ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଆତଙ୍କବାଦୀଙ୍କୁ ହତ୍ୟା ପାଇଁ କୌଣସି ନିୟମ ନାହିଁ, ଯେଉଁଠି ସୁଯୋଗ ମିଳୁଛି ମାର’: ଜୟଶଙ୍କର

ନୂଆଦିଲ୍ଲୀ: ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା କରି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ଆତଙ୍କୀ ସୀମା ସେପଟେ ରହିଲେ ବି ତ୍ରାହି ନାହିଁ । ଜୟଶଙ୍କର ସଫା ସଫା କହିଛନ୍ତି, ଆତଙ୍କବାଦ ବିରୋଧୀ ଲଢ଼େଇ ନେଇ କୌଣସି ନିୟମ ନାହିଁ । ସେ କହିଛନ୍ତି, ୨୦୧୪ ପରେ ଭାରତର ବିଦେଶ ନୀତିରେ ପରିବର୍ତ୍ତନ ଆସିଛି । ଏହା ଆତଙ୍କବାଦରୁ ମୁକ୍ତି ପାଇଁ ରାସ୍ତା ।

ତେବେ କୌଣସି ଦେଶ ଭାରତର ସମ୍ପର୍କ ଆଗକୁ ବଢ଼ିବା ମୁସ୍କିଲ୍ ପ୍ରଶ୍ନରେ ଜୟଶଙ୍କର, ନାଁ ନନେଇ ପାକିସ୍ତାନ ଆଡ଼କୁ ଇସାରା କରିଛନ୍ତି । ଶୁକ୍ରବାର ପୁନେରେ ତାଙ୍କ ପୁସ୍ତକ ହ୍ୱାଏ ଭାରତ ମ୍ୟାଟର୍ସ ଉପରେ ଆଲୋଚନା ବେଳେ ଜୟଶଙ୍କର କହିଛନ୍ତି, ଆତଙ୍କବାଦୀ କୌଣସି ନିୟମରେ ଚାଲୁ ନାହାନ୍ତି । ଆତଙ୍କବାଦୀଙ୍କୁ ଜବାବ୍ ଦେବା ଲାଗି ମଧ୍ୟ କୌଣସି ନିୟମ ନଥିବା ସେ କହିଛନ୍ତି ।

ଜୟଶଙ୍କର କହିଛନ୍ତି, ୧୯୪୭ରେ ପାକିସ୍ତାନ କାଶ୍ମୀରରେ ଆକ୍ରମଣ କରିଥିଲା । ସେତେବେଳେ ଆମ ସେନା ମୁକାବିଲା କରିବା ସହ ଆମେ ଜାତିସଂଘ ଯାଇଥିଲୁ । ଯଦି ପ୍ରଥମରୁ ହିଁ ପାକିସ୍ତାନ ଆତଙ୍କବାଦୀ ଆକ୍ରମଣ କରୁଥିବା ସ୍ପଷ୍ଟ ହୋଇଥାନ୍ତା ତ ନିହାତି ଅଲଗା ନୀତି ହୋଇଥାନ୍ତା ।

ସେ ଆହୁରି ଦାବି କରିଛନ୍ତି ଯେ, ୧୯୬୨ ଯୁଦ୍ଧ ପରେ ୨୦୧୪ ପର୍ଯ୍ୟନ୍ତ ଚୀନ୍ ସୀମାରେ ବିକାଶ ହୋଇ ନାହିଁ । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଚୀନ୍ ସୀମାରେ ବିକାଶ କାର୍ଯ୍ୟ ଲାଗି ବଜେଟ୍ ବଢ଼ିଛି । ୩୫୦୦ କୋଟିରୁ ଏବେ ବଜେଟ୍ ବୃଦ୍ଧି ପାଇ ୧୪ ହଜାର ୫୦୦ କୋଟି ଟଙ୍କା ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.