ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ଟ୍ରକରୁ ୧୦୫ କିଲୋ ଗଞ୍ଜେଇ ଜବତ, ଚାଳକ ଗିରଫ

ଫିରିଙ୍ଗିଆ, ୩।୭  ଟ୍ରକରେ ବୋଝେଇ ହୋଇ କନ୍ଧମାଳ ରୁ ଭୁବନେଶ୍ୱର କୁ ଚାଲାଣ ହେଉଥିଲା ଗଞ୍ଜେଇ I ଖବର ପାଇ ମାଡ଼ିବସିଲା ଅବକାରୀ ବିଭାଗ I  ଟ୍ରକରୁ ୧୦୫ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ଡ୍ରାଇଭରକୁ ଗିରଫ କରି କୋର୍ଟ ଚଲାଣ କରିଛି ଅବକାରୀ ବିଭାଗ I 

କନ୍ଧମାଳ ଜିଲ୍ଲା ବାଲିଗୁଡା ପଟୁ ଏକ ଟ୍ରକରେ ଗଞ୍ଜେଇ ଭର୍ତ୍ତି ହୋଇ ଫୁଲବାଣୀ ପଟକୁ ଯାଉଥିବା କୌଣସି ସୂତ୍ରରୁ ଅବକାରୀ ବିଭାଗକୁ ଖବର ମିଳିଥିଲା I ଖବର ପାଇ ଅବକାରୀ ବିଭାଗ କର୍ମଚାରୀ ମାନେ ଫିରିଙ୍ଗିଆ ଥାନା ମାସରୀପଡା ଛକ ନିକଟରେ ଜଗିରହିଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ମାସରୀପଡା ନିକଟରେ ଅବକାରୀ ବିଭାଗ ଅଟକାଇ ଯାଞ୍ଚ କରିଥିଲେ I ଯାଞ୍ଚ ସମୟରେ ଟ୍ରକରୁ ପାଞ୍ଚଟି ବସ୍ତାରେ ଭର୍ତ୍ତି ହୋଇଥିବା ଗଞ୍ଜେଇ ଜବତ କରି ଥିଲେ I ତେବେ ଗିରଫ ଅଭିଯୁକ୍ତ ଟ୍ରକ ଡ୍ରାଇଭର ଜଣକ କଟକ ଜିଲ୍ଲା ବୈଦେଶ୍ଵରପୁର ଥାନା କଳାପଥର ଗାଁ ର ବିଜୟ କୁମାର ସେଠି।

 ସେ ରୀତିମତ ଭାବରେ ଏହି ଅଂଚଳରୁ ରାଜଧାନୀ ଭୁବନେଶ୍ୱରରୁ ଟ୍ରକରେ ସାମଗ୍ରୀ ନେଇ ଫୁଲବାଣୀ ଆସୁଥିଲେ । ଫେରିବା ସମୟରେ ଗଞ୍ଜେଇ ନେଇ ଯାଉଥିଲେ ବୋଲି ତଦନ୍ତ ରୁ ଜଣା ପଡ଼ିଥିବା ଅବକାରୀ ବିଭାଗ  କହିଛି। ଏହିଘାଟଣାକୁ ନେଇ ଫୁଲବାଣୀ ଅବକାରୀ ବିଭାଗ  ଏକ ମାମଲା ରୁଜୁ କରି ଅଭିଯୁକ୍ତ ଡ୍ରାଇଭର କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଅବକାରୀ ଇନ୍ସପେକ୍ଟର ପୁର୍ଣଚନ୍ଦ୍ର ବେହେରା I 

ଆହୁରି ପଢନ୍ତୁ : ଟ୍ରକକୁ ଧକ୍କା ଦେଲା କାର , ୨ ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.