ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଉତ୍ତରକାଶୀରେ ସୁଡ଼ଙ୍ଗ ଘଟଣା: ସୁଡ଼ଙ୍ଗ ଭିତରେ ଭଗବାନ, ଘରେ ଜଳୁନି ଚୁଲି ..

ନବରଙ୍ଗପୁର,୧୭/୧୧: ୪ ଦିନ ପରେ ମିଳିଲା ପରିଚୟ । ଉତ୍ତରାଖଣ୍ଡ ସୁଡ଼ଙ୍ଗ ଦୁର୍ଘଟଣାରେ ଫସିଥିବା ୪୦ ଶ୍ରମିକଙ୍କ ମଧ୍ୟରେ  ରହିଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ  ପାଲବେଡା ଗାଁର ଭଗବାନ ଭତ୍ରା(୨୭)  । ଏହି ଖବର ମିଳିବା ପରେ ଭଗବାନଙ୍କ  ପରିବାର ନାନା ଆଶା ଆଶଙ୍କାରେ ରହିଛନ୍ତି ।  ଅବିବାହିତ ଭେଣ୍ଡିଆ ପୁଅର ଫେରିବା ବାଟକୁ  ଚାତକ ପରି ଚାହିଁ ରହିଛନ୍ତି । ଦାଦନ ଖଟିବାକୁ ଯାଇ ଭଗବାନ  ଏଭଳି ସ୍ଥିତିରେ ଥିବା ଜାଣିବା ପରେ ସେମାନଙ୍କ ଆଖିରୁ ନିଦ  ହଜିଯାଇଛି ।  

ଭଗବାନଙ୍କ ବାପା ଜଳଧର ଭତ୍ରା ମାନସିକ ଅନଗ୍ରସର  ବ୍ୟକ୍ତି । ପରିବାରରେ ୭ ପ୍ରାଣୀ କୁଟୁମ୍ବ । ବାପାଙ୍କ ସମେତ  ୪ ଭାଇ, ଜଣେ ଭାଉଜ ଓ ୨ ଝିଆରୀ, ପୁତୁରା । ସେମାନେ  ଅତ୍ୟନ୍ତ ଗରିବ ଶ୍ରେଣୀର । ସଂପତ୍ତି କହିଲେ ୨ ଏକର ଚାଷ ଓ  ଦେଢ ଏକର ଡଙ୍ଗର ଜମି । ବଡ଼ଭାଇ ଗାଁରେ ଚାଷ କରୁଥିବା  ବେଳେ ସାନଭାଇ ଗୋରୁ ଚରାଉଛନ୍ତି । ଏଭଳି ଭାବେ ଅଭାବ  ଅନଟନରେ ୭ ପ୍ରାଣୀ କୁଟୁମ୍ବ ଯେନତେନ ଭାବେ ଚଳୁଛନ୍ତି ।  ଜଳଧରଙ୍କ ନାଁରେ ଥିବା ରେସନ୍‌ କାର୍ଡରେ ମାତ୍ର ୨୦ କେଜି  ଚାଉଳ ମିଳୁଛି । ଏଭଳି ସ୍ଥିତିରେ ପରିବାରର ଦୁଃଖ ଲାଘବ  ପାଇଁ ଭଗବାନ ଓ ତାଙ୍କ ସାନଭାଇ କର୍ପୁଲ ଦାଦନ ଖଟିବାକୁ  ଭିଟାମାଟି ଛାଡିଥିଲେ । ମାସିକ ୧୩ହଜାର ଟଙ୍କାରେ ଭଗବାନ  ଉତ୍ତରାଖଣ୍ଡରେ ଦେଢବର୍ଷ ହେଲା କାମ  କରୁଛନ୍ତି । ଭଗବାନଙ୍କ ଯିବାର ୩ ମାସ ପୂର୍ବରୁ  ସାନଭାଇ କର୍ପୁଲ ଚେନ୍ନାଇକୁ ଯାଇଛନ୍ତି ଦାଦନ  ଖଟିବାକୁ । ମାସକୁ କିଏ ୨ ହଜାର ତ ଆଉ କିଏ  ୩ ହଜାର ଟଙ୍କା ଘରକୁ ପଠାଉଥିବା ବଡଭାଇ  ସତ୍ୟବାନ ଭତ୍ରା କହିଛନ୍ତି ।  

ସତ୍ୟବାନଙ୍କ ସୂଚନା ଅନୁଯାୟୀ,  ଭତ୍ତରାଖଣ୍ଡ ସୁଡ଼ଙ୍ଗ ଦୁର୍ଘଟଣାରେ ଶ୍ରମିକମାନେ ଫସିଥିବା  ସଂପର୍କରେ ୨ ଦିନ ତଳେ ଭଗବାନ ସହିତ ଯାଇଥିବା  ସରାଧନୁଆ ଗାଁର ଜଣେ ଶ୍ରମିକ ଫୋନ୍‌ କରି ଜଣାଇଥିଲେ ।  ସୁଡ଼ଙ୍ଗ ଭିତରେ ଭଗବାନ ରହିଥିବା କହିଥିଲେ । ଦୁର୍ଘଟଣାର ଦିନକ ପୂର୍ବରୁ ଭଗବାନ ଘରକୁ ଫୋନ କରିଥିଲେ । ତା  ପରଠୁ ଆଉ ତାଙ୍କ ସହିତ ଯୋଗାଯୋଗ ହୋଇପାରିନି ।  ଖବର ଜଣପଡିବା ପରଠୁ ଘରେ ଚୁଲି ଜଳୁନି ।

Copyright © 2022 - Summa Real Media Private Limited. All Rights Reserved.