ପ୍ରମୁଖ ଖବର
  • କେନ୍ଦୁଝର ପାଟଣା ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ସୋସିଆଲ ମିଡିଆ​‌ରେ ଭାଇରାଲ
  • ||
  • କପି ଚେକିଂ ଆଳରେ ଅସଦାଚରଣ ଅଭିଯୋଗ, ଥାନାରେ ମାଟ୍ରିକ ପରୀକ୍ଷାର୍ଥୀ
  • ||
  • ଲୋକସେବା ଭବନ ଘେରିବ କଂଗ୍ରେସ, ବିଶାଳ ଶୋଭାଯାତ୍ରାରେ ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ
  • ||
  • ଆଜି ଓଡ଼ିଶାର ୨୧ ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ||
  • ଗର୍ଭବତୀଙ୍କ ପେଟକୁ ନର୍ସ ଖୁନ୍ଦା ମାରିଥିବା ଅଭିଯୋଗ, ଚାଲିଗଲା ମା ଓ ଛୁଆଙ୍କ ଜୀବନ
  • ||
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

ଏଭଳି ଏକ ଦେଶ ଯେଉଁଠି ଖାଦ୍ୟ ସାମଗ୍ରୀ ଖୁବ୍ ମହଙ୍ଗା, ହେଲେ ପେଟ୍ରୋଲ ମିଳେ ସବୁଠୁ ଶସ୍ତା

ନୂଆଦିଲ୍ଲୀ,୯।୧୨: ଦୁନିଆରେ  ଏଭଳି ଏକ ଦେଶ ଅଛି ଯେଉଁଠାରେ ମୁଦ୍ରାସ୍ଫୀତି ସର୍ବାଧିକ।ଖାଦ୍ୟ ସାମଗ୍ରୀ ଏଠାରେ ବହୁତ ମହଙ୍ଗା ହୋଇଛି, କିନ୍ତୁ ଅନ୍ୟପଟେ ପେଟ୍ରୋଲର ମୂଲ୍ୟ ସବୁଠାରୁ କମ୍। ଏଠାରେ ଯେତେ ଶସ୍ତା ପେଟ୍ରୋଲ ମିଳେ ତାହା ଅନ୍ୟ କେଉଁଠି ମିଳିନଥାଏ। ଏହି ଦେଶ ଦକ୍ଷିଣ ଆମେରିକାରେ ରହିଛି ଓ ଭେନେଜୁଏଲା ନାମରେ ଜଣାଯାଏ। ତେବେ ଏଠାର ଲୋକ ଖାଦ୍ୟ ପାଇଁ ଖୁବ୍ ସଂଘର୍ଷ କରୁଥିଲେ।   

ଏକ ଅନୁମାନ ଅନୁସାରେ, ଦକ୍ଷିଣ ଆମେରିକାର ଭେନେଜୁଏଲାରେ ଦୁନିଆର ଏକ ମୋଟ କ୍ରୁଡ୍‌ ରିଜର୍ଭର ୧୮.୨% ଅଂଶ ରହିଛି। ଏହି କାରଣରୁ ଏଠାରେ ପେଟ୍ରୋଲର ମୂଲ୍ୟ ସବୁଠାରୁ କମ୍। ଭେନେଜୁଏଲାରେ ଏକ ଲିଟର ପେଟ୍ରୋଲର ମୂଲ୍ୟ କେବଳ ୦.୦୨ ଡଲାର ଅର୍ଥାତ ୧.୬୭ ଟଙ୍କା ପ୍ରତି ଲିଟରରେ ମିଳିଥାଏ, ଯାହାକି ଏକ ଲିଟର ପାଣିର ମୂଲ୍ୟଠାରୁ କମ୍ ରହିଛି। ଏଭଳି ସ୍ଥିତିରେ ଯଦି ଆପଣ ୧୦ ଲିଟର ଟାଙ୍କି ଫୁଲ୍‌ କରନ୍ତି ତେବେ ଆପଣଙ୍କୁ ୧୬.୭ ଟଙ୍କା ଖର୍ଚ୍ଚ କରିବାକୁ ହେବ।

କେବେ ବି ଏହି ଦେଶ ଦୁନିଆରେ ସବୁଠାରୁ ଧନୀ ଦେଶ ଗୁଡିକ ଭିତରେ ଥିଲା, କିନ୍ତୁ ଆଜି ଏହାର ପରିଚୟ ଦୁନିଆରେ ଏକ ଦେଶ ନାମରେ ରହିଛି, ଯେଉଁଠି ଦରଦାମ ବୃଦ୍ଧି ସବୁଠାରୁ ଅଧିକ। ଖାଇବା-ପିଇବାର ଜିନିଷ ଏତେ ମହଙ୍ଗା ହୋଇସାରିଛି ଯେ, ଲକ୍ଷାଧିକ ଲୋକଙ୍କୁ ଭୋକରେ ଶୋଇବାକୁ ପଡୁଛି। ଲୋକମାନେ ଏଠାରୁ ପଳାୟନ କରୁଛନ୍ତି। ମିଡିଆ ରିପୋର୍ଟ ଅନୁସାରେ, ଗରିବ ଲୋକ  ପେଟ ଭରିବା ପାଇଁ ଅଳିଆରୁ  ଗୋଟାଇକି ଖାଉଛନ୍ତି। ଓ୍ବାର୍ଲ୍ଡ ଅଫ୍ ଷ୍ଟାଟିଷ୍ଟିକ୍‌ ଅନୁସାରେ, ଏଠାରେ ମହଙ୍ଗା ହାର ୩୧୮% ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.