ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଦାଦାଙ୍କ ଆସନ ବଞ୍ଚାଇଲେ ଝିଆରୀ, ବ୍ରହ୍ମଗିରିରେ ବିଜୟ ବାନା ଉଡ଼ାଇଲେ ଉପାସନା

ଭୁବନେଶ୍ବର,୪/୬ : ଦାଦାଙ୍କ ଆସନ ବଞ୍ଚାଇବାରେ ସଫଳ ହେଲେ ଝିଆରୀ ଉପାସନା ମହାପାତ୍ର । ଚଳିତ ସାଧାରଣ ନିର୍ବାଚନରେ ବ୍ରହ୍ମଗିରିରୁ ବିଜେପି ପ୍ରାର୍ଥୀ ହୋଇଥିବା ଉପାସନା ମହାପାତ୍ର ପାଇଛନ୍ତି ୯୫୭୮୩ଭୋଟ୍ । ଅନ୍ୟପଟେ ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ପାଇଛନ୍ତି ୮୫୯୫୩ଭୋଟ୍ । ସେହିଭଳି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ମିତ୍ରଭାନୁ ମହାପାତ୍ରଙ୍କୁ ୧୯୧୦ଭୋଟ୍ ମିଳିଛି ।

ସୂଚନା ଅନୁସାରେ , କ୍ରମାଗତ ଭାବେ ଉପାସନା ମହାପାତ୍ରଙ୍କ ବାପା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ୧୯୯୫ରୁ ଏହି ସିଟରେ ବିଜୟୀ ହୋଇ ଆସୁଥିଲେ । ଏହାପରେ ୨୦୦୯ ଏବଂ ୨୦୧୪ରେ ବିଜେଡିର ସଞ୍ଜୟ ଦାସ ବର୍ମା ଏଠାରୁ ବିଜୟ ଲାଭ କରିଥିଲେ । କିନ୍ତୁ ୨୦୧୯ରେ ଏଠାରୁ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବିଜୟ ଲାଭ କରିଥିଲେ । ଚଳିତ ବର୍ଷ ଏହି ଆସନରୁ ଉପସନା ଏଠୁ ବିଜୟ ଲାଭ କରି ପାରମ୍ପରିକ ଆସନକୁ ନିଜ ହାତରେ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.