ପ୍ରମୁଖ ଖବର
  • ଅଯୋଧ୍ୟାରେ ରାମଲାଲାଙ୍କ ସୂର୍ଯ୍ୟତିଳକ, ଦିବ୍ୟ ରୂପ ଦେଖି ଭକ୍ତିରେ ବିଭୋର ହେଲେ ଶ୍ରଦ୍ଧାଳୁ
  • ||
  • ଦିନ ସାଢେ ୧୧ଟାରେ ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା, ବାଲେଶ୍ଵରରେ ସର୍ବାଧିକ ରେକର୍ଡ
  • ||
  • ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ୩ ଦିନ ସ୍କୁଲ ଛୁଟି
  • ||
  • ମୁମ୍ୱାଇ: ଶୋଇବା ଅଧିକାର ମୌଳିକ ଆବଶ୍ୟକତା, ରାତି ଅଧରେ ଜେରା କରିବାରୁ ଇଡିକୁ ହାଇକୋର୍ଟ ନୋଟିସ୍‌
  • ||
  • ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୧୬୭ ଜଣଙ୍କ ବିରୋଧରେ ସଙ୍ଗିନ ମାମଲା, କଂଗ୍ରେସର ଭେଙ୍କଟରମଣ ସବୁଠୁ ଧନୀ
  • ||
  • ଭୁବନେଶ୍ୱର : ପିସିସି ପ୍ରଚାର କମିଟି ବୈଠକ, ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
  • ||
  • ଆଇପିଏଲ୍‌ରେ ଆଜି ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ଟକ୍କର, ଅହମ୍ମଦାବାଦରେ ହେବ ମୁକାବିଲା
  • ||
  • ଦୁବାଇରେ ବର୍ଷାର ପ୍ରକୋପ, ଚାରିଆଡେ ଖାଲି ପାଣି ପାଣି, ଓମାନରେ ଚାଲିଗଲା ୧୮ ଜୀବନ
  • ||
  • ଭୁବନେଶ୍ଵର : ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜ୍ୟ, ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୧୮ ଓ ୧୯ରେ ୪୫ ଡିଗ୍ରୀ ଛୁଇଁବ
  • ||
  • ଭୁବନେଶ୍ଵର : ଆଜି ପବିତ୍ର ରାମନବମୀ, ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ, ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ
  • ||

ଟ୍ରାକ୍ଟର-ଅଟୋ ମୁହାମୁହିଁ ଧକ୍କା : ଜଣେ ମୃତ, ୬ ଆହତ

ଦାରିଙ୍ଗବାଡି, ୩/୪ : ଟ୍ରାକ୍ଟର-ଅଟୋ ମୁହାମୁହିଁ ଧକ୍କା। ଜଣେ ମୃତ, ୬ ଗୁରୁତର ଆହତ। ଦାରିଙ୍ଗବାଡି ଥାନା ଅନ୍ତର୍ଗତ କୁଏରାଙ୍ଗା ଛକ ନିକଟ ବୁଲାଣିରେ ଏହି ଦୁର୍ଘଟଣା ଘଟିଛି। ମୃତକ ଜଣକ ହେଲେ ଟ୍ରାକ୍ଟରରେ ବସିଥିବା ସୁନ୍ଦରଦଣ୍ଡ ଗ୍ରାମର ନରେନ୍ଦ୍ର ପ୍ରଧାନଙ୍କ ପୁଅ ରାଜୁ ପ୍ରଧାନ (୧୫ ବର୍ଷ)। ସେହିପରି ଆହତମାନେ ହେଲେ ଅଟୋରେ ବସିଥିବା କୁସିପଙ୍କା ଗ୍ରାମର ନିକୀମା ପ୍ରଧାନ, ଚନ୍ଦ୍ରିକା ପ୍ରଧାନ, ସୁମିତ୍ରା ପ୍ରଧାନ, ରିତିକା ପ୍ରଧାନ ଓ ଟେପାରି ଗ୍ରାମର ନୟମି ପ୍ରଧାନ, ତମିତା ପ୍ରଧାନ। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁଁ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । 

ସୂଚନାନୁଯାୟୀ, ଟେପାରୀ ଓ କୁସିପଙ୍କା ଗ୍ରାମର ୮ ଜଣ ମହିଳା ଓ ଜଣେ ପୁରୁଷ ଏକ ଅଟୋରେ ବସି ଦାରିଙ୍ଗବାଡି ଆସୁଥିବା ବେଳେ କୁଏରାଙ୍ଗା ଛକ ବୁଲାଣିରେ ବିପରୀତ ଦିଗରୁ ଏକ ଟ୍ରାକ୍ଟର ଆସୁଥିଲା। ଉଭୟ ଗାଡ଼ି ମୁହାଁମୁହିଁ ହେବା ଫଳରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଦୁର୍ଘଟଣା ସ୍ଥଳରେ ହିଁ ରାଜୁ ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା। ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.