ନୂଆଦିଲ୍ଲୀ: ସିରିଆରେ ଆମେରିକା ଏହାର ଏୟାର ଷ୍ଟ୍ରାଇକ୍ କରିଛି। ଏଥିରେ ଇସଲାମିକ୍ ଷ୍ଟେଟ୍ ଗୋଷ୍ଠୀ ଏବଂ ଅଲ-କାଏଦା ସହ ଜଡିତ ୩୭ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଆକ୍ରମଣରେ ଦୁଇ ବରିଷ୍ଠ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ଆମେରିକା ସେନା ଦାବି କରିଛି ।
ୟୁଏସ ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ, ଆମେରିକା ଉତ୍ତର-ପଶ୍ଚିମ ସିରିଆ ଉପରେ ଆକ୍ରମଣ କରିଛି । ଏଥିରେ ଅଲ-କାଏଦା ସହ ଜଡିତ ହୁରାସ ଅଲ-ଦୀନ ଗୋଷ୍ଠୀର ଜଣେ ବରିଷ୍ଠ ଆତଙ୍କବାଦୀ ସମତେ ୮ ଜଣଙ୍କୁ ଟାର୍ଗେଟ କରାଯାଇଛି । ଏହି ଆତଙ୍କବାଦୀ ମାନଙ୍କ ଉପରେ ସାମରିକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଦାୟିତ୍ବ ଥିଲା। ଏହା ସହିତ କେନ୍ଦ୍ରୀୟ ସିରିଆର ଆଇଏସ ତାଲିମ ଶିବିରରେ ଏକ ବିମାନ ଆକ୍ରମଣ କରାଯାଇଛି । ଏଥିରେ ୨୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏଥିରେ ଚାରିଜଣ ସିରିଆ ନେତା ସାମିଲ ଅଛନ୍ତି।
ଆମେରିକାର ସୈନ୍ୟବାହିନୀର କହିବାନୁସାରେ,ଏୟାର ଷ୍ଟ୍ରାଇକ୍ ମାଧ୍ୟମରେ ଆମେରିକାର ହିତ ସହିତ ଆମର ସହଯୋଗୀ ଏବଂ ଅଂଶୀଦାର ମାନଙ୍କ ବିରୁଦ୍ଧରେ ଅପରେସନ୍ କରିବା ପାଇଁ ଆଇଏସଆଇଏସର ପ୍ରସ୍ତୁତିକୁ ନଷ୍ଟ କରାଯାଇଛି । ସିରିଆରେ ପ୍ରାୟ ୯ ଶହ ଆମେରିକୀୟ ସୈନ୍ୟ ଅଛନ୍ତି । ସେମାନେ ଆଇଏସର ପ୍ରତ୍ୟାବର୍ତ୍ତନକୁ ରୋକିବାକୁ ଚେଷ୍ଟା କରୁଛନ୍ତି । ଆମେରିକାର ସୈନ୍ୟମାନେ ଉତ୍ତର-ପୂର୍ବ ସିରିଆର କୁର୍ଦ୍ଦ ନେତୃତ୍ୱାଧୀନ ସିରିଆ ଗଣତାନ୍ତ୍ରିକ ବାହିନୀରେ ସେମାନଙ୍କର ପ୍ରମୁଖ ସହଯୋଗୀଙ୍କୁ ପରାମର୍ଶ ଏବଂ ସହାୟତା ପ୍ରଦାନ କରନ୍ତି । ଯେଉଁଠାରେ କି ସେହି ସ୍ଥାନ ଠାରୁ କିଛି ଦୂରରେ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଉପସ୍ଥିତ ଅଛନ୍ତି।