ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ତିରୁପତି ଲଡୁ ବିବାଦ : ଆନ୍ଧ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ-ଭଗବାନଙ୍କୁ ନେଇ ରାଜନୀତି କରନି...

ନୂଆଦିଲ୍ଲୀ,୩୦।୯:ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିର ଲଡ଼ୁ ବିବାଦକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଆଜି ସୁପ୍ରିମକୋର୍ଟରେ ଏହା ଉପରେ ଶୁଣାଣି ହୋଇଛି। ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି‌। କୋର୍ଟ କହିଛନ୍ତି, ଅତି କମ୍‌ରେ ଭଗବାନଙ୍କୁ ରାଜନୀତିଠାରୁ ଦୂରେଇ ରଖ। ଜଷ୍ଟିସ୍‌ ବିଆର ଗଭଇ ଓ ଜଷ୍ଟିସ୍ କେଜି ବିଶ୍ବନାଥନ୍‌ଙ୍କ ଖଣ୍ଡପୀଠ କହିଛନ୍ତି, ଯେତେବେଳେ ଆପଣ (ମୁଖ୍ୟମନ୍ତ୍ରୀ) ସମ୍ବିଧାନିକ ପଦରେ ରହୁଛନ୍ତି, ସେତେବେଳେ ଆମେ ଆଶା କରୁଛୁ ଯେ, ଭଗବାନଙ୍କୁ ରାଜନୀତିଠାରୁ ଦୂରେଇ ରଖିବେ। ଯଦି ସରକାରଙ୍କ ମାମଲାର ଯାଞ୍ଚ ଚାଲିଛି। ତେବେ ପ୍ରେସ୍ ପାଖକୁ ଯିବା କ’ଣ ଦରକାର ଥିଲା। ଲ୍ୟାବ୍ ରିପୋର୍ଟ ଜୁଲାଇରେ ଆସିଛି। ଆପଣଙ୍କ ବୟାନ ସେପ୍ଟେମ୍ବରରେ ଆସିଛି ଓ ରିପୋର୍ଟ ମଧ୍ୟ ପୁରା ସ୍ପଷ୍ଟ ନଥିଲା।’

ତିରୁପତି ମନ୍ଦିର ବୋର୍ଡ ପକ୍ଷରୁ ସିନିୟର ଆଡଭୋକେଟ୍‌ ସିଦ୍ଧାର୍ଥ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟ ସରକାରଙ୍କ ପକ୍ଷରୁ ସିନିଅର ଆଡଭୋକେଟ୍‌ ମୁକୁଲ ରୋହତଗି କୋର୍ଟରେ ହାଜର ହୋଇଥିଲେ। ଆନ୍ଧ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଲ୍ୟାବ୍ ରିପୋର୍ଟରେ ସଙ୍କେତ ମିଳିଛି, ଯେଉଁ ଘିଅ ବ୍ୟବହାର ହେଉଥିଲା ତାହା ରିଜେକ୍ଟେଡ୍ ଘିଅ ଥିଲା। କୋର୍ଟ କହିଛନ୍ତି ଯେତେବେଳେ ସରକାରଙ୍କ ପକ୍ଷରୁ ଗଠିତ ଏସ୍‌ଆଇଟି ମାମଲାର ଯାଞ୍ଚ କରୁଛି ତେବେ ପ୍ରେସ ପାଖକୁ ଯିବା କ’ଣ ଦରକାର ଥିଲା ? ଆପଣଙ୍କୁ ଧାର୍ମିକ ଭାବନାର ସମ୍ମାନ ଦେବା ଦରକାର ଥିଲା।’

କୋର୍ଟ ରାଜ୍ୟ ସରକାରଙ୍କୁ ପ୍ରମାଣ ମାଗିଛନ୍ତି, କ’ଣ ଲଡୁରେ ବ୍ୟବହାର ଘିଅ ଖରାପ ଥିଲା। ଏହାର ଉତ୍ତରରେ ସରକାର ପକ୍ଷରୁ ହାଜର ଓକିଲ ସିଦ୍ଧାର୍ଥ ଲୁଥରା କହିଛନ୍ତି, ଲୋକଙ୍କ ଅଭିଯୋଗ ଥିଲା ଯେ, ଲଡୁର ସ୍ବାଦ ଭଲନଥିଲା। କୋର୍ଟ କହିଛନ୍ତି, ଜନତାଙ୍କୁ ଏହାର ସୂଚନା ନଥିଲା, ଆପଣ ବୟାନ ଦେଲେ। ଏହି କଥାର କୌଣସି ପ୍ରମାଣ ନାହିଁ ଦୂଷିତ ଘିଅର ବ୍ୟବହାର ପ୍ରସାଦମ୍ ପାଇଁ କରାଯାଉଥିଲା। ପ୍ରଥମ ଭୁଲ ଏହା ଯେ,    ସାମ୍ପଲ ନିଆଯାଇଥିବା ଘିଅ ଲଡୁରେ ବ୍ୟବହାର କରାଯାଇଛି। ସାମ୍ପଲରେ ସୋୟାବିନ୍ ତେଲ ବି ହୋଇପାରେ। ଜରୁରୀ ନୁହେଁ ଯେ, ଫିସ୍ ଅଏଲ ହିଁ ଥିବ। ଆପଣଙ୍କୁ ସପ୍ଲାୟର ଉପରେ ସନ୍ଦେହ ରହିପାରେ। ତେବେ ଏଥିରେ ପଶୁ ଚର୍ବି ଓ ଫିସ୍ ଅଏଲ ମିଶିଛି ବୋଲି କହିବା କ’ଣ ଦରକାର ?

ଉଲ୍ଲେଖନୀୟ ଯେ, ତିରୁପତି ଲଡୁରେ ଅପମିଶ୍ରିତ ଘିଅ ନେଇ ଡାକ୍ତର ସୁବ୍ରମଣ୍ୟମ ସ୍ବାମୀ, ଓ୍ବାଇବି ସୁବା ରେଡ୍ଡି, ବିକ୍ରମ ସେଠ୍ ଓ ଦ୍ୟୁଷନ୍ତ ଶ୍ରୀଧର ସୁପ୍ରିମକୋର୍ଟରେ ଅଭିଯୋଗ କରିଛନ୍ତି। କୋର୍ଟରେ ଆବେଦନକାରୀ କହିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଆଣିଥିବା ଅଭିଯୋଗ ଉପରେ ତଦନ୍ତ ହେଉ। ତିରୁପତି ମନ୍ଦିରରେ ତିଆରି ହେଉଥିବା ଲଡୁରେ ପଶୁ ଚର୍ବି ଓ ମାଛ ତେଲ ବ୍ୟବହାର କରାଯାଇଛି। ଏହା ମଧ୍ୟରେ ରାଜ୍ୟ ସରକାରଙ୍କ ଏକ ସୋସାଇଟି ପ୍ରସାଦମ୍‌ର ଗୁଣବତ୍ତା ଓ ଲଡୁରେ ବ୍ୟବହାର ଘିଅର ଯାଞ୍ଚ କରିବା ପାଇଁ ତିରୁପତିରେ ଅଛନ୍ତି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.