ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରେଳପଥ କାମ ପାଇଁ ବଦଳିଲା ଟ୍ରେନ୍‌ ମାର୍ଗ ଓ ସମୟ, ବାତିଲ୍ ହୋଇଛି କିଛି ଟ୍ରେନ୍

ଭୁବନେଶ୍ୱର,୩୧/୦୫: ପୂର୍ବତଟ ରେଲବାଇ ପକ୍ଷରୁ ଓଡିଶାର ବିଭିନ୍ନ ସ୍ଥାନରେ ଥିବା ରେଳ ଲାଇନ ତଥା ଷ୍ଟେସନର ନବୀକରଣ କାମ ଆରମ୍ଭ ହୋଇଛି । ଏଥିଯୋଗୁଁ କେତେକ ଟ୍ରେନର ମାର୍ଗ ଓ ସମୟ ପରିବର୍ତ୍ତନ କରାଯାଇଥିବା ଗୁରୁବାର ପୂର୍ବତଟ ରେଲବାଇ ପକ୍ଷରୁ ପ୍ରେସ ବିବୃତ୍ତିରେ  ସୂଚନା ଦିଆଯାଇଛି ।  

ମିଳିଥିବା ସୂଚନା ଅନୁସାରେ, ଢେଙ୍କାନାଳ ଓ ସଦାଶିବପୁର ରେଳ ଷ୍ଟେସନ ମଧ୍ୟରେ ତୃତୀୟ ଓ ଚତୁର୍ଥ ଲାଇନ ଏବଂ ସରଲାଠାରେ ସମ୍ୱଲପୁର-ଝାରସୁଗୁଡା ରେଳ ସେକ୍ସନର ମାଲବାହୀ ଟ୍ରେନ୍‌ ପରୀକ୍ଷା ଲାଇନ କାର୍ଯ୍ୟକ୍ଷମ ହେବା ପାଇଁ କାମ ଚାଲିଛି । ସେହିପରି ସମ୍ୱଲପୁର ଏବଂ ୱାଲଟିୟର ରେଳ ମଣ୍ଡଳ ମଧ୍ୟରେ ବ୍ରିଜ୍‌ ନବୀକରଣ କାର୍ଯ୍ୟ ମଧ୍ୟ ଚାଲିଛି । 

ଏଥିପାଇଁ ରାଉରକେଲା-ପୁରୀ-ରାଉରକେଲା  ଏକ୍ସପ୍ରେସକୁ ମେ ୩୦ରୁ ଜୁନ ୧୪ ପର୍ଯ୍ୟନ୍ତ  ରାଉରକେଲା ଠାରୁ ଓ ଶୁକ୍ରବାରଠୁ  ଜୁନ ୧୫ ଯାଏ ପୁରୀରୁ ବାତିଲ କରାଯିବ । ସେହିପରି  ପୁରୀ-ତାଳଚେର-ପୁରୀ ପାସେଞ୍ଜର ସ୍ପେସିଆଲ୍‌  ଗୁରୁବାରଠାରୁ ଜୁନ ୫ ପର୍ଯ୍ୟନ୍ତ ପୁରୀରୁ ଏବଂ ଶୁକ୍ରବାର ଠାରୁ ଜୁନ ୬ ପର୍ଯ୍ୟନ୍ତ ତାଳଚେର ଠାରୁ  ବାତିଲ୍‌ କରାଯିବ । ପଲାସା-ବିଶାଖାପଟ୍ଟନମ୍‌-ପଲାସା  ପାସେଞ୍ଜର ସ୍ପେସିଆଲ୍‌ ଟ୍ରେନ୍‌ ଶୁକ୍ରବାର ପାଇଁ  ଉଭୟ ସ୍ଥାନରୁ ବାତିଲ୍‌ କରାଯିବ । ଝାରସୁଗୁଡାସମ୍ୱଲପୁର-ଝାରସୁଗୁଡା ପାସେଞ୍ଜର ସ୍ପେସିଆଲ ଜୁନ୍‌  ୭ରୁ ୧୪ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରୁ ବାତିଲ ରହିବ ।  

ବିଳାସପୁର-ଟିଟିଲାଗଡ-ବିଳାସପୁର ପାସେଞ୍ଜର  ସ୍ପେସିଆଲ ଟ୍ରେନ୍‌ ବିଳାସପୁରରୁ ଜୁନ୍‌ ୭ରୁ ୧୪  ଏବଂ ଟିଟିଲାଗଡରୁ ଜୁନ ୮ରୁ ୧୫ ଯାଏଁ ବାତିଲ  ରହିବ । ଏଥିସହ ଟିଟିଲାଗଡ-ରାୟପୁର-ଟିଟିଲାଗଡ  ପାସେଞ୍ଜର ସ୍ପେସିଆଲ ଟ୍ରେନ୍‌ ଟିଟିଲାଗଡରୁ ଜୁନ୍‌  ୭ ରୁ ୧୪ ଯାଏଁ ଏବଂ ରାୟପୁରରୁ ଜୁନ୍‌ ୮ ରୁ  ୧୫ ତାରିଖ ଯାଏଁ ବାତିଲ ରହିବ । ଅନ୍ୟପକ୍ଷରେ  ଏର୍ଣ୍ଣାକୁଲମ୍‌-ଟାଟା-ଏର୍ଣ୍ଣାକୁଲମ୍‌ ଏକ୍ସପ୍ରେସ୍‌ ଜୁନ୍‌  ୬ ରୁ ୧୨ ମଧ୍ୟରେ ଏର୍ଣ୍ଣାକୁଲମ୍‌ ଠାରୁ ଏବଂ ଜୁନ୍‌  ୭ରୁ ୧୪ ପର୍ଯ୍ୟନ୍ତ ଟାଟା ଠାରୁ ଚଳାଚଳ କରିବାକୁ  ଥିଲା । ଏହାର ନିର୍ଦ୍ଧାରିତ ପଥ ବିଜୟନଗରମ-ଟିଟିଲାଗଡ-ଝାରସୁଗୁଡା ପରିବର୍ତ୍ତନ କରାଯାଇ  ଜାରୋଲି-ଜଖପୁରା-କଟକ-ଖୋର୍ଦ୍ଧା ରୋଡ୍‌-ବିଜୟନଗରମ୍‌ କରାଯାଇଛି । ତେଣୁ ଏହି ପରିବର୍ତ୍ତିତ  ମାର୍ଗରେ ଉଭୟ ପାଶ୍ୱର୍ରୁ ଟ୍ରେନ୍‌ ଚଳାଚଳ କରିବ  ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ଜଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.