ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନୀ ଇସ୍ତାହାର ଜାରି କଲା ଟିଏମସି; ‘ସରକାର ଆସିଲେ ଲାଗୁ ହେବନି ସିଏଏ-ଏନଆରସି’

Image Courtesy: hindustantimes

କୋଲକାତା: ଲୋକସଭା ନିର୍ବାଚନ ୨୦୨୪ ଲାଗି ସବୁ ଦଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲୋଭନୀୟ ପ୍ରତିଶ୍ରୁତି ଦେଉଛନ୍ତି । ବିଜେପି, କଂଗ୍ରେସ ପରେ ଏବେ ତୃଣମୂଳ କଂଗ୍ରେସ (ଟିଏମସି)ର ନିର୍ବାଚନୀ ଇସ୍ତାହାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବୁଧବାର ମମତା ବାନାର୍ଜୀଙ୍କ ଦଳ ଟିଏମସି ନିର୍ବାଚନୀ ଇସ୍ତାହାର ଜାରି କରିଛି । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପୂର୍ବରୁ ଟିଏମସି ଏହି ନିର୍ବାଚନୀ ଇସ୍ତାହାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । 

ମମତାଙ୍କ ଦଳ ଏଥର ୧୦ଟି ପ୍ରତିଶ୍ରୁତି ଦେଇଥିବା ବେଳେ ସରକାର ଆସିଲେ ରାଜ୍ୟରେ ସିଏଏ, ଏନଆରସି ଏବଂ ୟୁସିସି ଲାଗୁ ହେବନି ବୋଲି ଘୋଷଣା କରିଛି ଦଳ । ଏହା ପୂର୍ବରୁ ସିଏଏ, ଏନଆରସି ଏବଂ ୟୁସିସି ରାଜ୍ୟରେ ଲାଗୁ କରାଇ ଦେବୁ ନାହିଁ ବୋଲି ମମତା ବାନାର୍ଜୀ କହିଆସିଛନ୍ତି । ସେହିଭଳି ଟିଏମସି ନେତା କହିଛନ୍ତି ଯେ, କେନ୍ଦ୍ରରେ ଇଣ୍ଡି ମେଣ୍ଟର ସରକାର ଆସିଲେ ସବୁ ପ୍ରତିଶ୍ରୁତି ପାଳନ କରାଯିବ । ଯଦିଓ ରାଜ୍ୟରେ ଟିଏମସି ଏକାକୀ ଲଢ଼ିବାକୁ ଯାଉଛି ହେଲେ ଦଳୀୟ ନେତା ଇଣ୍ଡି ମେଣ୍ଟର ସମର୍ଥନରେ ବାହାରିଛନ୍ତି । 




ଟିଏମସି ନିଜ ନିର୍ବାଚନୀ ଇସ୍ତାହାରରେ, ମାଗଣା ଏଲପିଜି, ଚାକିରି, କୃଷକଙ୍କୁ ଏମଏସପି ଗ୍ୟାରେଣ୍ଟି ଏବଂ ଏସସି, ଏସଟି ଓ ଓବିସି ଛାତ୍ରଛାତ୍ରୀଙ୍କୁ ସ୍କଲାରଶିପ୍‌ ଆଦି ସାମିଲ କରିଛି । ତେବେ ଟିଏମସି ନିଜର ନିର୍ବାଚନୀ ଇସ୍ତାହାରକୁ ନେପାଳି, ଓଇ ଚିକି ସହ ମୋଟ ୬ଟି ଭାଷାରେ ଜାରି କରିଛି ।  ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଗ୍ୟାରେଣ୍ଟିକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, କେବଳ ଦଙ୍ଗା କରିବା ବିଜେପି ସରକାରର ଗ୍ୟାରେଣ୍ଟି । ଏହା ସହ ପ୍ରଧାନମନ୍ତ୍ରୀ ମୋଦୀ କାହା ପାଇଁ କିଛି କରୁଛନ୍ତି ବୋଲି ସେ ବିଶ୍ବାସ କରୁନଥିବା ନେଇ ଏକ ରାଲିକୁ ସମ୍ବୋଧନ କରି ମମତା କହିଛନ୍ତି । 

  • CM Mamata
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.