ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ଟେକଅଫ୍‌ ପୂର୍ବରୁ ହଠାତ୍ ବିମାନର ଏମର୍ଜେନ୍ସି ଡୋର୍‌ ଖୋଲି ଦେଲେ ଯାତ୍ରୀ, ବିମାନ ଭିତରେ ଥିବା ଲୋକେ ହୋଇଗଲେ ଭୟଭୀତ

Published By : Prameya | February 10, 2024 7:04 PM

ନୂଆଦିଲ୍ଲୀ,୧୦।୨: ଅନେକ ଥର, ବିମାନ ଉଡାଣ ସମୟରେ କିଛି ଯାତ୍ରୀଙ୍କ ମୂର୍ଖାମୀ ହେତୁ ଏପରି କିଛି ଘଟେ ଯାହା ଅନ୍ୟ ଲୋକଙ୍କ ଜୀବନକୁ ବିପଦରେ ପକାଇଥାଏ।ଏହିପରି ଅନେକ ଘଟଣା ଦେଖିବାକୁ ମିଳିଛି। ନିକଟରେ ଏଭଳି ଏକ ଥାଇଲ୍ୟାଣ୍ଡରୁ ଆସିଛି। ଏଠାରେ ଜଣେ ଯାତ୍ରୀ ଚିଆଙ୍ଗ ମାଇ ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରିବା ପୂର୍ବରୁ ଏମର୍ଜେନ୍ସି ଡୋର ଖୋଲି ଦେଇଥିଲେ। ରଏଟର୍ସ ରିପୋର୍ଟ ଅନୁଯାୟୀ, ବୁଧବାର ରାତିରେ ଏହି ଘଟଣା ଘଟିଛି, ଯାହାଫଳରେ ବିମାନର ଇନଫ୍ଲେଟେବଲ୍ ସ୍ଲାଇଡ୍ ସକ୍ରିୟ ହୋଇ ଯାଇଥିଲା। ଯାହାଫଳରେ ବିମାନ ଚଳାଚଳ ବିଳମ୍ବ ହୋଇଥିଲା। 

ଜଣେ କାନଡୀୟ ବ୍ୟକ୍ତିକୁ ସ୍ଥାନୀୟ ପୋଲିସ କଷ୍ଟଡିରେ ନେଇଛି। ଯାତ୍ରୀଙ୍କ ଓକିଲର କହିବା ଅନୁସାରେ, ସେ ହାଲୁସିନେସନ୍ ବା ମତିଭ୍ରମ ଯୋଗୁଁ ଏଭଳି ଭବରେ ଏମର୍ଜେନ୍ସି ଏକ୍ସିଟ୍‌କୁ ଖୋଲି ଦେଇଥିଲେ। ଘଟଣା ସମ୍ପର୍କରେ ଚିୟାଙ୍ଗ ମାଇ ବିମାନ ବନ୍ଦରର ନିର୍ଦେଶକ ରୋନାକର୍ନ ଚାର୍ଲେମେସେନ୍ୟାକୋର୍ନ କହିଛନ୍ତି, ଏହି ଘଟଣା କାରଣରୁ ବିମାନ ବନ୍ଦରରେ ଅନେକ ବିମାନ ଚଳାଚଳ ପ୍ରଭାବିତ ହୋଇଥିଲା।

ଜଣେ ଯାତ୍ରୀଙ୍କ କହିବା ଅନୁସାରେ, ଯେତେବେଳେ ବ୍ୟକ୍ତିଜଣକ ଏମର୍ଜେନ୍ସି ଏକଜିଟ୍ ଖୋଲିଥିଲେ, ବିମାନ ଭିତରେ ଥିବା ଲୋକେ ଭୟଭୀତ ହୋଇଯାଇଥିଲେ। ଯଦି ଆମେ ସମୁଦ୍ର ପତ୍ତନଠାରୁ ୩୦,୦୦୦ ଫୁଟ୍ ଉପରେ ରହିଥାନ୍ତୁ ତେବେ କ’ଣ ହୋଇଥାନ୍ତା ? ଉଲ୍ଲେଖନୀୟ ଯେ, ଗତ ମାସ ମେକ୍ସିକୋରେ ଜଣେ ବ୍ୟକ୍ତିଙ୍କୁ ବିମାନର ଏମର୍ଜେନ୍ସି ଡୋର ଖୋଲି ଓ୍ବିଙ୍ଗରେ ଚାଲିବା ପରେ ଗିରଫ କରାଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.