ପ୍ରମୂଖ ଖବର
  • ଜଗତସିଂହପୁର : ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, କନଷ୍ଟେବଲ ମୃତ
  • ||
  • ବାସୁଦେବପୁର : ରତାଙ୍ଗ ଗ୍ରାମରେ ନବ ବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମହାଷ୍ଟମୀରେ ମଣ୍ଡପ ବୁଲି ମହାମୟାଙ୍କ ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ବରମୁଣ୍ଡା ବ୍ରିଜ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବିଦ୍ୟୁତ ସଂପ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ
  • ||
  • ଭୁବନେଶ୍ଵର : ଦଶହରାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ଭେଟି, ରାଜ୍ୟବ୍ୟାପୀ ପେଣ୍ଡାଲ ଭଡ଼ା ଛାଡ଼
  • ||
  • ଖୁଣ୍ଟୁଣି ରେଞ୍ଜରେ ଦନ୍ତା ଉତ୍ପାତ, ଛେଳି ଚରାଇବାକୁ ଯାଇ ମହିଳା ମୃତ
  • ||
  • ମହାଦେବ ବେଟିଙ୍ଗ ଆପ୍‌ ମାଲିକ ସୌରଭ ଚକ୍ରଧର ଦୁବାଇରେ ଅଟକ, ସପ୍ତାହେ ଭିତରେ ଅଣାଯିବ ଭାରତ !
  • ||
  • ବ୍ରହ୍ମପୁର : ୧୫୨ ଲିଟର ବିଦେଶୀ ମଦ ଜବତ, ୨ ଗିରଫ
  • ||
  • ଆରପାରିରେ ପୋଲସରାର ପୂର୍ବତନ ବିଧାୟକ, ଶୋକ ପ୍ରାକାଶ ପଲେ ନେତୃବୃନ୍ଦ
  • ||
  • ସୁନ୍ଦରଗଡ଼ : ଲେଫ୍ରିପଡା ଓ ଟାଙ୍ଗରପାଲି ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ଶହେ ଲିଟର ଦେଶୀ ମଦ ଜବତ
  • ||
  • ମା'ଙ୍କ ଆଗମନରେ ଉତ୍ସବ ମୁଖର ଭୁବନେଶ୍ୱର, ମଣ୍ଡପରେ ମହାଷ୍ଟମୀ ଏବଂ ପୀଠରେ ଚାଲିଛି ମହାନବମୀ ପୂଜା
  • ||
  • ଜଗତପୁର : ଯୁବକଙ୍କୁ ଅପହରଣ କରିବା ବେଳେ ଧରାପଡ଼ିଲେ ଦୁର୍ବୃତ୍ତ, ୧୦ ଅଟକ
  • ||
  • କଳାହାଣ୍ଡିରେ ମା' ମାଣିକେଶ୍ବରୀଙ୍କ ଛତରଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ
  • ||

ତିରୁପତି ଲଡ଼ୁ ବିବାଦ ପରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ; ଆନ୍ଧ୍ରର ମନ୍ଦିରଗୁଡ଼ିକୁ ଖୁବଶୀଘ୍ର କରାଯିବ ଶୁଦ୍ଧିକରଣ

Image source: NDTV

ନୂଆଦିଲ୍ଲୀ,୨୨/୦୯: ବର୍ତ୍ତମାନ ତିରୁପତି ମନ୍ଦିରର ଲଡୁ ପ୍ରସାଦରେ ଘିଅ ବଦଳରେ ପଶୁ ଚର୍ବି ବ୍ୟବହାର କରିବା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେପଟେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ସମସ୍ତ ମନ୍ଦିରର ଶୁଦ୍ଧିକରଣ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ସିଏମ୍ ନାଇଡୁ କହିଛନ୍ତି। ତିରୁପତି ଲଡୁରେ ପଶୁ ଚର୍ବିର ବ୍ୟବହାର ସମ୍ପର୍କରେ ଖବର ଆସିବା ପରେ ସିଏମ ଚନ୍ଦ୍ରବାବୁ ନାଇଡୁ ଏହି ନିଷ୍ପତ୍ତି ନେଇଛନ୍ତି। ଇଣ୍ଡିଆ ଟୁଡେ ଖବର ଅନୁଯାୟୀ ସିଏମ ଚନ୍ଦ୍ରବାବୁ ନାଇଡୁ ତେଲୁଗୁ ଦେଶମ ପାର୍ଟିର କେନ୍ଦ୍ରୀୟ କାର୍ଯ୍ୟାଳୟରେ ଗଣମାଧ୍ୟମକୁ ଏକ ସାକ୍ଷାତ କରିଥିଲେ। ଏହାରି ଭିତରେ ସେ ଧାର୍ମିକ ଭାବନାକୁ ସମ୍ମାନ ଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଧାର୍ମିକ ନେତାଙ୍କ ସହ ପରାମର୍ଶ କରିବା ପରେ ସେ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି। ନାଇଡୁ କହିଛନ୍ତି, ତିରୁପତି ଲଡ଼ୁ ବିବାଦର ଜବାବରେ ଜିର ସ୍ୱାମୀ, କାଞ୍ଚି ସ୍ବାମୀ ଏବଂ ଅନ୍ୟ ଧାର୍ମିକ ନେତାଙ୍କ ସହ ପରାମର୍ଶ ପରେ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ। କେବଳ ଏତିକି ନୁହେଁ, ଭବିଷ୍ୟତର କାର୍ଯ୍ୟକଳାପ ନିର୍ଣ୍ଣୟ କରିବା ପାଇଁ ଜଣେ ମଠାଧିଶ, ସାଧୁ, ପୁରୋହିତ ଏବଂ ଅନ୍ୟାନ୍ୟ ଅଗ୍ରଣୀ ହିନ୍ଦୁ ଧର୍ମ ବିଶେଷଜ୍ଞଙ୍କ ସହ ପରାମର୍ଶ କରାଯିବ ବୋଲି ସେ କହିଛନ୍ତି।

ଏହି ପରାମର୍ଶ ପରେ ତିରୁପତିସ୍ଥିତ ପ୍ରସିଦ୍ଧ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ ମନ୍ଦିରର ସରକାରୀ ସଂରକ୍ଷକ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ସମ୍ପର୍କରେ ସରକାର ନିଷ୍ପତ୍ତି ନେବେ। କହିରଖୁଛୁ ଯେ, ସିଏମ୍ ନାଇଡୁଙ୍କ ଅଭିଯୋଗ ପରେ ଏହି ବିବାଦ ସାମ୍ନାକୁ ଆସିଥିଲା, ଯେଉଁଥିରେ ଦାବି କରାଯାଇଥିଲା ଯେ ପୂର୍ବତନ ଓ୍ବାଇଏସ୍‌ଆର୍‌ସିପି ସରକାର ସମୟରେ ମନ୍ଦିରରେ ଦିଆଯାଇଥିବା ଲଡୁରେ 'ଚର୍ବି ଏବଂ ମାଛ ତେଲ' ଭଳି ପଦାର୍ଥ ବ୍ୟବହାର କରାଯାଇଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.