ପ୍ରମୁଖ ଖବର
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

‘ଆନିମଲ୍‌’ ପାଇଁ ପ୍ରଶଂସା ସାଉଁଟୁଛନ୍ତି ତୃପ୍ତି, ‘କାଲା’ ରୁ ହୋଇଥିଲେ ଫେମସ୍

ନୂଆଦିଲ୍ଲୀ ୦୫/୧୨: ଥିଏଟରରେ ଏବେ ରାଜ୍‌ କରୁଛି ‘ଆନିମଲ୍‌’ । ଫିଲ୍ମରେ କେବଳ ରଣବୀର କପୁରଙ୍କ ନୂଆ ଅବତାର ଦର୍ଶକଙ୍କୁ ମୋହିତ କରୁଛି ତାହା ନୁହେଁ, ଅଭିନେତ୍ରୀ ତୃପ୍ତି ଦିମ୍‌ରିଙ୍କ ପ୍ରଦର୍ଶନ ବି ସବୁରି ଧ୍ୟାନ ଆକର୍ଷଣ କରୁଛନ୍ତି । ଏହି ଫିଲ୍ମରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଦେଶବ୍ୟାପି ତାଙ୍କୁ ଖୁବ୍‌ ପ୍ରଶଂସା କରାଯାଉଛି। ‘ଲୈଲା ମଜ୍‌ନୁ’ ଓ ‘କାଲା’ ଭଳି ଫିଲ୍ମରେ ଭିନ୍ନ ଭିନ୍ନ ଭୂମିକା ପାଇଁ ବେଶ ପରିଚିତ ତୃପ୍ତି ଏହି ଫିଲ୍ମ ପାଇଁ ଖୁବ୍‌ ପ୍ରଶଂସିତ ହେଉଛନ୍ତି।

ଇଣ୍ଡଷ୍ଟ୍ରିର ଜଣେ ଉଦୀୟମାନ ଷ୍ଟାର୍‌ ଭାବେ ତାଙ୍କ ସ୍ଥିତି ବେଶ ସୁଦୃଢ଼ ବୋଲି ସମୀକ୍ଷକମାନେ କହୁଛନ୍ତି। ‘ଆନିମଲ୍‌’ରେ ତାଙ୍କ ଉପସ୍ଥିତି ଦର୍ଶକଙ୍କ ମନ କିଣିଛି । ରଣବୀରଙ୍କ ସମେତ ଫିଲ୍ମର ଅନ୍ୟ ମୁଖ୍ୟ କଳାକାରଙ୍କ ଭଳି ତୃପ୍ତିଙ୍କ କାମକୁ ଦମ୍‌ଦାର ବୋଲି ଦର୍ଶକ ଓ ସମୀକ୍ଷକ କହୁଛନ୍ତି। ଗତ ୧ ତାରିଖରେ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍‌ ଓ କନ୍ନଡ଼ ଭାଷାରେ ମୁକ୍ତିପ୍ରାପ୍ତ ‘ଆନିମଲ୍‌’ ବିଶ୍ୱସ୍ତରରେ ଅଦ୍ୟାବଧି ୩୫୦ କୋଟିରୁ ଅଧିକ ବ୍ୟବସାୟ କରିଛି ।ଅନେକ ମଜାଦାର ପ୍ରୋଜେକ୍ଟକୁ ନେଇ ତୃପ୍ତି ଏବେ ଚର୍ଚ୍ଚାରେ ଅଛନ୍ତି । ‘ଭିକି ବିଦ୍ୟା କା ୱ ୱାଲା ଭିଡିଓ’ରେ ସେ ନଜର ଆସିବେ। ଫିଲ୍ମ ‘ମେରେ ମେହବୁବ୍‌ ମେରେ ସନମ୍‌’ରେ ସେ ଭିକି କୌଶଲଙ୍କ ସହ ସ୍କ୍ରିନ୍‌ ଶେୟାର କରିବେ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.