ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟାଇମ ପତ୍ରିକା ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ୧୦୦ପ୍ରଭାବଶାଳୀ କମ୍ପାନୀ ତାଲିକା ପ୍ରକାଶ, ରିଲାଏନ୍ସ ସମେତ ତିନି ଭାରତୀୟ କମ୍ପାନୀ ସାମିଲ

ଭୁବନେଶ୍ୱର,୩୦/୫ : ପ୍ରସିଦ୍ଧ ଆମେରିକୀୟ ପତ୍ରିକା ଟାଇମ୍‌ ପକ୍ଷରୁ ୨୦୨୪ ବର୍ଷ ପାଇଁ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ କମ୍ପାନୀଗୁଡିକର ତାଲିକା ପ୍ରକାଶ କରାଯାଇଛି  । ଶ୍ରେଷ୍ଠ ୧୦୦ କମ୍ପାନି ତାଲିକାରେ ୩ଟି ଭାରତୀୟ କମ୍ପାନୀ ସ୍ଥାନ ପାଇଛନ୍ତି  । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଏବଂ ଟାଟା ଗ୍ରୁପ୍‌ ଟାଇମର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କମ୍ପାନୀ ତାଲିକାରେ ସ୍ଥାନ ପାଇଛନ୍ତି  । 

ଏହି ତାଲିକାକୁ ୫ଟି ବର୍ଗରେ ବିଭକ୍ତ କରାଯାଇଛି   । ସେଥିରେ ଅଗ୍ରଣୀ (ଲିଡ଼ର୍ସ), ଡିସରପଟର୍ସ, ଇନୋଭେଟର୍ସ , ଟାଇଟନ୍ସ ଏବଂ ପାୟୋନିୟର୍ସ ଭଳି ୫ଟି ବର୍ଗ ରହିଛି  । ରିଲାଏନ୍ସ ଓ ଟାଟା ଗ୍ରୁପ୍‌ ଟାଇଟନ୍ସ ବର୍ଗରେ ସ୍ଥାନ ପାଇଛନ୍ତି  । ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ ପାଇଓନିୟର୍ସ ବର୍ଗ ପାଇଁ ଚୟନ କରାଯାଇଛି  । ପ୍ରତ୍ୟେକ ବର୍ଗରେ ୨୦ଟି କମ୍ପାନୀ ସ୍ଥାନ ପାଇଛନ୍ତି  ।

ଟାଇମ ପତ୍ରିକା ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ 'ଇଣ୍ଡିଆଜ୍‌ ଜଗରନଟ୍‌' ନାମରେ ନାମିତ କରିଛି   । ଟାଇମ୍‌ ପତ୍ରିକା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଉପରେ ଲେଖିଛି ଯେ ବସ୍ତ୍ର ଓ ପଲିଷ୍ଟର କମ୍ପାନୀ ଭାବରେ ଆରମ୍ଭ କରିଥିବା ରିଲାଏନ୍ସ ଆଜି ଏକ ବୃହତ ଏବଂ ଜୀବନ୍ତ ବ୍ୟବସାୟ ସମୂହ ପାଲଟିବା ସହିତ ଦେଶର ସବୁଠାରୁ ମୂଲ୍ୟବାନ କମ୍ପାନୀରେ ପରିଣତ ହୋଇଛି  । ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ କମ୍ପାନୀ ନିକଟରେ ଶକ୍ତି, ରିଟେଲ ଓ ଟେଲିକମ ସମେତ ଅନେକ ବ୍ୟବସାୟ ରହିଛି   । ସୂଚନାଯୋଗ୍ୟ ଯେ, ଭାରତର ସର୍ବବୃହତ ଡିଜିଟାଲ ସେବା ପ୍ରଦାନକାରୀ ତଥା ପ୍ରମୁଖ ପ୍ରଯୁକ୍ତି କମ୍ପାନୀ ଜିଓ ପ୍ଲାଟଫର୍ମସ ୨୦୨୧ରେ ଏହି ତାଲିକାରେ ସ୍ଥାନ ପାଇଥିଲା   । ଟାଇମ୍‌ ପତ୍ରିକା ରିଲାଏନ୍ସ ଏବଂ ଡିଜନି ସହଭାଗିତା ଚୁକ୍ତି ବିଷୟରେ ମଧ୍ୟ ଉଲ୍ଲେଖ କରିଛି  । ପତ୍ରିକା କହିଛି ଯେ ୮.୫ ବିଲିୟନ ଡଲାରର ଏହି ସହଭାଗିତା ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଷ୍ଟ୍ରିମିଂ ବଜାରରେ ରିଲାଏନ୍ସର ଉପସ୍ଥିତିକୁ ସୁଦୃଢ଼ କରିବ  ।

ଟାଇମ ପତ୍ରିକା ସେରମ୍‌ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ବିଶ୍ୱର ସର୍ବବୃହତ ଟିକା ନିର୍ମାତା ଭାବେ ସାମିଲ କରିଛି  । କମ୍ପାନି ପ୍ରତିବର୍ଷ ୩.୫ ବିଲିୟନ ଡୋଜ ଉତ୍ପାଦନ କରୁଛି  । ଟାଟା ଗ୍ରୁପ୍‌ ସମ୍ପର୍କରେ ଟାଇମ୍‌ ପତ୍ରିକା କହିଛି ଯେ ଟାଟା ଗ୍ରୁପ୍‌ ଭାରତର ପୁରାତନ କଂପାନି ମଧ୍ୟରୁ ଅନ୍ୟତମ  । ଇସ୍ପାତ, ସଫ୍ଟୱେର, ଘଡ଼ି, ସବ-ସି କେବୁଲ ଓ ରାସାୟନିକ ଠାରୁ ଆରମ୍ଭ କରି ଲୁଣ, ଶସ୍ୟ, ଏୟାର କଣ୍ଡିସନର, ଫ୍ୟାସନ ଓ ହୋଟେଲ ପର୍ଯ୍ୟନ୍ତ ଏହାର ବିଶାଳ ପୋର୍ଟଫୋଲିଓ ରହିଛି  । ଟେକ୍‌ ମ୍ୟାନୁଫାକ୍ଚରିଂ, ଏଆଇ ଏବଂ ସେମିକଣ୍ଡକ୍ଟର ଚିପରେ ନିବେଶ କରି ଏହି ଗ୍ରୁପ୍‌ ଏକ ଟେକ କମ୍ପାନୀରେ ପରିଣତ ହେଉଛି  । ୨୦୨୩ରେ ଏହା ପ୍ରଥମ ଭାରତୀୟ କମ୍ପାନୀ ଭାବେ ଆଇଫୋନ୍‌ ଆସେମ୍ବଲ୍‌ କରିଥିଲା  ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.