ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୬ ବର୍ଷର ଚାକିରିରେ ନେଇଛନ୍ତି ମାତ୍ର ଗୋଟିଏ ଛୁଟି, ଇଣ୍ଡିଆ ବୁକ୍‌ ଅଫ୍ ରେକର୍ଡରେ ନାଁ ସାମିଲ

ଲକ୍ଷ୍ନୌ, ୧୮।୩: ସରକାରୀ ଚାକିରି ହେଉ କି ବେସରକାରୀ ଚାକିରି ହେଉ, ପ୍ରତ୍ୟେକ ଚାକିରିରେ ସପ୍ତାହକୁ ଛୁଟି ଥାଏ । ନଚେତ୍ ଚାକିରି କରୁଥିବା ବ୍ୟକ୍ତି କାମ କରିବା ଚାପରେ ଅସୁସ୍ଥ ହୋଇପଡ଼ନ୍ତି । କିନ୍ତୁ, ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ, ଯିଏ ୨୬ ବର୍ଷ ଚାକିରିରେ ମାତ୍ର ଗୋଟିଏ ଛୁଟି ନେଇଛନ୍ତି । ଅର୍ଥାତ୍, ସେ ଚାକିରି କରୁଥିବା ସମୟରେ ମାତ୍ର ଗୋଟିଏ ଦିନ ଛୁଟିରେ ରହିଥିଲେ । ଆପଣଙ୍କୁ କଥାଟା ହୁଏତ ବିଶ୍ୱାସ ହେଉନଥିବ କିନ୍ତୁ, ଏହା ସତ । ଏ ବ୍ୟକ୍ତି ଜଣକ ଏମିତି ଆଶ୍ଚର୍ଯ୍ୟକର କାମ କରିଛନ୍ତି, ଯେଉଁଥିପାଇଁ ତାଙ୍କ ନାଁ ଇଣ୍ଡିଆ ବୁକ୍‌ ଅଫ ରେକର୍ଡରେ ସାମିଲ ହୋଇଛି । 

ଉତ୍ତରପ୍ରଦେଶର ବିଜନୋରର ଦ୍ୱାରିକେଶ ସୁଗାର ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ବୁନ୍ଦକିରେ ଅତିରିକ୍ତ ମ୍ୟାନେଜର ପର୍ସନାଲ ଭାବରେ କାର୍ଯ୍ୟ କରନ୍ତି ତେଜପାଲ ସିଂ । ସେ ତାଙ୍କ କାର୍ଯ୍ୟକୁ ଏତେ ଭଲ ପାଉଥିଲେ ଯେ କେବେ ବି ଛୁଟି ନେଇ ନାହାନ୍ତି । ବନ୍ୟା ହେଉ କି ବାତ୍ୟା ହେଉ କି କୌଣସି ମହାମାରୀ ହେଉ ତେଜପାଲ କେବେ ବି ଛୁଟି ନେବାକୁ ଇଚ୍ଛା କରି ନଥିଲେ । ସେ ୨୬ ଡିସେମ୍ବର ୧୯୯୫ରୁ ବୁନ୍ଦକିର ଦ୍ୱାରିକେଶ ସୁଗାର ମିଲରେ ଟ୍ରେନି କ୍ଲର୍କ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୬ ଡିସେମ୍ବର ୧୯୯୫ରୁ ୫ ମେ ୨୦୨୧ ପର୍ଯ୍ୟନ୍ତ ପ୍ରାୟ ୨୬ ବର୍ଷର କାର୍ଯ୍ୟକାଳରେ କେବଳ ଗୋଟିଏ ଛୁଟି ନେଇଥିଲେ । ଯେଉଁଥିପାଇଁ ତାଙ୍କ ନାଁ ଏବେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସାମିଲ କରାଯାଇଛି ।

ତେଜପାଲ ସବୁବେଳେ ଠିକ୍ ସମୟରେ ନିଜ କାର୍ଯ୍ୟାଳୟରେ ପହଞ୍ଚିଥାନ୍ତି । କମ୍ପାନୀ ତରଫରୁ ସାପ୍ତାହିକ ଛୁଟି ବ୍ୟତୀତ କମ୍ପାନୀରେ ଗୋଟିଏ ବର୍ଷରେ ୪୫ ଦିନ ପାଇଁ ଛୁଟି ବ୍ୟବସ୍ଥା ରହିଛି । କିନ୍ତୁ, ୧୯୯୫ ମସିହାରୁ ୨୦୨୧ ମସିହା ମଧ୍ୟରେ ତେଜପାଲ ମାତ୍ର ଥରେ ହିଁ ଛୁଟି ନେଇଥିଲେ । ତାଙ୍କ ସାନଭାଇର ବିବାହ ପାଇଁ ୧୮ ଜୁନ୍ ୨୦୦୩ରେ କେବଳ ଗୋଟିଏ ଦିନ ପାଇଁ ଛୁଟି ନେଇଥିଲେ । ତେଜପାଲଙ୍କ କହିବା ଅନୁସାରେ ସେ ରବିବାର ଏବଂ କୌଣସି ପର୍ବରେ ମଧ୍ୟ ଛୁଟି ନନେଇ ଅଫିସକୁ ଯାଆନ୍ତି । ଯଦି କୌଣସି ଘରୋଇ କାମ ଥାଏ ତେବେ ସେ ରବିବାର ଦିନ ଶ୍ରୀଘ୍ର କାମ ସାରି ଅଫିସରୁ ବାହାରି ଯାଆନ୍ତି । ଏଥିପାଇଁ ତାଙ୍କ ନାମ ଏହି ସପ୍ତାହରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସାମିଲ ହୋଇଛି । 

ତେଜପାଲ ସିଂ କହିଛନ୍ତି ଯେ ତାଙ୍କ ପିତା ହରି ସିଂ ତାଙ୍କୁ କାମରୁ ଅନାବଶ୍ୟକ ଛୁଟି ନ ନେବାକୁ ଶିଖାଉଥିଲେ । ସେ ଯେଉଁ ସ୍ଥାନରେ କାମ କରୁଥିଲେ ସେହି ସ୍ଥାନଟି ଗାଁଠାରୁ ପ୍ରାୟ ୧୨ କିଲୋମିଟର ଦୂରରେ ଥିଲା । ଗାଁରୁ ମୁଖ୍ୟ ରାସ୍ତାକୁ ଯିବା ପାଇଁ ରାସ୍ତା ନଥିବାରୁ ତାଙ୍କ ସାନଭାଇ ମନୋଜ ତାଙ୍କୁ ପ୍ରତିଦିନ ବାଇକରେ ବସ୍‌ ଷ୍ଟପ୍‌ରେ ପହଞ୍ଚାନ୍ତି । ତାଙ୍କ ସ୍ତ୍ରୀ ମଧ୍ୟ ଏଥିରେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଥିଲେ । ତାଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠା ଦେଖି କମ୍ପାନୀ ତାଙ୍କୁ ପ୍ରୋତ୍ସାହିତ କରି ଚାଲିଥିଲା ଏବଂ ବର୍ତ୍ତମାନ ସେ ଅତିରିକ୍ତ ମ୍ୟାନେଜର ପର୍ସନାଲ ପଦରେ କାର୍ଯ୍ୟ କରୁଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.