ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଇକକୁ ପିଟିଲା ବାଇକ, ଦୁଇ ବାଇକ ଆରୋହୀଙ୍କ ସହ ଜଣେ ଗର୍ଭବତୀ ମହିଳା ଗୁରୁତର

ଫିରିଙ୍ଗିଆ, ୧୭।୩: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଫୁଲବାଣୀ ମୁଖ୍ୟରାସ୍ତାର କୁଡ଼ୁକି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀ ଆହତ ହୋଇଥିବା ବେଳେ ଜଣେ ଗର୍ଭବତୀ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି I ସୂଚନା ଅନୁସାରେ, ଫିରିଙ୍ଗିଆ ବ୍ଲକ୍ ପବିଙ୍ଗିଆ ପଞ୍ଚାୟତ ନେଡ଼ିସାହି ଗାଁର ସରୋଜ ନାଏକ ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ନେଇ ଖଜୁରୀପଡ଼ା ବ୍ଲକ ଆରାପାଜୁ ପଞ୍ଚାୟତ ଦରଡ଼ାଗାରୁ ତାଙ୍କ ଶ୍ୱଶୁର ଘରୁ କାମ ସାରି ନିଜ ଗାଁକୁ ଫେରୁଥିଲେ । ଠିକ୍‌ ଏହି ସମୟରେ ଫିରିଙ୍ଗିଆ ପଟୁ ଫୁଲବାଣୀ ପଟକୁ ଦ୍ରୁତଗତିରେ ଯାଉଥିବା ଏକ ବାଇକ କୁଡ଼ୁକି ଛକ ନିକଟରେ ଧକ୍କା ଦେଇଥିଲା I 

ଫଳରେ ବାଇକ ରେ ବସିଥିବା ମହିଳା ଜଣକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ସ୍ୱାମୀ ସାମାନ୍ୟ ଆହତ ହୋଇଛନ୍ତି ଓ ଦୁର୍ଘଟଣା ଘଟାଇଥିବା ବାଇକ ଆରୋହୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି I ତେବେ ଦୁର୍ଘଟଣା ଘଟଇଥିବା ବାଇକ ଚାଳକ ଜଣକ ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାୟତ ଅନ୍ତର୍ଗତ ସରୁକୋଇ ଗାଁର ପ୍ରବୀଣ ମଲ୍ଲିକ ବୋଲି ଜଣାପଡ଼ିଛି I ଅନ୍ୟପଟେ ଖବରପାଇ ଫିରିଙ୍ଗିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦୁଇଟି ବାଇକକୁ ଜବତ କରିବା ସହ ଆହତ ବାଇକ ଆରୋହୀମାନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି I 

ସେପଟେ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ମହିଳା ଜଣକ ଗର୍ଭବତୀ ଥିବାରୁ ତାଙ୍କର ପେଟରେ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଓ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ଥିବାବେଳେ ତାଙ୍କୁ ମହିଳା ଓ ଶିଶୁ ଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଛି I ଅନ୍ୟପଟେ ଉଭୟ ସ୍ୱାମୀ ରାସ୍ତାପାର୍ଶ୍ୱରେ ବାଇକ ସହ ଛିଡ଼ା ହୋଇଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ବାଇକଟି ସେମାନଙ୍କୁ ଧକ୍କା ଦେଇଥିଲା I

 

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.