ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ଏହି ୫ଟି ଟିପ୍ସକୁ ସର୍ବଦା ଧ୍ୟାନରେ ରଖନ୍ତୁ , ବାଇକ୍ ଚଲାଇବା ହୋଇଯିବ ନିରାପଦ

ନୂଆଦିଲ୍ଲୀ : ଯଦି ଆପଣ ପ୍ରତିଦିନ ବାଇକ୍‌ରେ ଯାତ୍ରା କରୁଥାନ୍ତି ତ, ଏହି ଖବର ଆପଣଙ୍କ ପାଇଁ ଖୁବ୍‌ ଜରୁରୀ। ଅନେକ ସମୟରେ ବାଇକ୍‌ ଚାଳକ କିଛି ନା କିଛି ଛୋଟ ଛୋଟ ଭୁଲ କରି ବସନ୍ତି, ଯେଉଁଥି ପାଇଁ ବଡ଼ ଦୁର୍ଘଟଣା ଘଟେ। ଆପଣ ଏହା ନିଶ୍ଟୟ ଜାଣିଥିବେ ଯେ, ରାସ୍ତାରେ ସୁରକ୍ଷିତ ରାଇଡିଂ ପାଇଁ ସବୁ ଯାତାୟାତର ନିୟମକୁ ସଠିକ୍‌ ଢଙ୍ଗରେ ପାଳନ କରିବା। ଏବେ ଆସନ୍ତୁ ଜାଣିବା ବାଇକ୍‌ ଚଳାଇବା ବେଳେ କେଉଁ କେଉଁ କଥାକୁ ଠିକ୍‌ରେ ଧ୍ୟାନ ଦେବା –

ସାଇଡ୍‌ ମିରରକୁ ଠିକ୍‌ରେ ବ୍ୟବହାର କରନ୍ତୁ - ଯଦି ଆପଣ ଅନେକ ସମୟ ବାଇକ୍‌ରେ ଯାତ୍ରା କରୁଥାନ୍ତି ତ, ବାଇକ୍‌ରେ ଥିବା ସାଇଡ୍‌ ମିରରକୁ ଠିକ୍‌ ଭାବେ ବ୍ୟବହାର କରନ୍ତୁ। ବେଳେବେଳେ ବାଇକ୍‌ ରାଇଡର ମିରରକୁ ସଠିକ୍‌ ଭାବେ ବ୍ୟବହାର କରନ୍ତି ନାହିଁ। କିନ୍ତୁ ସେହି ସାଇଡ୍‌ ମିରର ଚାଳକକୁ କୌଣସି ବି ବଡ଼ ଦୁର୍ଘଟଣାରୁ ବଞ୍ଚାଇ ପାରେ। ସାଇଡ୍‌ ମିରରର ଦ୍ୱାରା ବାଇକ୍‌ ଚାଳକ ପଛରୁ ଆସୁଥିବା ଗାଡ଼ି ବିଷୟରେ ଜାଣିପାରେ । 

ଠିକ୍‌ ଗିୟରରେ ବାଇକ୍‌ ଚଲାନ୍ତୁ – ଆପଣ ଯଦି ବାଇକ୍‌ରେ କୌଣସି ଲମ୍ୱା ଯାତ୍ରାରେ ଯାଉଛନ୍ତି ତ, ଏଥିରେ ବାଇକ୍‌କୁ ଠିକ୍‌ ଗିୟର ସହ ଚଲାଇବାକୁ ଭୁଲନ୍ତୁ ନାହିଁ। ଦୁର୍ଘଟଣା ହେବା ପଛରେ ଅନେକ ଥର ଚାଳକ ଭୁଲ୍‌ ଗିୟରରେ ବାଇକ୍‌ ଚଲାଇବା ମଧ୍ୟ ଏକ ବଡ଼ କାରଣ ହୋଇଥାଏ। ବାଇକ୍‌ର ଗତି ହିସାବରେ ଗିୟର ବଦଳାଇବା ଉଚିତ୍‌। ଏମିତି କରିବାରେ ବାଇକ୍‌ର ସନ୍ତୁଳନ ଠିକ୍‌ ରହିଥାଏ ଏବଂ ଇଞ୍ଜିନରେ ମଧ୍ୟ ଅଧିକ ପ୍ରେସର ପଡ଼ି ନଥାଏ।

ଓଭରଟେକ୍‌ କରିବା ଉପରେ ଧ୍ୟାନ ରଖନ୍ତୁ - ବାଇକ୍‌ରେ ଯାତ୍ରା କିପରି ନିରାପଦ ହେବ, ଏଥିପାଇଁ ଚାଳକର ନଜର ସର୍ବଦା ରାସ୍ତା ଉପରେ ରହିବା ନିହାତି ଉଚିତ୍‌। ଏହାସହ ଆଖପାଖର ଗାଡ଼ି ଉପରେ ବି ନଜର ରଖିବାର ଅଛି, ଯାହାକି ସଡ଼କରେ ଚାଲୁଥିବା କୌଣସି ବି ଅନ୍ୟ ଗାଡ଼ି ସହ ଧକ୍କା ନହେଉ। ଏହା ବ୍ୟତୀତ ରାସ୍ତାରେ ଓଭରଟେକ୍‌ କରିବା ପୂର୍ବରୁ ପଛରେ ଆସୁଥିବା ଗାଡ଼ିକୁ ଠିକ୍‌ରେ ଇଣ୍ଡିକେଟର ଦେବା ଜରୁରୀ। ଯଦି ଆପଣ ଏମିତି କରୁ ନଥାନ୍ତି ତ, ବାଇକ୍‌ ଅନ୍ୟ ଗାଡ଼ି ସହ ଧକ୍କା ହୋଇପାରେ।

ଚାଳକ ଭଲରେ ଶୋଇଥିବେ– ବାଇକ୍‌ ଚଲାଇବା ସମୟରେ ଚାଳକକୁ ଯେମିତି ନିଦ ନଆସେ, ଏଥିପାଇଁ ରାତିରେ ଭଲରେ ଶୋଇବା ଉଚିତ। ଅନେକ ଥର ଦୁର୍ଘଟଣା ପଛର ବଡ଼ କାରଣ ହୋଇଥାଏ କି, ଚାଳକ ରାତିସାରା ଭଲରେ ଶୋଇ ନଥାନ୍ତି। ତାପର ଦିନ କୌଣସି ଲମ୍ୱା ରାଇଡରେ ଚାଲି ଯାନ୍ତି। ଏଥିପାଇଁ କୌଣସି ବି ବିପଦରୁ ବର୍ତ୍ତିବା ପାଇଁ ରାଇଡ୍‌ ପୂର୍ବରୁ ଭଲରେ ଶୋଇବା ଆବଶ୍ୟକ। 

ବାଇକ୍‌ ଗତିକୁ ନିୟନ୍ତ୍ରଣରେ ରଖନ୍ତୁ – ବଡ଼ ବଡ଼ ସହରର ଚଉଡା ରାସ୍ତାରେ ଅନେକ ସମୟରେ ବାଇକ୍‌ ଚାଳକ ଅଧିକ ଗତିରେ ବାଇକ୍‌କୁ ଚଲାଇ ଥାନ୍ତି। ଏଥିରେ କେତେବେଳେ ଜରୁରୀ ସ୍ଥିତି ଆସିଗଲେ ହଠାତ୍‌ ବ୍ରେକ୍‌ ଲଗାଇବା ମୁସ୍କିଲ ହୋଇଥାଏ। ହେଲେ ଏହି ସମୟରେ ହଠାତ୍‌ ବ୍ରେକ୍‌ ଯଦି କାମ କରେନି , ଏଥିରେ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.