ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ଠକାମୀର ଶିକାର ହେଲେ ବିଦେଶିନୀ, ୩ଶହ ଟଙ୍କାର ଗହଣାକୁ କିଣିଲେ ୬କୋଟିରେ

ନୂଆଦିଲ୍ଲୀ,୧୩/୬: ଭାରତରେ ଠକାମିର ଶିକାର ହେଲେ ବିଦେଶୀ ମହିଳା ପର୍ଯ୍ୟଟକ।   ୩ ଶହ ଟଙ୍କାର ନକଲି ଗହଣା କିଣି ସେ ଗଣିଛନ୍ତି ୬କୋଟି। ଠକେଇର ଶିକାର ହୋଇଥିବା ମହିଳା ଜଣକ ହେଲେ ଆମେରିକାର ଚେରିଶ ବୋଲି ଜଣାପଡିଛି। ତେବେ ୨ବର୍ଷ ତଳେ ସେ ଗହଣା କିଣିଥିବା ବେଳେ ଏକ ପ୍ରଦର୍ଶନୀରେ ଏହା ନକଲି ବୋଲି ଜଣାପଡିଥିଲା। ଏନେଇ ଗହଣା ଦୋକାନୀଙ୍କ ବିରୋଧରେ ମାମଲା ହୋଇଛି।

ସୂଚନା ଅନୁସାରେ, ୨ବର୍ଷ ତଳେ ଚେରିଶ୍ ଭାରତ ଆସିଥିଲେ। ସେ ଜୟପୁରର ଗୋପାଳଜୀ ରାସ୍ତା ନିକଟରେ ଥିବା ଜୋହରି ବଜାର ଦୋକାନରୁ ଗହଣା କିଣିଥିଲେ। ଯାହାର ମୂଲ୍ୟ ଥିଲା ୬କୋଟି। ଗହଣା ଦୋକାନୀ ତାଙ୍କୁ ଏକ ହଲ୍‌ମାର୍କ ସାର୍ଟିଫିକେଟ୍‌ ମଧ୍ୟ ଦେଇଥିଲେ। ଏହାପରେ ସେ ଆମେରିକା ଫେରି ଯାଇଥିଲେ। ହେଲେ ଚଳିତବର୍ଷ ଏପ୍ରିଲରେ ଆମେରିକାରେ ଏକ ଗହଣା ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ସେଠାରେ ସେ ତାଙ୍କର ଗହଣା ନକଲି ବୋଲି ଜାଣିବାକୁ ପାଇଲେ। ଏହାପରେ ସେ ଜୟପୁର ଫେରି ସେହି ଦୋକାନରେ ପହଞ୍ଚିଥିଲେ। ଦୋକାନ ମାଲିକ ଗୌରବ ସୋନିଙ୍କୁ ଏନେଇ ଅଭିଯୋଗ ମଧ୍ୟ କରିଥିଲେ। ମାତ୍ର ଗୌରବ ସୋନି ଓ ତାଙ୍କ ବାପା ରାଜେନ୍ଦ୍ର ସୋନି ଏହି ଘଟଣା ପରେ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଏନେଇ ଆମେରିକା ଦୂତାବାସ ଓ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଚେରିଶ୍। ପୋଲିସର ସୂଚନା ଅନୁସାରେ, ଚେରିଶ୍ ୨୦୨୨ରେ ଏହି ଗହଣା ଦୋକାନୀଙ୍କ ସହ ଇନଷ୍ଟାଗ୍ରାମ୍‌ରେ ପରିଚିତ ହୋଇଥିଲେ। ଏହାପରେ ସେ ରୂପାର ଗହଣାରେ ସୁନାର କେଟିଂ ଦେଇ ତାଙ୍କୁ ବିକ୍ରି କରିଥିଲେ। ଏହି ଘଟଣା ପରେ ସେମାନେ ଫେରାର୍ ଅଛନ୍ତି। ଉଭୟ ବାପ-ପୁଅଙ୍କୁ ଧରିବା ପାଇଁ ଏକ ଟିମ୍‌ ଗଠନ କରି ଖୋଜାଖୋଜି ଜାରି ରଖିଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.