ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ପାକ୍‌ ଅଭିନେତାଙ୍କ ସହ ବାନିଙ୍କ ରୋମାନ୍ସ, ଖୁବ୍‌ଶୀଘ୍ର ବ୍ରିଟେନରେ ଆରମ୍ଭ ହେବ ସୁଟିଂ

ମୁମ୍ବାଇ ୦୪/୦୭: ପାକ୍‌ ଅଭିନେତା ଫୱାଦ ଖାନ୍‌ଙ୍କ ସହ ପରଦାରେ ରୋମାନ୍ସ କରିବେ ବାନି କପୁର । ପାକ୍‌ କଳାକାରଙ୍କ ଉପରେ ଭାରତରେ କଟକଣା ଲାଗୁ  ହୋଇଥିବାବେଳେ ଏହା କେମିତି ସମ୍ଭବ ହେଲା ବୋଲି ଆପଣ ଭାବୁଥିବେ । ପ୍ରକୃତ କଥା ହେଉଛି ବାନି ଓ ଫୱାଦ ଏକ ଅନ୍ତର୍ଜାତୀୟ ଫିଲ୍ମରେ ଏକାଠି କାମ କରିବେ । ଫିଲ୍ମଟି ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ, କିନ୍ତୁ ଏହାର ସୁଟିଂ ସମ୍ପୂର୍ଣ୍ଣ  ରୂପେ ବ୍ରିଟେନରେ ହେବ । ଫିଲ୍ମର ନିର୍ଦ୍ଦେଶନା ଦେବେ ଆରତୀ ବାଗଡ଼ୀ । ଫୱାଦ କେବଳ ଦକ୍ଷିଣ ଏସିଆରେ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ବି ଖୁବ୍‌ ଲୋକପ୍ରିୟ । ସେ ମାର୍ଭଲ ସିନେମାଟିକ୍‌ ୟୁନିର୍ଭସରେ  ମଧ୍ୟ ସାମିଲ ରହିଥିଲେ । 

ସଦ୍ୟ ପ୍ରୋଜେକ୍ଟର ନିର୍ମାତା  ବ୍ରିଟେନରେ ସୁଟିଂ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ଫିଲ୍ମ  ବିଷୟରେ ଘୋଷଣା କରିବେ । ଫିଲ୍ମର ଟାଇଟଲ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଏହା ରୋମାଣ୍ଟିକ୍‌  ଫିଲ୍ମ ହେବ ବୋଲି ଚର୍ଚ୍ଚା ହେଉଛି । ଫିଲ୍ମରେ ଉଭୟ ଫୱାଦ ଓ ବାନି ବ୍ରେକ୍‌ଅପ୍‌ ଭଳି କିଛି ସମସ୍ୟା ଦେଇ  ଗତି କରିଥିବାବେଳେ ନିଃସର୍ତ୍ତ ପରସ୍ପରକୁ ସାହାଯ୍ୟ  କରୁଥିବା ନଜର ଆସିବେ । ଏହା ପରେ ଦୁହେଁ କେମିତି  ପରସ୍ପରକୁ ଭଲପାଇ ବସିଛନ୍ତି ତାହା ଫିଲ୍ମରେ ବର୍ଣ୍ଣନା  କରାଯାଇଛି । 

ବର୍ତ୍ତମାନ ସୁଦ୍ଧା ଫିଲ୍ମର ମୁଖ୍ୟ ନାୟିକା ଭାବେ  ନିର୍ମାତାଙ୍କ ପ୍ରଥମ ପସନ୍ଦ  ରହିଛନ୍ତି ବାନି । ଜଣେ  ସୁନ୍ଦରୀ ଭାରତୀୟ ଝିଅକୁ  ପ୍ରେମ କରିବସିଥିବା  ଫୱାଦଙ୍କ ଚରିତ୍ର  ଲାଗି ବାନି  ପର୍‌ଫେକ୍ଟ ବୋଲି  ନିର୍ମାତା ଚିନ୍ତା  କରିଥିଲେ ।  ଆସନ୍ତା  ସେପ୍ଟେମ୍ବରରୁ  ଫିଲ୍ମ ସୁଟିଂ  ଆରମ୍ଭ ହେବ । ଦୁଇ  ମାସରେ  ସୁଟିଂ ଶେଷ  କରିବାକୁ  ଯୋଜନା  ରହିଛି । ଶେଷ  ଥର ଫିଲ୍ମ  ‘ଶମ୍‌ଶେରା’ରେ  ରଣବୀର କପୁରଙ୍କ ଅପୋଜିଟ୍‌ରେ ନଜର  ଆସିଥିଲେ ବାନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.