ପ୍ରମୁଖ ଖବର
  • ଆଗପଛ ହୋଇ ଚାଲିଗଲେ ମା’-ପୁଅ, ପୁଅର ସାପ କାମୁଡ଼ାରେ ମା’ର ହୃତଘାତରେ ମୃତ୍ୟୁ
  • ||
  • କେନ୍ଦୁଝର ପୋଲିସକୁ ବଡ଼ ସଫଳତା, ଅନ୍ତଜିଲ୍ଲା ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ
  • ||
  • ଜଳୁଛି ସାରକୁଣ୍ଡା ରିଜର୍ଭ ଫରେଷ୍ଟ, ବିପଦରେ ଜୀବଜନ୍ତୁ, ମୂଲ୍ୟବାନ ଗଛ
  • ||
  • ଅନୁଗୁଳରେ ଟ୍ରକ୍ ଧକ୍କାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ବାଇକ୍ ଆରୋହୀ ମୃତ
  • ||
  • IPL 2024: ଏକାନ୍ନା ଷ୍ଟାଡ଼ିୟମ୍‌ରେ ସୁପରଜାଏଣ୍ଟ୍‌ଙ୍କୁ ଭେଟିବ ରୟାଲ, ପ୍ରତିଶୋଧ ଲକ୍ଷ୍ୟରେ ଲକ୍ଷ୍ନୌ
  • ||
  • ପଞ୍ଚ ମହଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ୩ ମୃତ
  • ||
  • ଶାହଙ୍କ ପରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା, ରବିବାର ଆମ୍ବପୁଆରେ ବିଶାଳ ସଭାକୁ ସମ୍ବୋଧିତ କରିବେ
  • ||
  • IPL ୨୦୨୪: ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ ଫାଇଟ୍, କୁଲଦୀପ-ରୋହିତ ଲଢ଼େଇ
  • ||
  • ଆହୁରି ଭୀଷଣ ହେବ ସୂର୍ଯ୍ୟଙ୍କ ପ୍ରକୋପ: ରାଜ୍ୟରେ ୩୦ ଯାଏ ରେଡ୍‌ ୱାର୍ଣ୍ଣିଂ, ଉପକୂଳ ଓ ପଶ୍ଚିମରେ ଅସମ୍ଭାଳ ତାତି
  • ||

‘ସୋରେନ୍-କେଜ୍ରିୱାଲଙ୍କ ପରେ ଟାର୍ଗେଟରେ ପଶ୍ଚିମବଙ୍ଗ’, ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଲା ଟିଏମସି

ନୂଆଦିଲ୍ଲୀ, ୨୯/୦୩: ଲୋକସଭା ନିର୍ବାଚନ ଲାଗି ଘୋଷଣା ସରିଛି ତାରିଖ । ଦେଶରେ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଲୋକସଭା ନିର୍ବାଚନ । ସାଧାରଣ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ୍ ୧୯ରେ ହେବ । ଏହାରି ଭିତରେ ଟିଏମସି ନେତା କେନ୍ଦ୍ରରେ କ୍ଷମତାସୀନ ବିଜେପି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦୁରୂପଯୋଗ ହେଉଥିବା ଅଭିଯୋଗ କରିଛି । ମାମଲାରେ ନିର୍ବାଚନ ଆୟୋଗଙ୍କ ହସ୍ତକ୍ଷେପ ଦାବି କରିଛି ଟିଏମସି ।

ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ଆୟୋଗଙ୍କୁ ଟିଏମସି ନେତା ଏକ ଦାବି ପତ୍ର ପ୍ରଦାନ କରିବା ସହ ସମସ୍ୟା ଜଣାଇବା ଲାଗି ସମୟ ମାଗିଛନ୍ତି । ସୋମବାର ଟିଏମସି ନେତା ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କୁ ଭେଟିବା ସହ ସେମାନଙ୍କ ଆଶଙ୍କା ବ୍ୟକ୍ତ କରିବେ ।

ଟିଏମସି ନେତା ରାଶି ପାଞ୍ଜା କହିଛନ୍ତି, ଆମେ ନିର୍ବାଚନ ଆୟୋଗଙ୍କୁ ଦାବି ପତ୍ର ଦେଇଛୁ । ଆଲୋଚନା ପାଇଁ ଆୟୋଗ ସୋମବାର ସମୟ ଦେବେ । ଆମେ ଆୟୋଗଙ୍କ ସହ ଆଲୋଚନା କରି ସମସ୍ୟା ଅବଗତ କରାଇବୁ । ନିର୍ବାଚନ ପୂର୍ବରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଯେଭଳି ଗିରଫ କରାଗଲା, ତାହାକୁ ନେଇ ଟିଏମସି କାର୍ଯ୍ୟକର୍ତ୍ତା ବେଶ୍ ଚିନ୍ତିତ । ଏବେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ସ୍ଥିତି ନିର୍ବାଚନ ଆୟୋଗଙ୍କ ନିୟନ୍ତ୍ରଣରେ । ତଥାପି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରି ନିଆଗଲା ।

ଟିଏମସି ନେତା କହିଛନ୍ତି, ଏବେ କେନ୍ଦ୍ରର ନଜର ‘ପଶ୍ଚିମବଙ୍ଗ ଉପରେ’ । ସେମାନେ ମହୁଆ ମୋଇତ୍ରଙ୍କ ପର୍ଯ୍ୟନ୍ତ ପହଞ୍ଚି ଯାଇଛନ୍ତି । ଏବେ ପ୍ରଚାର କରି ଟିଏମସି ନେତାଙ୍କୁ ହଇରାଣ କରୁଛନ୍ତି । ପଶ୍ଚିମବଙ୍ଗ ସରକାର ସହ ଜଡ଼ିତ ଲୋକଙ୍କୁ ମଧ୍ୟ ହଇରାଣ କରାଯାଉଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଭେଦଭାବପୂର୍ଣ୍ଣ ନୀତି ଆପଣାଉଛି ।

ସେ ଆହୁରି କହିଛନ୍ତି, ଆମେ ବହୁତ ବିଚଳିତ ଓ ଚିନ୍ତିତ । କେନ୍ଦ୍ର ସରକାରଙ୍କ ଆଦେଶରେ ସିବିଆଇ, ଇଡି ଓ ଏନ୍ଆଇଏ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏବେ ନିର୍ବାଚନ ସମୟରେ ଆମ କାର୍ଯ୍ୟକର୍ତ୍ତାଙ୍କୁ ଡାକୁଛନ୍ତି । ଆମେ ବି ଚାହୁଁ ନିର୍ବାଚନ ନିରପେକ୍ଷ ହେଉ । କିନ୍ତୁ ସବୁବେଳେ ଟିଏମସକୁ ଟାର୍ଗେଟ୍ କରା ଯାଉଛି । ସମସ୍ତ ରାଜନୈତିକ ଦଳର ଅଧିକାର ସେମାନେ ନିର୍ବାଚନ ପ୍ରଚାର କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.