ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଟ୍ରାଏଲ ଠିକ୍‌ରେ ଚାଲୁ ; ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀରେ ଜର୍ମାନୀ ପରେ ଆମେରିକାର ପ୍ରତିକ୍ରିୟା

ନୂଆଦିଲ୍ଲୀ : ଦିଲ୍ଲୀରେ ଚର୍ଚ୍ଚିତ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ଗିରଫଦାରୀ ଘଟଣା। ଏହାକୁ ନେଇ ଜର୍ମାନୀ ପରେ ଏବେ ଆମେରିକାର କଡ଼ା ପ୍ରତିକ୍ରିୟା ଦେଇଛି। ଆମେରିକୀୟ ବିଦେଶ ବିଭାଗ ଏକ ବୟାନରେ କହିଛି ଯେ, ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ପ୍ରମୁଖ ବିରୋଧି ନେତା ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ପରେ ଏହା ସହ ଜଡ଼ିତ ରିପୋର୍ଟକୁ ଲଗାତାର ଧ୍ୟାନ ଦେଇଛନ୍ତି। ଆମେରିକା ଏହା ବି କହିଛି କି, ସେ କେଜ୍ରିୱାଲଙ୍କ ମାମଲାରେ ନିରପେକ୍ଷ , ପାରଦର୍ଶୀ ଓ ସମୟାନୁସାରେ ଆଇନ ପ୍ରକ୍ରିୟାର ଆଶା କରୁଛି। ଏହା ପୂର୍ବରୁ ଜର୍ମାନୀ ମଧ୍ୟ କେଜ୍ରିୱାଲର ଗିରଫଦାରୀକୁ ନେଇ ବିରୋଧ କରିଥିଲା। ଏହା ଉପରେ ଭାରତ ଜର୍ମାନ ରାଷ୍ଟ୍ରଦୂତଙ୍କୁ ଜବାବରେ ଏହା ଏକ ଆଭ୍ୟନ୍ତରୀଣ ମାମଲା ବୋଲି କହିଥିଲା। ଏବେ ଆମେରିକାର ଏହା ଉପରେ ଆସିଛି ମନ୍ତବ୍ୟ।

ଉଲ୍ଲେଖନୀୟ ଯେ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ଗିରଫଦାରୀ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଚର୍ଚ୍ଚା ପାଲଟିଛି। ମଦ ଦୁର୍ନୀତି ମାମଲାରେ ଇଡି ତାଙ୍କୁ ୨୧ ମାର୍ଚ୍ଚରେ ଗିରଫ କରିଥିଲା। ଏହି ଦିନ କେଜ୍ରିୱାଲଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଗିରଫଦାରୀ ଠାରୁ ଆଶ୍ୱସ୍ତି ପାଇଁ ଅପିଲ ଦାଏର କରାଯାଇଥିଲା। ଯାହା କୋର୍ଟଙ୍କ ଦ୍ୱାରା ଖାରଜ କରିଦିଆ ଯାଇଥିଲା। ଏହାପରେ ରାତିରେ ଇଡିର ଟିମ୍‌ କେଜ୍ରିୱାଲଙ୍କ ଘରେ ପହଞ୍ଚି ଥିଲା ଏବଂ ପାଖାପାଖି ଦୁଇ ଘଣ୍ଟାର ପଚରାପଚରି ଓ ଘରେ ତଲାସୀ ପରେ ତାଙ୍କୁ ଗିରଫ କରି ନିଜ ସହ ନେଇ ଯାଇଥିଲେ। ସେପଟେ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ବିରୋଧି ଦଳମାନେ ମଧ୍ୟ କଡ଼ା ପ୍ରତିକ୍ରିୟା ଦେଇଥିଲେ। କଂଗ୍ରେସ ପାର୍ଟି ସମେତ ଇଣ୍ଡିଆ ଗଠବନ୍ଧନର ଅନ୍ୟ ସହଯୋଗୀ ଦଳମାନେ ଏହାକୁ ନିର୍ବାଚନ ପୂର୍ବରୁ ଷଡ଼ଯନ୍ତ୍ରର ଆଖ୍ୟା ଦେଇ ଥିଲେ।   

କେଜ୍ରିୱାଲଙ୍କ ଗିରଫ ପରେ ଏବେ ସଂଯୁକ୍ତ ରାଷ୍ଟ୍ର ଆମେରିକା ନିଜର ବୟାନ ଦେଇଛି। ବିଦେଶ ବିଭାଗର ଜଣେ ପ୍ରବକ୍ତା ଚଳିତ ସପ୍ତାହରେ ରଏଟର୍ସକୁ କହିଥିଲେ କି, ଆମେରିକୀୟ ସରକାର ଅରବିନ୍ଦ କେଜ୍ରିୱାଲଙ୍କର ଗିରଫଦାରୀର ରିପୋର୍ଟର ଲଗାତାର ନିରୀକ୍ଷଣ କରୁଛି ଏବଂ ନିଜର ଭାରତୀୟ ସମକକ୍ଷଙ୍କୁ ଜେଲ୍‌ରେ ଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ବିରୋଧି ନେତାଙ୍କ ପାଇଁ ନିରପେକ୍ଷ , ପାରଦର୍ଶୀ ଓ ଉଚିତ ସମୟରେ ଆଇନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବାକୁ ଆଶା କରୁଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.