ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

କମ୍‌ ବୟସରେ ହିଁ ପିଲାକୁ ଶିଖାନ୍ତୁ ବ୍ରଶ୍‌ କରିବାର ସଠିକ୍‌ ଉପାୟ , ଜାଣନ୍ତୁ କେମିତି ବାଛିବେ ଟୁଥ୍‌ବ୍ରଶ୍‌

ନୂଆଦିଲ୍ଲୀ : ଅନେକ ସମୟରେ ପିତାମାତା ଶିଶୁଙ୍କ ଓରାଲ ହାଇଜିନକୁ ପୂରା ଅବହେଳା କରି ଦିଅନ୍ତି। ଯେଉଁଥି ପାଇଁ ସେମାନଙ୍କର ଦାନ୍ତ ଖରାପ ହେବାକୁ ଲାଗେ। ଏଥିପାଇଁ ଶିଶୁର ମୁହଁର ପରିଷ୍କାର ପରିଚ୍ଛନ୍ନତାର ଧ୍ୟାନ ରଖିବା ଉଚିତ୍‌। ଆସନ୍ତୁ ଜାଣିବା ଶିଶୁକୁ କେମିତି ବ୍ରଶ୍‌ କରିବା ଓ ତାଙ୍କ ପାଇଁ କେମିତିକା ଟୁଥ୍‌ ବ୍ରଶ୍‌ ବାଛିବା। 

୬ ମାସ ବୟସରୁ ହିଁ ପିଲାଙ୍କ ଦାନ୍ତ ବାହାରିବା ଆରମ୍ଭ ହୋଇଥାଏ। ଏଥିରେ ପିତାମାତାଙ୍କୁ ହାଇଜିନର ଖାସ୍‌ ଧ୍ୟାନ ରଖିବା ଉଚିତ୍‌। ପିଲାଙ୍କୁ ଦିନରେ ଦୁଇଥର ବ୍ରଶ କରାନ୍ତୁ। ପିଲାର ମୁହଁରେ ଜୋରରେ ରଗଡ଼ି ସଫା କରିବା ପରିବର୍ତ୍ତେ ହାଲକା ହାତରେ ବ୍ରଶକୁ ଘୁରାନ୍ତୁ। ଆରମ୍ଭରେ ପିଲାକୁ ପ୍ରତିଦିନ ଗୋଟିଏ ସ୍ଥାନରେ ବସାଇ ବ୍ରଶ୍‌ କରାନ୍ତୁ। ତାଙ୍କୁ ସକାଳୁ ଉଠିବା କ୍ଷଣି ବ୍ରଶ୍‌ କରାନ୍ତୁ। ଏହାସହ ରାତିରେ ଖାଇବା ପରେ ମଧ୍ୟ ପିଲାଙ୍କୁ ବ୍ରଶ ନିଶ୍ଚୟ କରାନ୍ତୁ। ଏଥିରେ ଦାନ୍ତି ଖରାପ ହେବାର ସମସ୍ୟା ଉପୁଜି ନଥାଏ। 

ପିଲାଙ୍କ ପାଇଁ ବ୍ରଶ୍‌ କିଣିବା ବେଳେ ଆପଣ କିଛି କଥା ଉପରେ ଧ୍ୟାନ ରଖିବେ। ଯେମିତି ପିଲାର ଟୁଥବ୍ରଶ୍‌ ସଫ୍ଟ ଓ ନରମ ହୋଇଥିବ। ପିଲାଙ୍କୁ ପ୍ରତିଦିନ ବ୍ରଶ୍‌ କରାଇବା ମୁସ୍କିଲ ହୋଇପାରେ। ଏମିତିରେ ଏକ ଏମିତି ବ୍ରଶ୍‌ ବାଛନ୍ତୁ, ଯାହା କଲରଫୁଲ ହୋଇଥିବ , ଯାହା ପିଲାଙ୍କୁ ମୋହିତ କରିବ। ଦେଖିବାକୁ ମିଳେ ଅନେକ ପିତାମାତା ପିଲାଙ୍କୁ ବର୍ଷ ସାରା ଗୋଟିଏ ବର୍ଷର ବ୍ୟବହାର କରିଥାନ୍ତି। ଏଥିରେ ଆପଣଙ୍କୁ ଏହି କଥାରେ ଧ୍ୟାନ ରଖିବାକୁ ହେବ କି ପିଲାଙ୍କ ବ୍ରଶ୍‌ ୩ ମାସ ପରେ ବଦଳାଇବା ଉଚିତ୍‌। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.