ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭୂତକୋଠି ପାଲଟିଛି ଆଦିବାସୀ ସଂଗ୍ରହାଳୟ: କଲ୍ୟାଣମଣ୍ଡପ, ସିମେଣ୍ଟ ଗୋଦାମ ପରେ କାଞ୍ଜିଆହୁଦା କରି ଲାଭ ଉଠାଇଲା ପୌର ପ୍ରଶାସନ

ନବରଙ୍ଗପୁର,୨୭/୨: ନବରଙ୍ଗପୁର ବସଷ୍ଟାଣ୍ଡ ନିକଟ ଆଦିବାସୀ ସଂଗ୍ରହାଳୟ ଭୂତକୋଠିରେ ପରିଣତ ହୋଇଛି । କୋଠା ନିର୍ମାଣକୁ ୨ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଏହା ଲୋକଙ୍କ କାମରେ ଲାଗିପାରିନି । କୋଠାକୁ କେତେବେଳେ କଲ୍ୟାଣମଣ୍ଡପ ତ କେତେବେଳେ  ସିମେଣ୍ଟ ଗୋଦାମ ଆଉ କେତେବେଳେ କାଞ୍ଜିଆହୁଦା କରି ପୌରସଂସ୍ଥା ମୁନାଫା କମାଇଲା ।  ଯୋଉଁ ଉଦ୍ଦେଶ୍ୟରେ ଏହା ନିର୍ମାଣ କରାଯାଇଥିଲା  ଦିନଟିଏ ବି କାମରେ ଲାଗିଲାନାହିଁ । ଏବେ  ଜରାଜୀର୍ଣ୍ଣ ହୋଇ ଭୂତକୋଠିରେ ପରିଣତ ହୋଇଥିବା ବେଳେ ଜବରଦଖଲକାରୀ ଏହାକୁ  କବ୍‌ଜା କରି ବସିଛନ୍ତି ।   

୨୦୦୩ରେ ତତ୍କାଳନୀ ରାଜ୍ୟସଭା ସାଂସଦ  ଭଗବାନ ମାଝୀ ଆଦିବାସୀ ସଂଗ୍ରହାଳୟ ପାଇଁ  ଅନୁଦାନ ଦେଇଥିଲେ । ସହରର ଉପକଣ୍ଠରେ  ୨ ଏକର ଜମିରେ ସଂଗ୍ରହାଳୟ ନିର୍ମାଣ  ହୋଇଥିଲା । କୋଠା ଭିତରେ ୬ବଖରା ଘର  ନିର୍ମାଣ କରାଯାଇଥିଲା । କିନ୍ତୁ ଆଦିବାସୀ ପରମ୍ପରା  ସଂସ୍କୃତିର ଛାପକୁ ସଂଗ୍ରହଳାୟ ଭିତରେ ସଜେଇ  ରଖିପାରି ନଥିଲେ ରାଜନେତା ଓ ପ୍ରଶାସନ । କୋଠା  ନିର୍ମାଣ ପରେ ଜିଲ୍ଲା ସଂସ୍କୃତି ବିଭାଗ ଅଧୀନରେ  କିଛି ଦିନ ରହିଥିଲା । ପରେ ପୌରପାଳିକା  ଅଧୀନକୁ ଚାଲିଯାଇଥିଲା । ଶେଷରେ ପୌର  କର୍ତ୍ତୃପକ୍ଷ ଆଦିବାସୀ ସଂଗ୍ରହାଳୟକୁ ଆଶୀର୍ବାଦ ଓ  ପୁଷ୍ପାଞ୍ଜଳି କଲ୍ୟାଣମଣ୍ଡପ ଭାବେ କାମରେ ଲଗାଇ  ବେସରକାରୀ ସଂସ୍ଥାକୁ ଠିକା ସୂତ୍ରରେ ଦେଇଥିଲେ ।  ସେଥିରୁ ଲକ୍ଷାଧିକ ଟଙ୍କାର ଲାଭ ପୌରପାଳିକା  ଉଠାଇଥିଲା । 

ଆଦିବାସୀ ସଂଗଠନର ଅଭିଯୋଗ  ପରେ କୋଠାକୁ ଆଇଟିଡିଏ ବିଭାଗକୁ ହସ୍ତାନ୍ତର  କରାଯାଇଥିଲା । ଗୋଟିଏ ବିଭାଗ ପରେ ଆଉ  ଏକ ବିଭାଗ ହାତକୁ କୋଠା ହସ୍ତାନ୍ତର ହୋଇ  ଚାଲିଥିଲା । ଶେଷରେ କିଛି ଦିନ ପାଇଁ ସିମେଣ୍ଟ  ବ୍ୟବସାୟୀମାନେ ଏହାକୁ ଗୋଦାମଗୃହ ଭାବେ  ବ୍ୟବହାର କରିଥିଲେ । ଅଭିଯୋଗ ପରେ  ଗୋଦାମକୁ ବନ୍ଦ କରିଦିଆଗଲା । ଗୋଦାମ ବନ୍ଦ  ହେବା ପରେ ୨ ଏକର ଜମିକୁ ଧିରେ ଧିରେ  ଜବରଦଖଲକାରୀ କବ୍‌ଜା କରି ନେଇଗଲେ ।  କୋଠାର ୬ ବଖରା ଛାତରୁ ପଲସ୍ତର ଖସିଗଲାଣି ।  ପଦାକୁ ଲୁହାଛଡ ଦିଶୁଛି । ଏଭଳି ସ୍ଥିତିରେ କିଛି  ଦିନ ପାଇଁ ଆଦିବାସୀ ସଂଗ୍ରହାଳୟକୁ କାଞ୍ଜିଆହୁଦା  ଭାବେ ବ୍ୟବହାର କରି ଗୋରୁଗାଈଙ୍କୁ ମଧ୍ୟ  ରଖାଯାଇଥିଲା । ଏବେ କୋଠାଟି ଜରାଜୀର୍ଣ୍ଣ ହୋଇ  ଭୂତକୋଠିରେ ପରିଣତ ହୋଇଛି । ଏନେଇ  ପୌର ନିର୍ବାହୀଅଧିକାରୀ ଶଙ୍କର କେର୍କେଟାଙ୍କୁ  ଯୋଗାଯୋଗ କରିବାରୁ କୋଠା ସଂପର୍କରେ ସେ  ଜାଣି ନଥିବା କହିବା ସହ ତଦନ୍ତ ପରେ ପଦକ୍ଷେପ  ଗ୍ରହଣ କରିବେ ବୋଲି କହିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.