ପ୍ରମୂଖ ଖବର
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ୟୁପିଏସ୍‌ସି ପାଖରେ ମୋତେ ଅଯୋଗ୍ୟ ଘୋଷିତ କରିବାର ଅଧିକାର ନାହିଁ, ହାଇକୋର୍ଟରେ ପୂଜା ଖେଡକରଙ୍କ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୮।୮:  ପୂର୍ବତନ ଟ୍ରେନି ଆଇଏଏସ୍ ଅଧିକାରୀ ପୁଜା ଖେଡକର ନିଜ ଅଯୋଗ୍ୟତାକୁ ଚ୍ୟାଲେଞ୍ଜ ଦେଇଛନ୍ତି। ପୂଜା କୋର୍ଟରେ କହିଛନ୍ତି ୟୁପିଏସ୍‌ସି ନିକଟରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ଅଯୋଗ୍ୟ ଘୋଷିତ କରିବାର କୌଣସି ଅଧିକାର ନାହିଁ। ପୂଜାଙ୍କ ଉପରେ ଠକେଇ ଓ ଭୁଲ ଭାବରେ ଓବିସି ଏବଂ ଦିବ୍ୟାଙ୍ଗ ସଂରକ୍ଷଣର ଲାଭ ପାଇବାର ଅଭିଯୋଗ ଥିଲା। ପୂଜା ଖେଡକର ୟୁପିଏସ୍‌ସି ଦ୍ବାରା ତାଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗ ଉପରେ ଦିଲ୍ଲି ହାଇକୋର୍ଟରେ ନିଜର ଜବାବ୍ ଦାଖଲ କରି ଏହି କଥା କହିଛନ୍ତି।

ନିଜ ସତ୍ୟପାଠରେ ପୂଜା  କହିଛନ୍ତି, ଥରେ ଆଇଏଏସ୍ ଅଧିକାରୀ ଭାବରେ ଚୟନ ହେବାପରେ ପ୍ରୋବେଶନ୍‌ ଯିବା ପରେ ସଂଘର ଲୋହକସଭା ଆୟୋଗ ପାଖରେ ତାଙ୍କୁ ପ୍ରାର୍ଥୀତ୍ବକୁ ଅଯୋଗ୍ୟ ଘୋଷତ କରିବାର ଅଧିକାର ନାହିଁ। ସେ ସତ୍ୟପାଠରେ କହିଛନ୍ତି,କେବଳ ଡିଓପିଟି (କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ)ହିଁ ଅଖିଳ ଭାରତୀୟ ସେବା ଅଧିନିୟମ ୧୯୫୪ ଓ ସିଏସ୍‌ଇ ୨୦୨୨ ନିୟମ ୧୯ ଅନୁସାରେ ପ୍ରୋବେଶନର ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି।’

ୟୁପିଏସ୍‌ସି ଗତ ମାସ ୩୧ ଜୁଲାଇରେ ଖେଡକରଙ୍କ ପ୍ରାର୍ଥୀତ୍ବ ରଦ୍ଦ କରିଦେଇଥିଲା ଓ ଭବିଷ୍ୟତରେ କୌଣସି ବି ପରୀକ୍ଷା  କିମ୍ବା ସିଲେକ୍ସନରେ ସାମିଲ ହେବା ଉପରେ କଟକଣା ଲଗାଇ ଦେଇଥିଲେ। କମିଶନ୍‌ ଖେଡକରଙ୍କ ବିରୋଧରେ ଏହି ନିଷ୍ପତ୍ତି ସେତେବେଳେ ନେଇଥିଲେ, ଯେତେବେଳେ ଏକ ଅନ୍ତରୀଣ ଯାଞ୍ଚ କମିଟି ଜାଣିବାକୁ ପାଇଥିଲେ ଖେଡେକର ସିଭିଲ ସର୍ଭିସ ପରୀକ୍ଷା ୨୦୨୨ର ନିୟମ ଉଲଂଘନ କରିଛନ୍ତି। ଖେଡକରଙ୍କ ଉପରେ ନିଜର ପରିଚୟ ପତ୍ରକୁ ଭୁଲ ଭାବରେ ଆଗତ କରିବାର ଅଭିଯୋଗ ରହିଛି। ତେବେ ପୂଜା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ କହିଛନ୍ତି ସେ କୌଣସି ଠକେଇ ଓ ଜାଲିଆତି କରି ନାହାନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.