ତାଳଚେର, ୦୨/୦୯ : ଖଣି ଉପ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଳଚେର ଖଣି ଉପ ନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଚଢାଉ ହୋଇଛି। ଭୁବନେଶ୍ଵର, କେନ୍ଦୁଝର, ଏବଂ ଅନୁଗୁଳର ୮ଟି ସ୍ଥାନରେ ରେଡ୍ ଚାଲିଛି। ଏହି ଚଢାଉରେ ୧୦ ଜଣ ଡିଏସପି, ୧୬ ଜଣ ଇନ୍ସପେକ୍ଟର, ୭ ଜଣ ଏସଆଇ ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି।
ସୂଚନାନୁଯାୟୀ, ଧରଣୀଧର ନାୟକଙ୍କ ଭୁବନେଶ୍ଵର ପଟିଆସ୍ଥିତ ଫ୍ଲାଟ୍, ତେଲକୋଇ ଜଗମୋହନପୁରସ୍ଥିତ ମାର୍କେଟ୍ କମ୍ପ୍ଲେକ୍ସ, ନିର୍ମାଣାଧିନ ଦୁଇ ମହଲା ମାର୍କେଟ କମ୍ପ୍ଲେକ୍ସ, ଏବଂ ଘର, ତେଲକୋଇସ୍ଥିତ ପୈତୃକ ଘର, ତାଳଚେରସ୍ଥିତ ଘର, କାର୍ଯ୍ୟାଳୟ, ଏବଂ ଘଟଗାଁସ୍ଥିତ ସମ୍ପର୍କୀୟଙ୍କ ଘରେ ରେଡ୍ ଚାଲିଛି।