ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନୀ ସଭାରେ ଭାଷଣ ଦେଉ ଦେଉ ଅଚେତ ହୋଇ ପଡ଼ିଗଲେ ନୀତିନ ଗଡ଼କରୀ

ମୁମ୍ବାଇ: ନିର୍ବାଚନୀ ସଭାକୁ ସମ୍ବୋଧନ କରିବା ସମୟରେ ହଠାତ ଅଚେତ ହୋଇ ତଳେ ପଡ଼ିଗଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ବୁଧବାର ମହାରାଷ୍ଟ୍ରର ୟବତମାଲରେ ନିର୍ବାଚନୀ ପ୍ରଚାର କରୁଥିଲେ ଗଡ଼କରୀ । ଏହି ସମୟରେ ଉପସ୍ଥିତ ଜନତାଙ୍କ ଉଦ୍ଦେଶ୍ୟରେ ଭାଷଣ ଦେଉଥିଲେ । ଷ୍ଟେଜ ଉପରେ ଭାଷଣ ଦେଉଥିବା ବେଳେ ହଠାତ ଅଚେତ ହୋଇ ପଡ଼ିଯାଇଥିଲେ ଗଡ଼କରୀ । ଅଚେତ ହୋଇଯିବା ପରେ ସାଙ୍ଗେସାଙ୍ଗେ ବିଜେପି ନେତା ନୀତିନ ଗଡ଼କରୀଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରିଥିଲେ ଡାକ୍ତର ।

ମିଳିଥିବା ସୂଚନା ଅନୁସାରେ, ଆଜି ଗଡ଼କରୀ ୟବତମାଲର ପୁସାଦରେ ଭାଷଣ ଦେଉଥିବା ବେଳେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ । ପାଖରେ ଥିବା ଅନ୍ୟ ନେତାମାନେ ତାଙ୍କୁ ସମ୍ଭାଳିନେବା ସହ ଚିକିତ୍ସା ଯୋଗାଇ ଦେଇଥିଲେ । ବିଜେପି ନେତା ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ନାଗପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଏହି ଆସନରେ ମତଦାନ ଶେଷ ହୋଇଛି । 

ଗଡ଼କରୀ ଆଜି ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ପ୍ରାର୍ଥୀ ରାଜଶ୍ରୀ ପାଟିଲଙ୍କ ପାଇଁ ପ୍ରଚାର କରୁଥିଲେ । ରାଜଶ୍ରୀ ପାଟିଲ ୟବତମାଲ-ଓ୍ବାସିମ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଏହା ବ୍ୟତୀତ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହେବାକୁ ଯାଉଥିବା ବୁଲଢ଼ାନା, ଆକୋଲା, ଅମରାବତୀ, ଓ୍ବାର୍ଦ୍ଧା, ହିଙ୍ଗୋଳି, ନାନ୍ଦେଡ ଏବଂ ପ୍ରଭାନି ଆସନ ଲାଗି ମଧ୍ୟ ପ୍ରଚାର କରୁଛନ୍ତି ନୀତିନ ଗଡ଼କରୀ । ଏହି ସବୁ ଆସନରେ ଏପ୍ରିଲ ୨୬(ଶୁକ୍ରବାର) ନିର୍ବାଚନ ହେବାକୁ ଯାଉଛି ।  

 

 

  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.