ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ଜାଣନ୍ତୁ କାହିଁକି ପାଳନ ହୁଏ ଏହି ଦୋଳପର୍ବ

ଭୁବନେଶ୍ୱର ୨୫/୦୩: ଫାଲ୍‌ଗୁନ ମାସ ପୂର୍ଣ୍ଣିମା ଦିନକୁ ଦୋଳ ପୂର୍ଣ୍ଣିମା କୁହାଯାଏ । ଫାଲଗୁନ ଦଶମୀ ତିଥିରୁ ଦୋଳଯାତ୍ରା ଆରମ୍ଭ ହୋଇଥାଏ, ଯାହାକି ଦୋଳ ଦଶମୀ ବା ଫଗୁ ଦଶମୀ ଭାବରେ ପ୍ରସିଦ୍ଧ । ପୌରାଣିକ ବର୍ଣ୍ଣନା ଅନୁସାରେ, ଭଗବାନ ଶ୍ରୀକୃଷ୍ଣ ଏକ ରାକ୍ଷସକୁ ବଧ କରିଥିଲେ । ଏହାପରେ ବୃନ୍ଦାବନବାସୀ ଉଲ୍ଲସିତ ହୋଇ ଶ୍ରୀକୃଷ୍ଣଙ୍କୁ ଦୋଳବିମାନରେ ବସାଇ ନଗର ପରିକ୍ରମା କରିଥିଲେ । ସେହିଦିନଠାରୁ ଦୋଳପର୍ବ ପାଳିତ ହୋଇଆସୁଛି । 

ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ରାଧାକୃଷ୍ଣଙ୍କ ନିକଟରେ ଫଗୁଦଶମୀଠାରୁ ଅବିର ଅର୍ପଣ କରାଯାଇଥାଏ । ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଛୋଟ ଛୋଟ ବିମାନରେ ମହାଆଡ଼ମ୍ବରରେ ଗ୍ରାମର ପ୍ରତ୍ୟେକଙ୍କ ଦ୍ୱାରକୁ ନିଆଯାଇଥାଏ । ସେଠାରେ ଠାକୁରମାନଙ୍କୁ ବିଭିନ୍ନ ପ୍ରକାର ଭୋଗ ଲାଗିହୁଏ । ଦୋଳବେଦୀରେ ମଦନମୋହନ ଓ ଲକ୍ଷ୍ମୀ ବିଜେ କରିଥାନ୍ତି । ଓଡି଼ଶାର ପ୍ରାୟ ସମସ୍ତ ଗ୍ରାମରେ ବିଶେଷ କରି ବ୍ରାହ୍ମଣ ଶାସନମାନଙ୍କରେ ଏହାର ଗୁରୁତ୍ୱ ଅଧିକ । 

ଦୋଳପୂର୍ଣ୍ଣିମା ଦିନ ଠାକୁରମାନଙ୍କୁ ମଣ୍ଡପ ଉପରକୁ ନିଆଯାଇଥାଏ । ଏହି ମଣ୍ଡପର ନାମ ଦୋଳ ମଣ୍ଡପ । ସେଠାରେ ପୂଜାର୍ଚ୍ଚନା ସହିତ ଠାକୁରମାନେ ଦୋଳି ଖେଳନ୍ତି । ଠାକୁରଙ୍କୁ ଅବିର ଅର୍ପଣ କରାଯାଇଥାଏ । ରାଜଦୋଳ ଉତ୍ସବ ଅର୍ଥାତ୍‌ ଫଗୁ ଦଶମୀଠାରୁ ସମସ୍ତ ବୈଷ୍ଣବ ପୀଠରେ ଠାକୁର ଝୁଲଣ ମଣ୍ଡପରେ ଦୋଳିରେ ଝୁଲନ୍ତି କିମ୍ବା ସୁସଜ୍ଜିତ ମଣ୍ଡପରେ ବିଜେ କରନ୍ତି ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି । ସାଧାରଣତଃ ଏହି ଯାତ୍ରା ୫ ଦିନ ପାଇଁ ମହାସମାରୋହରେ ପାଳିତ ହୋଇ ପଞ୍ଚୁଦୋଳ ନାମରେ ନାମିତ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.