କଟକ, ୧୯/୯ : ବହୁ ଚର୍ଚ୍ଚିତ ଭି ସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା । ସିବିଆଇ ତଦନ୍ତ କାହିଁକି ନ ହେବ, ଜବାବ ଲୋଡିଲେ ହାଇକୋର୍ଟ । ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦେଶ। ମଙ୍ଗଳବାର ସୁଦ୍ଧା ଜବାବ ରଖିବାକୁ ହାଇକୋର୍ଟଙ୍କ ନିର୍ଦେଶ।
ଆସନ୍ତା ମଙ୍ଗଳବାର ଏହି ମାମଲାର ପରବର୍ତ୍ତି ଶୁଣାଣି ହେବ । ୨୦୨୩ଫେବୃୟାରୀ ୨୮ରେ ଘଟିଥିଲା ଏହି ଘଟଣା। ଭିସୁଟ ସମାବର୍ତ୍ତନ ଉତ୍ସବ ପରେ ଚିନ୍ମୟୀ ନିଖୋଜ ନେଇ ପରିବାର ଲୋକ ଥାନାରେ ଖବର କରିଥିଲେ ମାର୍ଚ୍ଚ ୧ରେ ଚିନ୍ମୟୀଙ୍କ ମୃତ ଦେହ ପାୱାର କେନାଲ ବ୍ରିଜ ରୁ ମୃତ ଦେହ ମିଳିଥିଲା ।
ସୂଚନା ଯୋଗ୍ୟ ଯେ, ୨୦୨୩ଫେବୃୟାରୀ ୨୮ରେ ଭିସୁଟରେ ସମାବର୍ତ୍ତନ ଉତ୍ସବ ଚାଲିଥିବା ବେଳେ ସେଥିରେ ଯୋଗଦେବାକୁ ଇଞ୍ଜିନୟରିଂ ଛାତ୍ରୀ ଚିନ୍ମୟୀ ଭୁବନେଶ୍ୱରରୁ ବୁର୍ଲାକୁ ଯାଇଥିଲେ । ସେହିଦିନ ଅପରାହ୍ନରେ ଚିନ୍ମୟୀ ନିଜ ମା’ଙ୍କ ସହ କଥା ହୋଇଥିଲେ । ତେବେ ସମାବର୍ତ୍ତନ କାର୍ଯ୍ୟକ୍ରମ ସରିବା ପରେ ସେ ପୁନର୍ବାର ଭୁବନେଶ୍ୱର ଫେରିଯିବା ପାଇଁ ପ୍ରସ୍ତୁତ ହେଉଥିଲେ । ହେଲେ ସେହି ରାତିରେ ଭିସୁଟଠାରୁ ସାମାନ୍ୟ ଦୂରରେ ଥିବା ପିସିବ୍ରିଜ ତଳକୁ ଡେଇଁ ଚିନ୍ମୟୀ ଆତ୍ମହତ୍ୟା କରିଥିବା କୁହାଯାଇଥିଲା । ଯାହା ଶୁଣି ତାଙ୍କ ପରିବାରଲୋକେ ପ୍ରଥମେ ବିଶ୍ୱାସ କରିନଥିଲେ । ଚିନ୍ମୟୀ ଆତ୍ମହତ୍ୟା କରିନାହିଁ ବରଂ ତାଙ୍କ ପୁରୁଷବନ୍ଧୁ ହତ୍ୟା କରିଥିବା ପରିବାରଲୋକେ ଅଭିଯୋଗ କରିଥିଲେ ।