ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ସେପ୍ଟିକ୍ ଟାଙ୍କି ଭିତରେ ରଖିଥିଲେ ୫୦୦ ଲିଟର ପେଟ୍ରୋଲ, ଭିତରକୁ ଯିବାପରେ ଅଣନିଶ୍ବାସୀ ହୋଇ ଚାଲିଗଲା ଦୁଇ ଭାଇଙ୍କ ଜୀବନ

ସିହୋରା,୯।୭: ମଧ୍ୟ ପ୍ରଦେଶର ସିହୋରା ଜିଲ୍ଲାରେ ମଙ୍ଗଳବାର ଏକ ଭୟଙ୍କର ଘଟଣା ଘଟିଛି। ପେଟ୍ରୋଲ ଭର୍ତ୍ତି ସେପ୍ଟିକ୍ ଟାଙ୍କି ଭିତରେ ଅଣ ନିଶ୍ବାସୀ ହୋଇ ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ, ଜେନେରାଲ ଷ୍ଟୋର ଚଳାଉଥିବା ଏହି ଦୁଇ ଭାଇ ଖୋଲାରେ ବିକ୍ରି କରିବା ପାଇଁ ବେଆଇନ ଭାବରେ ପେଟ୍ରୋଲ ଜମା କରିଥିଲେ। ଏହି ଅଘଟଣ ବୋରାଡିକଲା ଗାଁରେ ଘଟିଛି। ଦୁଇ ଭାଇ ରାହୁଲ ଜୟସଓ୍ବାଲ(୨୮) ଓ ଗୋଲୁ ଜୟସଓ୍ବାଲ(୨୫)ଙ୍କ ମୃତଦେହକୁ ଟାଙ୍କି ଭିତରୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

ଫୁଟ୍ ଆଣ୍ଡ ଡ୍ରଗ୍ସ ଡିପାର୍ଟମେଣ୍ଟର ଅଧିକାରୀ ମଧ୍ୟ ଘଟଣା ସ୍ଥଳରେ ପହଁଞ୍ଚିଥିଲେ ଓ ଟାଙ୍କି ଭିତରୁ ଅଲଗା ଅଲଗା କେନ୍‌ରେ ଷ୍ଟୋର ହୋଇଥିବା ୫୦୦ ଲିଟର ପେଟ୍ରୋଲ ଜବତ କରିଥିଲେ। ଦୋକାନରେ ବିକ୍ରି ପାଇଁ ସେ ପେଟ୍ରୋଲ ଷ୍ଟୋର କରିକି ରଖିଥିଲେ। ସିହୋରର ଏସ୍‌ପି ମୟଙ୍କ ଅବସ୍ଥି କହିଛନ୍ତି, ଦୁଇ ଭାଇ ମଙ୍ଗଳବାର ସାକଳ ପ୍ରାୟ ୩ଟା ୪୫ ମିନିଟରେ ଟାଙ୍କି ଭିତରେ ପଶିଥିଲେ। ସକାଳ ହୋଇଥିଲେ ବି ସେମାନେ ଫେରିନଥିଲେ। ସକାଳୁ ଅନ୍ୟ ଦୁଇ ଭାଇ ପଙ୍କଜ ଓ ନରେନ୍ଦ୍ର ତାଙ୍କୁ ଖୋଜା ଖୋଜି ଆରମ୍ଭ କରିଥିଲେ।

ସିସିଟିଭି ଫୁଟେଜ୍ ଚେକ୍ କରିବାବେଳେ ଜଣାପଡିଥିଲା ଦୁଇ ଭାଇ ଭିତରେ ଅଛନ୍ତି। ପୋଲିସକୁ ସୂଚନା ଦିଆଯାଇଥିଲା। ହୋମ ଗାର୍ଡ ଓ ଯବାନ ଟାଙ୍କି ଭିତରକୁ ଯିବା ପରେ ମୃତଦେହ ଉଦ୍ଧାର କରିଥିଲେ। କୁହାଯାଉଛି ଯେ, ଗ୍ୟାସୋଲିନ୍‌ କାରଣରୁ ଅଣ ନିଶ୍ବାସୀ ହୋଇ ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି। ପେଟ୍ରୋଲ ଭର୍ତ୍ତି ଟାଙ୍କି ହୋଇଥିବା କାର୍ବନ ମନୋକ୍ସାଇଡ୍‌ ଭରି ଯାଇଥିଲା। ବିଷାକ୍ତ ଗ୍ୟାସ୍‌ ଯୋଗୁଁ ଅଣ ନିଶ୍ବାସୀ ହୋଇ ତାଙ୍କର ମୃତ୍ୟୁ ହୋଇଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.