ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଆମେରିକାର ଓ୍ବାଶିଂଟନ୍ ଗସ୍ତ କରିବେ ୟୁକ୍ରେନ ରାଷ୍ଟ୍ରପତି ଭେଲୋଡିମିର ଜେଲେନସ୍କି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ,ଏହି ସମୟ ମଧ୍ୟରେ ସେମାନେ ଋଷ ସହିତ ଚାଲିଥିବା ଯୁଦ୍ଧରେ ନିଜ ଦେଶର ସହାୟତା ବିଷୟରେ ଆଲୋଚନା କରିବେ । ଆମେରିକା ଗଣମାଧ୍ୟମ ଗୁରୁବାର ସନ୍ଧ୍ୟାରେ ଏହି ସୂଚନା ଦେଇଛି ।
ଅଲ୍ ଜଜିରା ରିପୋର୍ଟ ଅନୁଯାୟୀ, ଜେଲେନସ୍କି ତାଙ୍କର ଏହି ଯାତ୍ରା ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଗୁରୁବାର ସାକ୍ଷାତ କରିବେ ଏବଂ ହ୍ବାଇଟ୍ ହାଉସ୍ରେ ରାତ୍ରୀ ଯାପନ କରିବେ । ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ବାଇଡେନ ପ୍ରଶାସନ କଂଗ୍ରେସ ନିକଟରେ ୨୪ ବିଲିୟନ ଡଲାର ସହାୟତା ଯୋଗାଇବାକୁ ଦାବି କରିଛି । ଏଥିମଧ୍ୟରୁ ୧୩.୧ ବିଲିୟନ ଡଲାର ସାମରିକ ସହାୟତା ଏବଂ ୮.୫ ବିଲିୟନ ଡ଼ଲାର ମାନବିକ ସହାୟତା ଆକାରରେ ପ୍ରଦାନ କରାଯିବ । ତଥାପି, କେତେକ ଆମେରିକୀୟ ରାଜନେତା, ବିଶେଷକରି ରିପବ୍ଲିକାନ୍ ପାର୍ଟି ସହିତ ଜଡିତ ନେତା ମାନେ ୟୁକ୍ରେନକୁ ଅଧିକ ସହାୟତା ଯୋଗାଇବାକୁ ବିରୋଧ କରିଛନ୍ତି । ସେ ଦାବି କରିଛନ୍ତି ଯେ ୟୁକ୍ରେନ ସୈନ୍ୟ ଅନେକ ସ୍ଥାନରେ ଋଷ ସୈନ୍ୟମାନଙ୍କୁ ଘଉଡାଇବାକୁ ଚେଷ୍ଟା କରୁଛନ୍ତି।
ସୂଚନାଥାଉକି, ଯେ ୟୁକ୍ରେନ ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତ ସମୟରେ ସଂଘୀୟ ଖର୍ଚ୍ଚ ମଧ୍ୟ କଂଗ୍ରେସରେ ଆଲୋଚନା ହେବ, କାରଣ ସାଂସଦମାନଙ୍କୁ ସେପ୍ଟେମ୍ବର ୩୦ ତାରିଖ ଧାର୍ଯ୍ୟ ସମୟ ପୂର୍ବରୁ ବଜେଟ୍ ପାସ୍ କରିବାକୁ ପଡିବ । ଅଲ ଜଜିରା ରିପୋର୍ଟ ଅନୁଯାୟୀ, ଆମେରିକା କଂଗ୍ରେସ ଏପର୍ଯ୍ୟନ୍ତ ୧୧୩ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ସହାୟତା ମଞ୍ଜୁର କରିଛି । କିନ୍ତୁ ସେମାନଙ୍କ ପକ୍ଷରୁ ଶେଷ ଅର୍ଥିକ ସହାୟତା ଡିସେମ୍ବରରେ ହୋଇଥିଲା ।
ସୂଚନାଥାଉକି, ଫେବୃଆରୀ ୨୦୨୨ ରେ ୟୁକ୍ରେନରେ ଋଷର ସମ୍ପୂର୍ଣ୍ଣ ଆକ୍ରମଣ ଆରମ୍ଭ ହେବା ପରଠାରୁ ଏହା ଆମେରିକାକୁ ଜେଲେନସ୍କିଙ୍କ ଦ୍ବିତୀୟ ଗସ୍ତ ହେବ ।